ହୋମ୍‌ କ୍ବାରେଣ୍ଟିନ୍‌ରେ ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ  : ସୁବ୍ରତ ବାଗ୍‌ଚୀ

Published: Jun 24, 2020, 5:33 pm IST

ଭୁବନେଶ୍ବର : କରୋନାକୁ ନେଇ ରାଜ୍ୟସରକାର ଆଜି ପ୍ରେସ୍‌ ମିଟ୍‌ କରିଛନ୍ତି । କୋଭିଡ ମୁକାବିଲା କମିଟିର ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଘରର ପ୍ରତି ବୟସ୍କ ବ୍ୟକ୍ତିଙ୍କୁ ଘଣ୍ଟ ଘୋଡାଇ ରଖିବାକୁ ପଡିବ ବୋଲି କହିଛନ୍ତି ବାଗ୍‌ଚୀ । ବୟସ୍କଙ୍କୁ ମୃତ୍ୟୁମୁଖକୁ ଠେଲିଦିଅନ୍ତୁ ନାହିଁ ବୋଲି କହିଛନ୍ତି ।ବୟସ ବଢିଲେ ରୋଗ ପ୍ରତିରୋଧକ ଶକ୍ତି କମେ, ଏଥିପାଇଁ ବିଭିନ୍ନ ରୋଗ ହୁଏ  । ଏଥିପାଇଁ ବୟସ୍କଙ୍କ ଯତ୍ନ ନିଅନ୍ତୁ ବୋଲି କହିଛନ୍ତି ବାଗ୍‌ଚୀ । ସେହିପରି ବୟସ୍କଙ୍କ ଯତ୍ନ ନେବା ସମୟରେ କିଛି କଥାକୁ ଧ୍ୟାନ ରଖିବାକୁ ପରାମର୍ଶ ଦେଇଛନ୍ତି ବାଗ୍‌ଚୀ ।  ଯେପରିକି ତାଙ୍କ ପାଖକୁ ଗଲାବେଳେ ନିଜେ ମାସ୍କ ପିନ୍ଧନ୍ତୁ । ତାଙ୍କର ଯେକୌଣସି ସେବା ଶ୍ରୁଷସା କରିବା ଆଗରୁ ହାତ ସାବୁନରେ ଧୁଅନ୍ତୁ। ତାଙ୍କର ଛୁଆଁ ଜିନିଷ, ଯେପରି ଆଶ୍ରାବାଡି, ମୋବାଇଲ୍‌ ଫୋନ୍‌କୁ ପରିଷ୍କାର ରଖନ୍ତୁ । କୁଟୁମ୍ବ, ବନ୍ଧୁଙ୍କୁ ଘରକୁ ଡାକନ୍ତୁ ନାହିଁ । ବୟସ୍କଙ୍କ ସଙ୍ଗରେ ଘରେ ଭିତରେ ମଧ୍ୟ ଦୂରତ୍ବ ରଖନ୍ତୁ ବୋଲି କହିଛନ୍ତି ବାଗ୍‌ଚୀ । ଅଯଥା ଡାକ୍ତରଖାନାକୁ, କ୍ଲିନିକ୍‌କୁ ନିଅନ୍ତୁ ନାହିଁ । ଟ୍ରେନ୍‌, ଉଡାଜାହାଜ, ବସ୍‌ରେ ତାଙ୍କୁ ଯାତ୍ରା କରିବାକୁ ଦିଅନ୍ତୁ ନାହିଁ । ନିଜେ ଭିଡ ଜାଗାକୁ ଯାଆନ୍ତୁ ନାହିଁ, ବାହାରୁ ଆସି ପରିଚ୍ଛନ୍ନତାର ସବୁ ନିୟମ ପାଳନ କରନ୍ତୁ। ବୟସ୍କଙ୍କ ଶାରିରୀକ, ମାନସିକ ହିତ ପ୍ରତି ଧ୍ୟାନ ଦିଅନ୍ତୁ । ଜ୍ବର, ଶ୍ବାସ କଷ୍ଟର ଲକ୍ଷଣ ଦେଖିଲେ 104ରେ ଯୋଗାଯୋଗ କରନ୍ତୁ ।

ସେହିପରି ହୋମ୍‌ କ୍ବାରେଣ୍ଟିନ୍‌ରେ ଭାଙ୍ଗୁଥିବା ଲୋକଙ୍କୁ ଚେତାବନୀ ଦେଇଛନ୍ତି ବାଗ୍‌ଚୀ । ଗ୍ରାମାଞ୍ଚଳରେ ବାହାରୁ ଆସୁଥିବା ଲୋକଙ୍କ ପାଇଁ ପଞ୍ଚାୟତ ସ୍ତରରେ ଟିଏମ୍‌ସି ବା ସଙ୍ଗରୋଧ କେନ୍ଦ୍ର ନିର୍ମାଣ ହୋଇଥିବାବେଳେ ସହରାଞ୍ଚଳରେ ବାହାରୁ ଆସୁଥିବା ଲୋକଙ୍କ ପାଇଁ ହୋମ୍‌ କ୍ବାରେଣ୍ଟାଇନ୍‌ ରଖାଯାଇଛି । ତେବେ ହୋମ୍‌ କ୍ବାରେଣ୍ଟିନ୍‌ରେ ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ ବୋଲଇ କହିଛନ୍ତି ବାଗ୍‌ଚୀ । କରୋନାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବାଗ୍‌ଚୀ ।

Related posts