Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ କଟକଣାକୁ ଫୁ’ : ଜୁନାଗଡ ସମବାୟ ବ୍ୟାଙ୍କରେ ସାମାଜିକ ଦୂରତ୍ବର ଉଲ୍ଲଂଘନ
ଆଜିର ଖବର

ସରକାରୀ କଟକଣାକୁ ଫୁ’ : ଜୁନାଗଡ ସମବାୟ ବ୍ୟାଙ୍କରେ ସାମାଜିକ ଦୂରତ୍ବର ଉଲ୍ଲଂଘନ

June 28, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି : ସାଂପ୍ରତିକ ଲକଡାଉନ ସ୍ଥିତିରେ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଜୁନାଗଡସ୍ଥିତ ସମବାୟ ବ୍ୟାଙ୍କରେ ଏହାକୁ ଅଣଦେଖା କରାଯାଉଥିବା ଦେଖାଯାଉଛି । ଧାନ ଅମଳ ହେବାପରେ ମଣ୍ଡିରେ ଧାନ ବିକି ସାରିବା ପରେ ଚାଷୀର ଜମା ଖାତାରେ ଧାନର ମୂଲ୍ୟ ପଇଠ ହେବାପରେ ଟଙ୍କା ଉଠାଣ ପାଇଁ ସମବାୟ ବ୍ୟାଙ୍କରେ ଚାଷୀଙ୍କ ଭିଡ ହେଉଥିବାର କୁହାଯାଉଛି ।

ଜୁନାଗଡ ପ୍ରାଥମିକ କୃଷି ସମବାୟ ସମିତି ପରିସରରେ ଥିବା ପୁରୁଣା କୋଠାରେ ବିସିସି ବେଙ୍କର ଜୁନାଗଡ ଶାଖା ପରିଚାଳିତ ହେଉଥିବା ବେଳେ ଗ୍ରାହକ ମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ନଥିବା ଏବଂ ଟଙ୍କା ଉଠାଣ ପାଇଁ ବିଳମ୍ବ ହେଉଥିବା ଦୃଷ୍ଟିରୁ ଏଭଳି ଭିଡ ହେଉଥିବା ପରିଲକ୍ଷିତ ହେଉଛି ।

ଗ୍ରାହକ ମାନେ ମଧ୍ୟ ସାମାଜିକ ଦୂରତା ଅବଲମ୍ବନ କରୁନଥିବା କିମ୍ବା ମାସ୍କ ବ୍ୟବହାର କରୁନଥିବା ଦେଖାଯାଉଛି । ଏପରିକି ଏଠାରେ କାର୍ଯ୍ୟରତ କର୍ମଚାରୀମାନେ ନିକଟସ୍ଥ ଦୋକାନ ବଜାରକୁ ପିଅନକୁ ସାଙ୍ଗରେ ନେଇ ଯାଉଥିବା ବେଳେ ମଧ୍ୟ ମାସ୍କ ବ୍ୟବହାର କରୁନଥିବା କିମ୍ବା ସାମାଜିକ ଦୂରତା ଅବଲମ୍ବନ କରୁନଥିବା ଦେଖାଯାଉଛି ।

ଜୁନାଗଡ ସହର କଳାହାଣ୍ଡି ଜିଲ୍ଲାର ପ୍ରମୁଖ୍ୟ ବାଣିଜ୍ୟସ୍ଥଳ ହୋଇଥିବା କାରଣରୁ ବେଙ୍କ ମାନଙ୍କରେ ପ୍ରାୟତଃ ଭିଡ ରହୁଥିବା ବେଳେ ବେଙ୍କ କର୍ତ୍ତୃପକ୍ଷ ସାଂପ୍ରତିକ ସ୍ଥିତିରେ ସାମାଜିକ ଦୂରତା ପ୍ରତି କୌଣସି ଗୁରୁତ୍ୱ ଦେଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ବ୍ୟାଙ୍କ ମାନଙ୍କରେ ମାସ୍କ ବ୍ୟବହାର ଓ ହାତ ଧୋଇବା ସାଙ୍ଗକୁ ସାମାଜିକ ଦୂରତ୍ୱ ପ୍ରତି ଜନସଚେତନତା ସୃଷ୍ଟି କରାଯିବା ପାଇଁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସୋଆ ଆଇଡିଆଥନ୍‌: ଅଫ୍‌ଲାଇନ୍‌ ପର୍ଯ୍ୟାୟ ଓ ଏସ୍‌ଆଇଏଚ୍‌-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ

September 4, 2026

କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ସମ୍ପର୍କରେ କର୍ମଶାଳା ଆୟୋଜିତ

September 4, 2026

ଓଏଏସ ରୁ ଆଇଏଏସ ହେଲେ ଚଉଦ ଜଣ ଅଫିସର, ଜାଣନ୍ତୁ ସେମାନଙ୍କର ନାମ

September 4, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ଅହୋରାତ୍ର ଧାରଣା ଆରମ୍ଭ, ଜାଣନ୍ତୁ କାରଣ

September 4, 2026
Latest News

ସୋଆ ଆଇଡିଆଥନ୍‌: ଅଫ୍‌ଲାଇନ୍‌ ପର୍ଯ୍ୟାୟ ଓ ଏସ୍‌ଆଇଏଚ୍‌-୨୦୨୬ ପାଇଁ ୫୦ଟି ଛାତ୍ର ଦଳ ମନୋନୀତ

September 4, 2026

କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ସମ୍ପର୍କରେ କର୍ମଶାଳା ଆୟୋଜିତ

September 4, 2026

ଓଏଏସ ରୁ ଆଇଏଏସ ହେଲେ ଚଉଦ ଜଣ ଅଫିସର, ଜାଣନ୍ତୁ ସେମାନଙ୍କର ନାମ

September 4, 2026

ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ଅହୋରାତ୍ର ଧାରଣା ଆରମ୍ଭ, ଜାଣନ୍ତୁ କାରଣ

September 4, 2026

ଜନ୍ମାଷ୍ଟମୀରେ ସବୁଠାରୁ ପ୍ରସିଦ୍ଧ କୃଷ୍ଣ ମନ୍ଦିର ଦର୍ଶନ କରି ଦୂର କରନ୍ତୁ ସମସ୍ତ ଦୁଃଖ ଓ ଯନ୍ତ୍ରଣା

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.