କନକପୁର ବଜାର ନୁଆପୋଖରୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ : ହତ୍ୟା ନା ଆତ୍ମହତ୍ୟା ?

Published: Jul 1, 2020, 11:30 am IST

ରମେଶ ମହାନ୍ତି

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଝଙ୍କଡ଼ ଶାରଳା ମନ୍ଦିର ନିକଟସ୍ଥ କନକପୁର ବଜାର ଗ୍ରାମ୍ୟବ୍ୟାଙ୍କ ନିକଟରେ ଥିବା ନୁଆପୋଖରୀରୁ ମଙ୍ଗଳବାର ସଂଧ୍ୟାରେ ଏକ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ସୂଚନାନୁଯାୟୀ ସଂନ୍ଧ୍ଯା ସମୟରେ ଜନୈକ ସ୍ଥାନୀୟ ଲୋକ ଉକ୍ତ ପୋଖରୀକୁ ସୌଚ ହେବାକୁ ଯାଇଥିବା ବେଳେ ଉକ୍ତ ଯୁବକର ମୃତଦେହ ପୋଖରୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ଘଟଣାସ୍ଥଳରେ କନକପୁର ପୋଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ବୋଲି କୁହାଯାଉଛି।

ମୃତ ଯୁବକର ଘର ନିକଟସ୍ଥ କୋଷ୍ଟିମଲ୍ଲିକାପୁର ପଞ୍ଚାୟତ ସ୍ଥିତ ବାଖରପୁର୍ ଗ୍ରାମର ଅକ୍ଷୟ ପଣ୍ଡାଙ୍କ ବଡପୁଅ ନାରାୟଣ ପଣ୍ଡା (ବୁଲୁ) ୩୫ ବୋଲି କୁହାଯାଉଛି। ସେ କନକପୁର ସ୍ଥିତ ଏକ କୋଚିଙ୍ଗ ସେଣ୍ଟରରେ ପିଲାଙ୍କୁ ପାଠ ପଢାଉଥିଲେ ବୋଲି କୁହାଯାଉଛି। ସୂଚନାନୁଯାୟୀ ବୁଲୁ ସଂନ୍ଧ୍ୟା ପ୍ରାୟ ୫ଟା ବେଳେ କନକପୁର ବଜାର ମାର୍କେଟ୍ କମ୍ପ୍ଲେକ୍ସ ସ୍ଥିତ ଏକ ବ୍ୟାଙ୍କ ଫ୍ରାନ୍ଚାଇଜରୁ ଟଙ୍କା ଉଠାଇବା ପରେ ଅନ୍ୟ ଯୁବକଙ୍କ ସହିତ ମିଶି ଉକ୍ତ ପୋଖରୀ ନିକଟରେ ନିଶା ସେବନ କରୁଥିଲା ବୋଲି ଶୁଣିବାକୁ ମିଳୁଛି।ପୋଲିସ ପହଞ୍ଚି ଉକ୍ତ ମୃତ ଯୁବକର ଶବ ଜବତ କରିବା ସହ ରାତିରେ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମୃତଦେହ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Related posts