ବେଗୁନିଆପଡା ବଜାରକୁ ସାତ ଦିନ ପାଇଁ ବନ୍ଦ କଲେ ସରପଞ୍ଚ

Published: Jul 1, 2020, 4:03 pm IST

ପିଣ୍ଟୁ ବିଷାେୟୀ

ବେଗୁନିଆପଡା : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣ ତାର କାୟା ବିସ୍ତାର କରିଚାଲିଛି ତେବେ ବେଗୁନିଆପଡା ବ୍ଲକର ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ବେଗୁନିଆପଡ଼ା ବଜାର। ଏହି ବଜାରରେ ଦୈନଦିନ ହଜାର ହଜାର ଲୋକ ଭିଡ ଜମାଉ ଥିଲେ। ବଜାରରେ ଅନେକ ଲୋକ ବିନା ମାସ୍କ ଓ ସାମାଜିକ ଦୂରତ୍ୱ ଅବମାନନା କରୁଥିଲେ । ଯାହାକି ପ୍ରଶାସନ ପାଇଁ ମଧ୍ୟ ଚିନ୍ତାର ବିଷୟ ପାଲଟି ଥିଲା। କରୋନା ସଂକ୍ରମଣ ନ ବ୍ୟାପିବା ଏବଂ ବଜାରରେ ଭିଡ କମାଇବା ଆଦିକୁ ନଜରରେ ରଖି ନୁଆଁ ସାହି ନିକଟବର୍ତ୍ତୀ ହନୁମାନ ମନ୍ଦିର ଠାରୁ ଶୌଚାଳୟ ପଯ୍ୟନ୍ତ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଆଗାମୀ 7 ଦିନ ପାଇଁ ବନ୍ଦ କଲେ ସରପଞ୍ଚ ଅରୁଣ କୁମାର ମାଝୀ ।

ତେବେ ବ୍ୟବସାୟୀ ମାନେ ଯଦି ଆବଶ୍ୟକ ମନେ କରନ୍ତି ତେବେ ଠେଲା ଗାଡି ବା ଟ୍ରଲି ଗାଡି ମାଧ୍ୟମରେ ଡୋର ଟୁ ଡୋର ବିକ୍ରି କରିପାରିବେ ମାତ୍ର ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ ବୋଲି ସରପଞ୍ଚ ଉଲ୍ଲେଖ କରିଛନ୍ତି |ଏଥିସହ ସରକାରଙ୍କ ସମସ୍ତ ନିୟମ ପାଳନ କରି ସରକାରଙ୍କୁ ସହଯୋଗ କରିବା ପାଇଁ ମଧ୍ୟ ସରପଞ୍ଚ ଅନୁରୋଧ କରିଛନ୍ତି ।

Related posts