Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜସ୍ଥାନ ରାଜନୀତି, ଶକ୍ତି ପ୍ରଦର୍ଶନ ପରେ ସମର୍ଥକଙ୍କୁ ଧରି ରିସୋର୍ଟ ଗଲେ ଗେହଲଟ୍
ଆଜିର ଖବର

ରାଜସ୍ଥାନ ରାଜନୀତି, ଶକ୍ତି ପ୍ରଦର୍ଶନ ପରେ ସମର୍ଥକଙ୍କୁ ଧରି ରିସୋର୍ଟ ଗଲେ ଗେହଲଟ୍

July 13, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜୟପୁର, ରାଜସ୍ଥାନରେ କଂଗ୍ରେସ ସରକାରଙ୍କୁ ବଞ୍ଚାଇବା ଉଦ୍ୟମରେ ଦଳ ପକ୍ଷରୁ ଭରପୂର ଉଦ୍ୟମ ହୋଇଥିଲେ ହେଁ ତାହା ବିଶେଷ ସଫଳ ହୋଇନାହିଁ। ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ବିଦ୍ରୋହ ପରେ ରାଜ୍ୟରେ କଂଗ୍ରେସ ପ୍ରତି ଦେଖା ଦେଇଥିବା ବିପଦ ଏବେ ବି ଦୂର ହୋଇନାହିଁ। ଦଳର ବରିଷ୍ଠ ନେତା ତଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରଣଦୀପ ସୂର୍ଯ୍ୟେୱାଲା ଜୟପୁରରେ ରହି ସ୍ଥିତି ପ୍ରତି ନଜର ରଖିଛନ୍ତି। କିନ୍ତୁ ପାଇଲଟଙ୍କ ସହ ତାଙ୍କର ଯୋଗାଯୋଗ ହୋଇ ପାରିନାହିଁ। ଗେହଲଟ ଓ ପାଇଲଟଙ୍କ ମଧ୍ୟରେ ବୁଝାମଣା ନେଇ କୌଣସି ସୂତ୍ର ବାହାରି ପାରିନାହିଁ।

କିନ୍ତୁ ବଡ଼ ଘଚଣାକ୍ରମରେ ମୁଖ୍ୟମନ୍ତ୍ରୀ ଗେହଲଟ୍‌ ଆଜି ଶହେରୁ ଅଧିକ ବିଧାୟକଙ୍କୁ ନେଇ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ସେ ତାଙ୍କ ସରକାରୀ ବାସଭବନରେ ଡାକିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ୧୩୦ରୁ ୧୦୭ ବିଧାୟକ ଯୋଗ ଦେଇଥିଲେ। ସଚିନ୍‌ ପାଇଲଟଙ୍କ ସମେତ 23 ଜଣ ବିଧାୟକ ବୈଠକରେ ନଥିଲେ। ହେଲେ ଏବେ ବି ଗେହଲଟ ଦାବି କରୁଛନ୍ତି ଯେ, ତାଙ୍କ ସପକ୍ଷରେ ବହୁମତ ରହିଛି। କିନ୍ତୁ ପାଇଲଟ ତାଙ୍କ ପଛରେ 30 ଜଣ ବିଧାୟକଙ୍କ ସମର୍ଥନ ରହିଥିବା ଗତକାଲି କହିଥିବା ବେଳେ ଆଜିର ବୈଠକ ପରେ ଗଣିତ ଟିକିଏ ବଦଳି ଯାଇଛି।

ଏହି ଦୃଷ୍ଟିରୁ କଂଗ୍ରେସ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ଏକ ରିସୋର୍ଟକୁ ବସ୍‌ ଯୋଗେ ପଠାଇ ଦିଆଯାଇଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମଧ୍ୟ ତାଙ୍କ ବିଧାୟକମାନଙ୍କ ସହିତ ବସ୍‌ରେ ରିସୋର୍ଟକୁ ଯାଇଛନ୍ତି।

ଉପ ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ ଗତକାଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବା ପରେ ରାଜସ୍ଥାନରେ ଏହି ରାଜନୈତିକ ସଙ୍କଟ ଆରମ୍ଭ ହୋଇଛି।

ରାଜସ୍ଥାନ ରାଜନୀତି
Share. Facebook Twitter LinkedIn Email WhatsApp Copy Link

Related Posts

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026

ବିଜୟ ସରକାରଙ୍କୁ ଝଟକା: ଏହି ନିଷ୍ପତ୍ତିକୁ ରଦ୍ଦ କଲେ ମାଡ୍ରାସ ହାଇକୋର୍ଟ 

July 27, 2026
Latest News

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.