ଆଜି ପୁଣି 4 ଜଣଙ୍କ ଜୀବନ ନେଲା କରୋନା : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 74କୁ ବୃଦ୍ଧି

Published: Jul 14, 2020, 11:02 am IST

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 4 ଜଣଙ୍କ ଜୀବନ ନେଇଛି କରୋନା  । ଆଜି ରାଜ୍ୟରେ 4 ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ରହିଛନ୍ତି ।

ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ଜଣେ 71 ବର୍ଷ ଆକ୍ରାନ୍ତ ରହିଛନ୍ତି । ସେ ଓରାଲ୍‌ କ୍ୟାନସରରେ ମଧ୍ୟ ପୀଡ଼ିତ ଥିଲେ । ସେହିପରି ଅନ୍ୟ ଜଣେ ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର 40 ବର୍ଷର ମହିଳା ବୋଲି ଜଣାପଡିଛନ୍ତି ।

ସେହିପରି ଅନ୍ୟ ଜଣେ ଭୁବନେଶ୍ବରର 71  ବୟସ୍କ ବୋଲି ସୂଚନା ରହିଛି । ସେ ବ୍ଲଡ୍‌ କ୍ୟାନସରରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି ।

ଅନ୍ୟ ମୃତକ ଜଣକ ଗଞ୍ଜାମ ଜିଲ୍ଲାର । 80 ବର୍ଷୀୟ ବୃଦ୍ଧ ବ୍ୟକ୍ତି ଜଣକ ଡାଇବେଟିସ୍‌ ଓ ହୃଦରୋଗରେ ପୀଡ଼ିତ ଥିଲେ ବୋଲି ସୂଚନା ରହିଛି ।

ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 44କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ 12ଜଣ ମୃତ୍ୟୁବରଣ କରିଥିବାବେଳେ କଟକ ଜିଲ୍ଲାରେ 8ଜଣଙ୍କ ମୃତ୍ୟୁ ହୋଇଛି ।

ଆଜି 4 ମୃତକଙ୍କ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 74କୁ ବୃଦ୍ଧି ହୋଇଛି ।

ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁର ଭିନ୍ନ କାରଣ ଦର୍ଶାଇଛନ୍ତି ସରକାର । ସୁନ୍ଦରଗଡରୁ ଆଜି ଜଣେ 1ବର୍ଷ ତିନି ମାସର ଶିଶୁର ମୃତ୍ୟୁ ହୋଇଛି । ଶିଶୁଟି କରୋନାରେ ପୀଡ଼ିତ ଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଥିବାର ସୂଚନା ରହିଛି । ଏଯାବତ୍‌ କରୋନା ଆକ୍ରାନ୍ତ ହୋଇ ଭିନ୍ନ କାରଣରୁ ମୃତ୍ୟୁ ସଂଖ୍ୟା 22କୁ ବୃଦ୍ଧି ହୋଇଛି ।

Related posts