ରାଜ୍ୟରେ ରେକର୍ଡ ସଂଖ୍ୟକ ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Published: Aug 4, 2020, 8:02 pm IST

ଭୁବନେଶ୍ବର: ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୧୪୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆଜି ରାଜ୍ୟର ସର୍ବାଧିକ ୨୫୮ ଜଣ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହା ସହିତ ଖୋର୍ଦ୍ଧାରୁ ୨୧୮, ରାୟଗଡାରୁ ୧୨୮, ସୁନ୍ଦରଗଡରୁ ୧୨୨, ପୁରୀରୁ ୧୨୧, ଗଜପତିରୁ ୧୨୦, କୋରାପୁଟରୁ ୮୪, କଟକରୁ ୬୮, ବାଲେଶ୍ବରରୁ ୫୮, ନବରଙ୍ଗପୁରରୁ ୩୪, କନ୍ଧମାଳରୁ ୩୦, ଯାଜପୁରରୁ ୨୫, ମାଲକାନଗିରିରୁ ୨୪, କେନ୍ଦୁଝରରୁ ୧୯, ବଲାଙ୍ଗୀରରୁ ୧୬, ବରଗଡରୁ ୧୨, କେନ୍ଦ୍ରାପଡାରୁ ୧୨, ଝାରସୁଗୁଡାରୁ ୧୧, ନୟାଗଡରୁ ୧୦, ବୌଦ୍ଧରୁ ୯, ନୂଆପଡାରୁ ୮, ମୟୂରଭଞ୍ଜରୁ ୭, ଢେଙ୍କାନାଳରୁ ୫, ଭଦ୍ରକରୁ ୪, ଜଗତସିଂପୁର ଓ ଅନୁଗୁଳରୁ ୨ ଜଣ ଲେଖାଏଁ ଏବଂ ଦେଓଗଡ ଓ କଳାହାଣ୍ଡି ରୁ ଜଣେ ଲେଖାଏଁ  ଆରୋଗ୍ଯ ଲାଭ କରିଛନ୍ତି। ଏବେ ରାଜ୍ୟରେ  ସମୁଦାୟ ୨୪,୪୮୨ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କଲେଣି।

Related posts