ଆତ୍ମହତ୍ୟା କଲେ 16 ବର୍ଷୀୟା ଯୁବତୀ, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

Published: Aug 19, 2020, 5:03 pm IST

ବରେଲୀ : ସାଧାରଣତଃ ମାନସିକ ଚାପ ପାଇଁ ଜଣେ ଆତ୍ମହତ୍ୟା କରିଥାଏ । ତେବେ ଜଣେ ନାବାଳିକା ଏକ ଭିନ୍ନକାରଣ ପାଇଁ ଆତ୍ମହତ୍ୟା କରିଥିବାର ଜଣାପଡିଛି। ଜନସଂଖ୍ୟା ବୃଦ୍ଧିକୁ ନେଇ ଆତ୍ମହତ୍ୟାର ପନ୍ଥା ବାଛି ନେଇଛି 16 ବର୍ଷୀୟା ବାଳିକା ।  ଜନସଂଖ୍ୟା ବୃଦ୍ଧି, ପ୍ରଦୂଷଣ ଓ ଦୁର୍ନୀତି କାରଣରୁ ଆତ୍ମହତ୍ୟାର ପନ୍ଥା ବାଛି ନେଇଛନ୍ତି ବରେଲୀର ଏହି 16 ବର୍ଷୀୟ ଛାତ୍ରୀ । ନିଜର ମୃତ୍ୟୁ ପୂର୍ବରୁ 18 ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ଲେଖି ଯୁବତୀ ଜଣକ ଆତ୍ମହତ୍ୟା କରିଥିଲେ । ସମ୍ଭଲର ବାରବାଳାର ଏକ ଘରୋଇ ସ୍କୁଲରେ ପଢୁଥିବା ଯୁବତୀ ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହି ସମସ୍ତ ବିଷୟ ଉପରେ ଆଲୋଚନା କରିବାକୁ ଚାହୁଁଥିବା ସୁଇସାଇଡ ନୋଟରେ ଉଲ୍ଲେଖ କରାଯାଇଛି ।ଯୁବତୀ ଜଣକ ସ୍ୱାଧୀନତା ଦିବସରେ ଆତ୍ମହତ୍ୟାର ପଥ ବାଛି ନେଇଥିଲେ ।

ଜନସଂଖ୍ୟା ବୃଦ୍ଧି ସହିତ ଦୀପାବଳିରେ ବାଣଫୁଟା ଏବଂ ହୋଲିରେ ରଙ୍ଗର ବ୍ୟବହାର ବନ୍ଦ କରିବା ପାଇଁ ମୋଦିଙ୍କୁ ଅନୁରୋଧ କରିବାକୁ ଚାହୁଁଥିଲେ ବୋଲି ଯୁବତୀ ଜଣକ ଉଲ୍ଲେଖ କରିଛନ୍ତି । ଯେଉଁ ସମାଜରେ ବୃଦ୍ଧ ପିତା ମାତାଙ୍କୁ ବୃଦ୍ଧାଶ୍ରମରେ ରହିବାକୁ ପଡୁଛି ସେପରି ସମାଜରେ ମୁଁ ରହିବାକୁ ଚାହୁଁନି ବୋଲି ଲେଖି ଯୁବତୀ ଜଣକ ଆତ୍ମହତ୍ୟା କରିଥିଲେ ।  (ଏଜେନ୍ସି)

Related posts