Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥର ନୂତନ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ ଭାବେ ଯୋଗଦେଲେ ପ୍ରଭାକର ବାବୁରାଓ ନିନାୱେ  
ଆଜିର ଖବର

ପୂର୍ବତଟ ରେଳପଥର ନୂତନ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ ଭାବେ ଯୋଗଦେଲେ ପ୍ରଭାକର ବାବୁରାଓ ନିନାୱେ  

September 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥର ନୂତନ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ ଭାବେ ଯୋଗଦେଲେ ପ୍ରଭାକର ବାବୁରାଓ ନିନାୱେ

ଭୁବନେଶ୍ବର: ୧୯୮୬ ବ୍ୟାଚ୍ ର ଭାରତୀୟ ରେଳବାଇ ଷ୍ଟୋରସ ସର୍ଭିସ (ଆଇଆରଏସଏସ) ର ବରିଷ୍ଠ ଅଧିକାରୀ ପ୍ରଭାକର ବାବୁରାଓ ନିନାୱେ ପୂର୍ବ ତଟ ରେଳପଥର ନୂତନ ପ୍ରମୁଖ ଭଣ୍ଡାର ପ୍ରବନ୍ଧକ (ପିସିଏମଏମ-PCMM) ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହି ନୂତନ ପଦରେ ଯୋଗଦେବା ପୂର୍ବରୁ ଶ୍ରୀ ନୀନାୱେ ଚେନ୍ନାଇର ପେରାମ୍ବୁରର ଇଣ୍ଟିଗ୍ରେଟେଡ୍ କୋଚ୍ କାରଖାନା (ଆଇସିଏଫ୍) ର ମୁଖ୍ୟ ଭଣ୍ଡାର ପ୍ରବନ୍ଧକ (ସିଏମ୍ଏମ୍) ଭାବରେ କାର୍ଯ୍ୟ କରୁଥିଲେ।

ନିନାୱେ ଭାରତୀୟ ରେଳବାଇର ବିଭିନ୍ନ ପଦ ପଦବୀ ଯଥା ପଶ୍ଚିମ ରେଳପଥର ରାଜକୋଟ ଡିଭିଜନର ମଣ୍ଡଳ ରେଳବାଇ ପ୍ରବନ୍ଧକ, ଦକ୍ଷିଣ କେନ୍ଦ୍ରୀୟ ରେଳପଥର ନIନ୍ଦେଡ ଡିଭିଜନର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ, ସିକନ୍ଦରାବାଦସ୍ଥ ଦକ୍ଷିଣ କେନ୍ଦ୍ରୀୟ ରେଳପଥର ମୁଖ୍ୟ ଭଣ୍ଡାର ପ୍ରବନ୍ଧକ, ଚେନ୍ନାଇସ୍ଥ ଦକ୍ଷିଣ ରେଳପଥ ଏବଂ ମୁମ୍ବାଇ ସ୍ଥିତ କେନ୍ଦ୍ରୀୟ ରେଳପଥରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଛନ୍ତି। ସେ କେନ୍ଦ୍ରୀୟ ରେଳପଥର ମୁମ୍ବାଇ ଏବଂ ହୁଵୁଲି ସ୍ଥିତ ଦକ୍ଷିଣ ପଶ୍ଚିମ ରେଳପଥରେ ମଧ୍ୟ ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରିଛନ୍ତି।

ନାଗପୁର ସ୍ଥିତ ଏନଆଇଟିରୁ ବିଟେକ୍ ଏବଂ ପରେ ଆଇଆଇଟି ମୁମ୍ବାଇରୁ ଏମଟେକ୍ ଡିଗ୍ରୀ ହାସଲ କରି ଶ୍ରୀ ନୀନାୱେ ୧୯୮୯ ମସିହାରେ କେନ୍ଦ୍ରୀୟ ରେଳପଥର ମୁମ୍ବାଇ ଠାରେ ସହାୟକ ଭଣ୍ଡାର ପ୍ରବନ୍ଧକ ଭାବେ ଯୋଗଦାନ କରିଥିଲେ। ଅନ୍ତରାଷ୍ଟ୍ରୀୟ ଷ୍ଟ୍ରାଟେଜିକ୍ ମ୍ୟାନେଜମେଣ୍ଟ ପ୍ରସିକ୍ଷଣ ସଂଗଠନ ପକ୍ଷରୁ ସେ ୨୦୧୨ ମସିହାରେ ଚାଇନାର ସାଙ୍ଘIଇକୁ ଏବଂ ଫ୍ରାନ୍ସର ପ୍ୟାରିସ ଓ ଲିଅନ ଠାରେ ଷ୍ଟ୍ରାଟେଜିକ୍ ମ୍ୟାନେଜମେଣ୍ଟ ସମ୍ବନ୍ଧରେ ପ୍ରସିକ୍ଷଣ ନେଇଛନ୍ତି। ସେହିପରି ୨୦୧୮ ମସିହାରେ ସେ ଇଟାଲୀ ସ୍ଥିତ ମିଲନର ବାକୋନି ଠାରେ ମଧ୍ୟ ଷ୍ଟ୍ରାଟେଜିକ୍ ମ୍ୟାନେଜମେଣ୍ଟ ସମ୍ବନ୍ଧରେ ପ୍ରସିକ୍ଷଣ ନେଇଛନ୍ତି।  ୨୦୧୪ ମସିହାରେ ସେ ଭାରତ ସ୍କାଉଟ ଓ ଗାଇଡ୍ସ  ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ଶ୍ରୀଲଙ୍କା ର କଲମ୍ବୋ ଯାଇଥିଲେ।

ଭାରତୀୟ ରେଳବାଇରେ ଉଲ୍ଲେଖନୀୟ ସେବା ତଥା ଉତ୍ତମ ପ୍ରଦର୍ଶନ ପାଇଁ ଶ୍ରୀ ନାନାୱେ ରେଳ ମନ୍ତ୍ରୀଙ୍କ ଠାରୁ ଜାତୀୟ ରେଳବାଇ  ପୁରସ୍କାର ଗ୍ରହଣ କରିଛନ୍ତି।

ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେଲେ ବିରୋଧୀ ନେତା

October 9, 2026

୨ କଲରାପତରିଆ ଛାଲ ଜବତ, ୬ ଗିରଫ

October 9, 2026

୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

October 9, 2026
Latest News

ପୁଣି ଜନ୍ତରମନ୍ତରଠାରେ ଆନ୍ଦୋଳନ କରିବ ସିଜେପି

October 9, 2026

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେଲେ ବିରୋଧୀ ନେତା

October 9, 2026

୨ କଲରାପତରିଆ ଛାଲ ଜବତ, ୬ ଗିରଫ

October 9, 2026

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌

October 9, 2026

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.