Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏଥର ଅନ୍‌ଲାଇନ୍‌ରେ ହେବ ଗର୍‌ବା, ଘରେ ବସି ଭାଗ ନେଇ ପାରିବେ ପ୍ରତିଯୋଗୀ
ଆଜିର ଖବର

ଏଥର ଅନ୍‌ଲାଇନ୍‌ରେ ହେବ ଗର୍‌ବା, ଘରେ ବସି ଭାଗ ନେଇ ପାରିବେ ପ୍ରତିଯୋଗୀ

October 11, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଇନ୍ଦୋର୍‌ :କରୋନା ପ୍ରକୋପ ଯୋଗୁଁ ଦେଶରେ ପର୍ବ ପର୍ବାଣୀର ଚମକ ପୂରା ଫିକା ପଡିଯାଇଛି । ସାର୍ବଜନିକ ପୂଜାକୁ ବାରଣ କରାଯାଇଥିବାବେଳେ ସମସ୍ତ ପର୍ବ ପର୍ବାଣୀକୁ କଟକଣା ଭିତରେ ପାଳନ କରାଯାଉଛି । କିନ୍ତୁ କରୋନାକୁ ଦୃଷ୍ଟିରେ ରଖି କେହି କେହି ପର୍ବ ପର୍ବାଣୀ ମନାଇବା ପାଇଁ ଏହାର ଅନନ୍ୟ ଉପାୟ ମଧ୍ୟ ବାହାର କରୁଛନ୍ତି ।  ଅପରପକ୍ଷରେ, କରୋନା ଯୋଗୁଁ ଡିଜିଟାଲ୍‌ ବ୍ୟବହାର ବହୁଳ ମାତ୍ରାରେ ବଢିଛି । ଅନଲାଇନ୍‌ କିଣା ବିକାଠାରୁ ଆରମ୍ଭ କରି ଅନଲାଇନ୍‌ ପାଠପଢା, ଅନଲାଇନ୍‌ ବିବାହ । ଏବେ ଅନଲାଇନ୍‌ରେ ଗର୍‌ବା ପ୍ରତିଯୋଗିତା ହେବାନେଇ କେହି କେହି ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଶାରଦୀୟ  ନବରାତ୍ରିରେ ଗର୍‌ବା ଏକ ପ୍ରମୁଖ ବିଷୟ ହୋଇଥିବାବେଳେ କରୋନା କାଳରେ ସାମୂହିକ ଗର୍‌ବା ପାଇଁ ବାରଣ କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ଉତ୍ସର୍ବଧର୍ମୀ ସହର ଇନ୍ଦୋରରେ ଆଗାମୀ ନବଦୁର୍ଗୋତ୍ସବ ପାଇଁ ଅନ୍‌ଲାଇନ୍‌ ଗର୍‌ବା କାର୍ଯ୍ୟକ୍ରମ  ପ୍ରସ୍ତୁତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ନିଜ ଘରୁ ସାମିଲ୍‌ ହୋଇ ପାରିବେ ।

ଜିଲ୍ଲାଧିକାରୀ ମନୀଷ ସିଂହଙ୍କ ସରକାରୀ ଦିଶା ନିର୍ଦ୍ଦେଶ ଜାରି କରିବା ପାରମ୍ପରିକ ପ୍ରକ୍ରିୟାରେ ଗର୍‌ବା କାର୍ଯ୍ୟକ୍ରମ ଆୟୋଜନକୁ ଅନୁମତି ଦେଇନାହାନ୍ତି । ଏହା ମଧ୍ୟରେ କିଛି ଆୟୋଜକ ଅନଲାଇନ୍‌ ଗର୍‌ବା ଆୟୋଜନ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏଥିପାଇଁ ସୋସିଆଲ ମିଡିଆ ଜରିଆରେ ପ୍ରତିଯୋଗୀଙ୍କୁ ଅନଲାଇନ୍‌ ପ୍ରଶିକ୍ଷଣ ମଧ୍ୟ ଦିଆଯାଛି ।

କରୋନାରୁ ରକ୍ଷା ପାଇବାକୁ ହେଲେ ସାମାଜିକ ଦୂରତ୍ବ ରଖିବା ଏକାନ୍ତ ଅପରିହାର୍ଯ୍ୟ। ଏପରିସ୍ଥଳେ ଗର୍‌ବାକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇନାହାନ୍ତି । ତେବେ କରୋନା କାଳରେ ଯଦିଓ ପାରମ୍ପରିକ ଭାବେ ଗର୍‌ବା କରିହେବ ନାହିଁ କିନ୍ତୁ ଡିଜିଟାଲ ମାଧ୍ୟମରେ ଗର୍‌ବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ହେବ ।

ତେବେ ଏହାକୁ ନେଇ କିଛିଲୋକେ ଆପତ୍ତି ଜଣାଇଛନ୍ତି । ଗର୍‌ବା ଏକ ଧାର୍ମିକ ଆୟୋଜନ । ଶ୍ରଦ୍ଧାଳୁଙ୍କ ଦ୍ବାରା ଦୁର୍ଗା ଦେବୀଙ୍କ ବିଧି ବିଧାନରେ ସ୍ଥାପିତ ପ୍ରତିମା ସାମ୍ନାରେ କରାଯାଇଥାଏ । ତେଣୁ ଅନଲାଇନ୍‌ ଗର୍‌ବାକୁ ନାପସନ୍ଦ କରିଛନ୍ତି ବହୁ ଆୟୋଜକ । ତେବେ ଯାହା ବି ହେଉ, ପବିତ୍ର ପାର୍ବଣରେ ଦୁର୍ଗତୀନାଶିନୀ ମା’ ଦୁର୍ଗା କରୋନାର ପ୍ରକୋପରୁ ସାରା ଜଗତକୁ ଉଦ୍ଧାର କରନ୍ତୁ ଏହା ହିଁ ଆମର ପ୍ରାର୍ଥନା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ସରକାରଙ୍କ ସଚିବମାନଙ୍କ ସହିତ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

July 29, 2026

NEET-UG ପେପର୍ ଲିକ୍: ୧୩ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍ ଦାଖଲ କଲା CBI

July 29, 2026

ଗ୍ରାମ ପଞ୍ଚାୟତର ସଶକ୍ତୀକରଣ ପାଇଁ ଓଡ଼ିଶାକୁ ୧୦୯ କୋଟି ଅନୁଦାନ

July 29, 2026

ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟ ସରକାର

July 29, 2026
Latest News

ଭାରତ ସରକାରଙ୍କ ସଚିବମାନଙ୍କ ସହିତ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

July 29, 2026

NEET-UG ପେପର୍ ଲିକ୍: ୧୩ ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍ ଦାଖଲ କଲା CBI

July 29, 2026

ଗ୍ରାମ ପଞ୍ଚାୟତର ସଶକ୍ତୀକରଣ ପାଇଁ ଓଡ଼ିଶାକୁ ୧୦୯ କୋଟି ଅନୁଦାନ

July 29, 2026

ରାଜ୍ୟରେ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ସଜାଗ ରାଜ୍ୟ ସରକାର

July 29, 2026

ଦୀର୍ଘଦିନ ପରେ ଶ୍ରୀମନ୍ଦିରରୁ ବାହାରିଲା ନୀଳାଚଳ ଅବଢା

July 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.