Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହସ୍ପିଟାଲର ଶୌଚାଳୟରୁ ମିଳିଲା କରୋନା ଆକ୍ରାନ୍ତଙ୍କ ଶବ : 14 ଦିନ ଧରି ପଡି ରହିଥିଲା ମୃତଦେହ
ଆଜିର ଖବର

ହସ୍ପିଟାଲର ଶୌଚାଳୟରୁ ମିଳିଲା କରୋନା ଆକ୍ରାନ୍ତଙ୍କ ଶବ : 14 ଦିନ ଧରି ପଡି ରହିଥିଲା ମୃତଦେହ

October 25, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ମୁମ୍ବାଇରୁ ଏକ ହସ୍ପିଟାଲରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତ 14 ଦିନ ଧରି ନିଖୋଜ ଥିବା କରୋନା ସଂକ୍ରମିତଙ୍କ ମୃତଦେହ ହସ୍ପିଟାଲର ଶୌଚାଳୟରୁ ଉଦ୍ଧାର ହୋଇଛି । ମୃତବ୍ୟକ୍ତିଙ୍କ ବୟସ 27 ବର୍ଷ ହୋଇଥିବାବେଳେ ସେ ଟିବିରେ ମଧ୍ୟ ପୀଡ଼ିତ ଥିଲେ। ଏହି ଘଟଣାକୁ ନେଇ ବିଏମ୍‌ସି ଉଚ୍ଚସ୍ତରୀୟ ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି । ସେହି ଓ୍ବାର୍ଡରେ କାମ କରୁଥିବା ସମସ୍ତ ହସ୍ପିଟାଲ କର୍ମଚାରୀଙ୍କୁ ନୋଟିସ୍‌ ମଧ୍ୟ ଜାରି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର 18 ତାରିଖରେ ଜଣେ ଓ୍ବାର୍ଡ ବୟ ହସ୍ପିଟାଲର ଶୌଚାଳୟର ଦୁର୍ଗନ୍ଧ ଆସୁଥିବାର ସୂଚନା ଦେଇଥିଲେ । ଏହାପରେ ହସ୍ପିଟାଲର ଶୌଚାଳୟ ଚଟାଣରୁ ମୃତଦେହ ମିଳିଥିଲା ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ରୋଗୀମାନେ ପ୍ରତିଦିନ ସେହି ଶୌଚାଳୟକୁ ବ୍ୟବହାର କରୁଥିବାବେଳେ ମୃତଦେହ ପଡିଥିବାର କିପରି ଜଣାପଡିନଥିଲା । ମୃତ ବ୍ୟକ୍ତି ଜଣକ ଟିବିରେ ପୀଡ଼ିତଥିଲେ ଏହା ପରେ ସେ କରୋନା ସଂକ୍ରମିତ ହୋଇଥିଲେ । ତେବେ ଅକ୍ଟୋବର 4 ତାରିଖରେ ଆକ୍ରାନ୍ତ ଗାଏବ ହୋଇଥିବାର ମାମଲା ଦାଏର ହୋଇଥିଲା ।

ଏହି ଘଟଣାକୁ ନେଇ ଜନତା ଦଳର ପୂର୍ବତନ ସାଂସଦ କିରୀଟି ସୌମ୍ୟା ହସ୍ପିଟାଲ ଗସ୍ତ କରିବା ସହ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ସାକ୍ଷାତ କରିଛନ୍ତି । ତେବେ 14 ଦିନ ଧରି ହସ୍ପିଟାଲର ଶୌଚାଳୟରେ ମୃତଦେହ ପଡିଥିବା ସତ୍ତ୍ବେ ଏହା ସମ୍ପର୍କରେ ହସ୍ପିଟାଲ କର୍ତ୍ତୃପକ୍ଷ କିପରି ଜାଣିପାରିନଥିଲେ ସେନେଇ ସନ୍ଦେହ ସୃଷ୍ଟି ହୋଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ବିଜେପିରେ ବିଭାଜନ?: ଅଖିଳେଶ ଯାଦବଙ୍କ ସହ ଯୋଗୀ ମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ଆରମ୍ଭ

September 30, 2026

ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା ପୁରୁଣାକଟକ-ଚାରିଛକ ମଧ୍ୟରେ ନୂତନ ରେଳ ଲାଇନ୍ କାର୍ଯ୍ୟ ନିରୀକ୍ଷଣ

September 30, 2026
Latest News

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026

ଅକ୍ଟୋବର ୧ରୁ ବଢ଼ିବ କ୍ଷୀର ଦର: ଲିଟର ପିଛା ୩ ଟଙ୍କା ମହଙ୍ଗା

September 30, 2026

ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରଶିକ୍ଷଣ, ନାଗରିକ କୈନ୍ଦ୍ରିକ ନିର୍ବାଚନ ଉପରେ ଫୋକସ୍‌

September 30, 2026

ସହକାରୀ ନିର୍ଦ୍ଦେଶକ ଗିରଫ, ଆୟଠାରୁ ୨୪୮% ଅଧିକ ସମ୍ପତ୍ତି

September 30, 2026

ବିଜେପିରେ ବିଭାଜନ?: ଅଖିଳେଶ ଯାଦବଙ୍କ ସହ ଯୋଗୀ ମନ୍ତ୍ରୀଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା ଆରମ୍ଭ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.