Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତିର୍ତ୍ତୋଲ ଉପ-ନିର୍ବାଚନ: ଜାଣନ୍ତୁ ଭୋଟର ତାଲିକାରେ ନାମ ଖୋଜିବା ପାଇଁ କ’ଣ ରହିଛି ସ୍ଵତନ୍ତ୍ର ବ୍ୟବସ୍ଥା
ଆଜିର ଖବର

ତିର୍ତ୍ତୋଲ ଉପ-ନିର୍ବାଚନ: ଜାଣନ୍ତୁ ଭୋଟର ତାଲିକାରେ ନାମ ଖୋଜିବା ପାଇଁ କ’ଣ ରହିଛି ସ୍ଵତନ୍ତ୍ର ବ୍ୟବସ୍ଥା

November 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି
ଜଗତସିଂହପୁର: ଆଜି ତିର୍ତ୍ତୋଲ ଉପ-ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ଉକ୍ତ ନିର୍ବାଚନମଣ୍ଡଳୀର ଭୋଟର ତାଲିକାରେ ନାମ ଅଛି କି ନାହିଁ ତାହା ଜାଣିବା ପାଇଁ ‘ନ୍ୟାସନାଲ ଭୋଟର୍ସ ସର୍ଭିସ୍ ପୋର୍ଟାଲ’ କୁ ଯାଇ ଯେକୌଣସି ଭୋଟର ତାଙ୍କର ନାମ ଯାଂଚ କରିପାରିବେ। ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଏହି ସେବା ଯୋଗାଇ ଦିଆଯାଇଛି। କେଉଁ ବୁଥ୍‌ରେ ଆପଣଙ୍କ ନାମ ଭୋଟର ତାଲିକାରେ ଅଛି ତାହା ଜାଣି ପାରିବେ। ଏହି ପୋର୍ଟାଲରେ ନିଜ ରାଜ୍ୟର ନିର୍ବାଚନୀୟ ତଥ୍ୟ ଯଥା – ନାମ, ପିତାଙ୍କ ନାମ, ରାଜ୍ୟ, ନିର୍ବାଚନମଣ୍ଡଳୀ, ବୟସ, ଲିଙ୍ଗକୁ ଉପଯୋଗ କରି ଯେକୌଣସି ଭୋଟର ତାଙ୍କର କେଉଁ ବୁଥ୍‌ରେ ନାମ ଅଛି ତାହା ଜାଣିପାରିବେ।

ଏତଦ୍‌ବ୍ୟତୀତ ନିଶୁକ୍ଳ ନମ୍ବର ୧୮୦୦୩୪୫୧୨୭୯ ଜଗତସିଂହପୁରକୁ ଯୋଗାଯୋଗ କରିପାରିବେ ବୋଲି ଜିଲ୍ଲାପାଳ-ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଜଣାଇଛନ୍ତି।

ଏହାସହିତ ମତଦାନ ପାଇଁ କେବଳ ଚିରିକୁଟି କିମ୍ବା ଫଟୋ ଭୋଟର ସ୍ଲିପ୍ ଯଥେଷ୍ଟ ନୁହେଁ। ଏହାବ୍ୟତୀତ ୧୨ ଗୋଟି ବିକଳ୍ପ ପରିଚୟ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଥିଲେ, ଜଣେ ଭୋଟର ବା ବ୍ୟକ୍ତି ଭୋଟଗ୍ରହଣ କେନ୍ଦ୍ରରେ ନିଜର ମତଦାନ କରିପାରିବେ। ସେଗୁଡ଼ିକ ହେଲା- ୧. ଭୋଟର ପରିଚୟ ପତ୍ର, ୨. ଡ୍ରାଇଭିଂ ଲାଇସେନ୍‌ସ, ୩. ଫଟୋଥିବା ସରକାରୀ ଚାକିରୀକ୍ଷେତ୍ରର ପରିଚୟ, ୪. ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ୍ ଓ ପୋଷ୍ଟ ଅଫିସ୍‌ର ପାସ୍ ବୁକ୍‌, ୫. ଶ୍ରମ ମନ୍ତ୍ରଣଳାୟ ପକ୍ଷରୁ ଦିଆଯାଇଥିବା ସ୍ୱାସ୍ଥ୍ୟବୀମା ସ୍ମାର୍ଟକାର୍ଡ, ୬. ସାଂସଦ, ବିଧାୟକଙ୍କୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର, ୭.ଏମ୍‌.ଏନ୍‌.ଆର୍‌.ଜି.ଏର ଜବକାର୍ଡ, ୮. ଫଟୋଥିବା ପେନ୍‌ସନ ଦସ୍ତାବିଜ୍‌, ୯. ଏନ୍‌.ପି.ଆର୍ ସ୍ମାର୍ଟକାର୍ଡ, ୧୦. ପାସ୍‌ପୋର୍ଟ, ୧୧.ପାନକାର୍ଡ ଏବଂ ୧୨. ଆଧାର କାର୍ଡ ଇତ୍ୟାଦି।

ଉପରୋକ୍ତ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଥିଲେ ଜଣେ ଭୋଟର ଭୋଟଗ୍ରହଣ କେନ୍ଦ୍ରରେ ମତଦାନ କରିପାରିବେ ବୋଲି ନିର୍ବାଚନ ଆୟୋଗ ଏକ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି।

ତିର୍ତ୍ତୋଲ ଉପ-ନିର୍ବାଚନ ଭୋଟର ତାଲିକା ମତଦାନ ସ୍ଵତନ୍ତ୍ର ବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026
Latest News

ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା: ଅଶ୍ୱିନୀ ବୈଷ୍ଣବ

February 4, 2026

ରାଇରଙ୍ଗପୁରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି

February 4, 2026

ଆଫଗାନିସ୍ତାନକୁ ପରାସ୍ତ କରି ଦଶମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପହଞ୍ଚିଲା ଭାରତ

February 4, 2026

ରେଳ କର୍ମଚାରୀମାନଙ୍କୁ ଆନ୍ତରିକ ସ୍ୱୀକୃତି ସହ ବିଶିଷ୍ଟ ରେଳ ସେବା ପୁରସ୍କାର

February 4, 2026

ନୀତି ଆୟୋଗ ତରଫରୁ ନାକଟିଦେଉଳରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମ

February 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.