Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫ମାସ ପରେ ୩ ଫେରାର୍ ଚୋରା ଗଞ୍ଜେଇ ବେପାରୀ ଗିରଫ
ଆଜିର ଖବର

୫ମାସ ପରେ ୩ ଫେରାର୍ ଚୋରା ଗଞ୍ଜେଇ ବେପାରୀ ଗିରଫ

November 16, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ ଚାରମାଳ ପୋଲିସ୍ ଗତ ମଇ ୩୧ ତାରିଖରେ ୩୫ କେଜି ଗଞ୍ଜେଇ  ଓ ୨ଟି ବାଇକ ଜବତ କରିଥିବା ଘଟଣା ସେ ସମୟରେ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । ପ୍ରକାଶ ଥାଉକି ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧରୁ ଗଞ୍ଜେଇ ଧରି ଆସୁଥିବା ଦୁଇଟି ବାଇକକୁ ତେଲିଘଣା ଛକ ନିକଟରେ ୩୧ ମଇ ରେ ସକାଳେ ଧରିବାରେ ସଫଳ ହୋଇଥିଲା । ବେପାରୀମାନେ ମୂଖ୍ୟ ରାସ୍ତାରେ ନ ଆସି ଜଙ୍ଗଲି ରାସ୍ତାରେ ଆସୁଥିବାର ଚାରମାଳ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମଧ୍ୟ ଆସିଥିଲା ।

ଗଞ୍ଜେଇ ବେପାରିମାନେ ବାଇକ ନଂ (ଓଡି ୧୫ ଏଫ୍ ୧୦୦୪) ଓ (ଓଆର୍ ୧୪ ଏମ୍ ୦୪୪୭) ରେ ୩୫ କେଜି ଗଞ୍ଜେଇ ଧରି ଆସୁଥିଲେ । ବେପାରୀମାନେ ପୋଲିସ୍ କୁ ଦେଖି ଗଞେଇ ଓ ବାଇକ ଦୁଇଟି ଛାଡି ଫେରାର ହେବରେ ସକ୍ଷମ ହୋଇଥିଲେ । ପୋଲିସ୍ ସେମାନଙ୍କୁ ଧରି ପାରି ନ ଥିଲା । ଏମିତି ଚାରମାଳ ଅଂଚଳରେ ବହୁ ଗଞେଇ ବେପାରୀ ଅନାୟାସରେ ପୋଲିସ୍ ଆଖିରେ ଧୂଳି ଦେଇ ଦିନ ଦି ପହରରେ ତ କେବେ କେବେ ରାତିରେ ଅନାୟାସରେ ଗଞେଇ ବାହାର ରାଜ୍ୟକୁ ଚାଲାଣ କରି ଫେରାର ମାରିବାରେ ମଧ୍ୟ ସକ୍ଷମ ହେଉଛନ୍ତି ।ପୋଲିସ୍ ମଧ୍ୟ ସେ ସମୟରେ ଚାରମାଳା ଥାନା କେସ୍ ନଂ ୮୯?୨୦୨୦ ରେ ଏକ କେସ୍ ରୁଜୁ ମଧ୍ୟ କରିଥିଲା । ପୋଲିସ୍ ସେମାନଙ୍କୁ ଧରିବାରେ ସଫଳ ମଧ୍ୟ ହୋଇଛି । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଚାରମାଳ ପୋଲିସ୍ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ଚାରମାଳ ଥାନା ଭୋଇପାଲି ଗ୍ରାମର  ଡମ୍ବରୁ ପ୍ରଧାନ(୩୦) କାଉଁଶିପାଣି ଗ୍ରାମର  ଉପେନ୍ଦ୍ର ପ୍ରଧାନ (୩୮) ଓ ଜୁଜୁମୁରା ଥାନା ମରମଜୁରି ଗ୍ରାମର ବୈଷ୍ନବ ମାଝୀ (୨୦) ବୋଲି ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଛନ୍ତି । ପ୍ରାୟତଃ ବେପାରୀମାନେ ବୌଦ୍ଧ ଅଂଚଳରୁ ଏହି କାରବାର କରୁଥିବା ଜଣାପଡିଛି । ଏଠାରେ ପ୍ରଶ୍ୱ ଉଠେ ଯେ , ପଡୋଶୀ ବୌଦ୍ଧରୁ ଗଞେଇ ଆସୁଥିଲେ ମଧ୍ୟ ବୌଦ୍ଧ ପୋଲିସ୍ ପେଟ୍ରୋଲିଙ୍ଗ କରୁ କରୁ ସେମାନଙ୍କୁ ଧରିବାରେ ସକ୍ଷମ ହେଉ ନଥିବା ବେଳେ ସମ୍ବଲପୁର ଜିଲ୍ଲା ଚାରମାଳ ପୋଲିସ୍ ଧରିବାରେ ସଫଳ ହେଉଥିବାରୁ ସାଧାରଣରେ ବୌଦ୍ଧ ପୋଲିସ ଉପରେ ସନ୍ଦେହ ସୃଷ୍ଟି ହେଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି: ସୋଆ ଉପସଭାପତି

September 6, 2026

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ କର୍ପସ କମାଣ୍ଡରଙ୍କ ପ୍ରଥମ ବଡ଼ ବୈଠକ: ଜାଣନ୍ତୁ ପ୍ରସଙ୍ଗ

September 6, 2026

ଅବତରଣ ପୂର୍ବରୁ ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇଜଣଙ୍କ ମୃତ୍ୟୁ

September 6, 2026

ସମ୍ମମ୍‌ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମ୍‌ର ଶୁଭାରମ୍ଭ: ଓଡ଼ିଶାର ପ୍ରଥମ

September 6, 2026
Latest News

ସବୁ କ୍ଷେତ୍ରରେ ଗୁରୁମାନଙ୍କର ବଳିଷ୍ଠ ଅବଦାନ ରହିଛି: ସୋଆ ଉପସଭାପତି

September 6, 2026

ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ କର୍ପସ କମାଣ୍ଡରଙ୍କ ପ୍ରଥମ ବଡ଼ ବୈଠକ: ଜାଣନ୍ତୁ ପ୍ରସଙ୍ଗ

September 6, 2026

ଅବତରଣ ପୂର୍ବରୁ ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇଜଣଙ୍କ ମୃତ୍ୟୁ

September 6, 2026

ମଧ୍ୟପ୍ରଦେଶରେ ବିଷାକ୍ତ ମଦ ପିଇ ୯ ଜଣଙ୍କ ମୃତ୍ୟୁ: କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

September 6, 2026

ସମ୍ମମ୍‌ରେ ଆଞ୍ଜିଓଜେଟ୍ ଥ୍ରୋମ୍ବେକ୍ଟୋମି ସିଷ୍ଟମ୍‌ର ଶୁଭାରମ୍ଭ: ଓଡ଼ିଶାର ପ୍ରଥମ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.