Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଲ୍ ଓଡ଼ିଶା ଇପିଏଫ୍ ପେନସନରର୍ସ ପକ୍ଷରୁ ଦାବି ଦିବସ ପାଳିତ
ଆଜିର ଖବର

ଅଲ୍ ଓଡ଼ିଶା ଇପିଏଫ୍ ପେନସନରର୍ସ ପକ୍ଷରୁ ଦାବି ଦିବସ ପାଳିତ

November 16, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ସର୍ବନିମ୍ନ ମାସିକ ପେନ୍‌ସନ ୯ହଜାର ଟଙ୍କା ସହ ମହଙ୍ଗା ଭତ୍ତା, ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଆଧାରରେ ବର୍ଦ୍ଧିନ ପେନସନ ପ୍ରଦାନ, ସମସ୍ତ ଇପିଏଫ୍ ପେନସନ ଭୋଗୀ ବରିଷ୍ଠ ନାଗରିକଙ୍କୁ ଆୟୁଷ୍କାନ ଭାରତ ଯୋଜନାରେ ସାମିଲ କରି ମାଗଣା ଚିକିତ୍ସା କରିବା ଆଦି ବିଭିନ୍ନ ଦାବି ନେଇ ପୂର୍ବରୁ ଆହ୍ୱାନ କ୍ରମେ ଆଜି ଅଲ୍ ଓଡ଼ିଶା ଇ.ପି.ଏଫ୍‌. ପେନସନରର୍ସ ଏସୋସିଏସନ୍ ତରଫରୁ ଦାବି ଦିବସ ପାଳିତ ହୋଇଛି। ଏହି ଦାବିପ୍ରଦାନ ପାଇଁ ପୂର୍ବରୁ ରାଜ୍ୟରେ ଥିବା ୧.୬୨ ଲକ୍ଷ ଇପିଏଫ୍ ପେନସନ ଭୋଗୀମାନେ ଏକତ୍ରିତ ହୋଇ ଅଲ୍ ଓଡ଼ିଶା ଇପିଏଫ୍ ପେନସନରର୍ସ ଏସୋସିଏସନ୍ ଗଠନ କରିଥିଲେ।

ପୂର୍ବରୁ ଏହି ଦାବି ନେଇ ଲୋକସଭା ରାଜ୍ୟସଭା ସାଂସଦ, ବାଚସ୍ପତି, ଉଭୟ ଗୃହର ବିରୋଧୀ ଦଳର ନେତା ଅନ୍ୟାନ୍ୟ ପଦାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ବତ୍ତର୍ମାନ ଏହି ଦାବିପତ୍ରଟି କେନ୍ଦ୍ର ଶ୍ରମ ସଚିବଙ୍କ ନିକଟକୁ ପଠାଇ ଦିଆଯାଇଛି। କିନ୍ତୁ ପରିତାପର ବିଷୟ କେନ୍ଦ୍ର ସରକାର ଆମ ସମସ୍ୟା ପ୍ରତି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। ଇପିଏଫ୍‌-୯୫ ଯୋଜନା କାର୍ଯ୍ୟକାରୀ ହେବାର ୨୫ ବର୍ଷ ଶେଷ ହେବାକୁ ଯାଉଛି ହେଲେ କେନ୍ଦ୍ର ସରକାର ଓ ଇପିଏଫ୍ କର୍ତ୍ତୃପକ୍ଷ କେବଳ ପ୍ରତିଶ୍ରୁତି ଓ ପ୍ରରୋଚନା ଦେଇ ଚାଲିଛନ୍ତି। ତେଣୁ ନଭେମ୍ବର ୧୬ ତାରିଖରୁ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ଇପିଏଫ୍ ପେନସନ ଭୋଗୀ ମାନେ ଦାବି ଦିବସ ରୂପେ ପାଳନ କରିଥିଲେ।

ଆଜି ବ୍ରହ୍ମପୁର ପ୍ରୋଭିଡ଼େଣ୍ଟ ଫଣ୍ଡ ଅଫିସ ନିକଟରେ ବିଭିନ୍ନ ସଂଗଠନ ତରଫରୁ ଦୁଇଘଣ୍ଟିଆ ପ୍ରତିବାଦ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମକୁ ଗଂଜାମ ଜିଲ୍ଲା ସଭାପତି ପ୍ରତାପ ଚନ୍ଦ୍ର ଶତପଥୀ, ସଂପାଦକ ବଳଭଦ୍ର ରାଜଗୁରୁ, ସହ ସଂପାଦକ ପ୍ରଶାନ୍ତ କୁମାର ଶତପଥୀ ଓ ପ୍ରଶାନ୍ତ କୁମାର ଦାସ, ତ୍ରିପତି ପ୍ରସାଦ ମିଶ୍ର, ରବି ନାରାୟଣ ସାବତ ପ୍ରମୁଖଙ୍କ ସହ ଶତାଧିକ ପେନସର ଓ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଅଗଷ୍ଟ ୧୭ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 14, 2026

ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ

August 14, 2026

IndiGo Delay Sparks Anger: ବିମାନ ବିଳମ୍ବ ନେଇ ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କ ହାଙ୍ଗାମା

August 14, 2026

ପୁରୀରେ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ: ଉଦ୍ଧାର କାର୍ଯ୍ୟ ଜାରି

August 14, 2026
Latest News

ଅଗଷ୍ଟ ୧୭ ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

August 14, 2026

ଜ୍ୟୋର୍ତିପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଦୀର୍ଘାୟୁ କାମନା କରି ଶାନ୍ତି ଯଜ୍ଞ

August 14, 2026

ୟୁଏଇରୁ ପଳାତକ ଡ୍ରଗ୍ କିଙ୍ଗପିନ୍ ବୀରେନ୍ଦ୍ର ସିଂହ ବସୋୟାଙ୍କୁ ଭାରତ ଫେରାଇ ଆଣିଲା ଏନସିବି

August 14, 2026

“ଧ୍ୱଂସ ଦ୍ୱାରରେ ପାକିସ୍ତାନ”: ଏମଜେ ଆକବରଙ୍କ କଡ଼ା ବିବୃତ୍ତି

August 14, 2026

IndiGo Delay Sparks Anger: ବିମାନ ବିଳମ୍ବ ନେଇ ଭୁବନେଶ୍ବର ବିମାନ ବନ୍ଦରରେ ଯାତ୍ରୀଙ୍କ ହାଙ୍ଗାମା

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.