Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭାଙ୍ଗିଲା 73 ବର୍ଷର ପରଂପରା, ଏଥର ଛପାଗଲା ନାହିଁ ବଜେଟ ପୁସ୍ତିକା, ହେଲା ନାହିଁ ହାଲୁଆ ଉତ୍ସବ
ଜାତୀୟ ଖବର

ଭାଙ୍ଗିଲା 73 ବର୍ଷର ପରଂପରା, ଏଥର ଛପାଗଲା ନାହିଁ ବଜେଟ ପୁସ୍ତିକା, ହେଲା ନାହିଁ ହାଲୁଆ ଉତ୍ସବ

January 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାଙ୍ଗିଲା 73 ବର୍ଷର ପରଂପରା, ଏଥର ଛପାଗଲା ନାହିଁ ବଜେଟ ପୁସ୍ତିକା, ହେଲା ନାହିଁ ହାଲୁଆ ଉତ୍ସବ

BUDGET 2021: ଶେଷରେ, କରୋନା ଯୋଗୁଁ 73 ବର୍ଷର ପୁରୁଣା ବଜେଟ୍ ପରମ୍ପରା ଉପରେ ପ୍ରଭାବ ପଡିଲା। ଏଥର ବଜେଟ ବହି ଛପା କାର୍ଯ୍ୟ ବନ୍ଦ କରାଗଲା। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଥର ଫେବୃଆରୀ ୨ ତାରିଖରେ ସଫ୍ଟ କପି ବଜେଟ୍ ଉପସ୍ଥାପନ କରିବେ। ସାଂସଦମାନଙ୍କୁ ମଧ୍ୟ ବଜେଟର ହାର୍ଡ କପି ଦିଆଯିବ ନାହିଁ। ତାହା ବଦଳରେ ସାଂସଦମାନଙ୍କୁ ସଫ୍ଟ କପ ପ୍ରଦାନ କରାଯିବ ବୋଲି ନିଷ୍ପତି କରାଯାଇଛି।

ପ୍ରଥମ ଥର ପାଇଁ ସ୍ବାଧୀନ ଭାରତରେ, 26 ନଭେମ୍ବର 1947 ରେ,  ବଜେଟ୍ ଆକାରରେ ଆର୍ଥିକ ଆକାଉଣ୍ଟିଂ ଉପସ୍ଥାପିତ କରାଯାଇଥିଲା । ସେବେଠାରୁ ସଂସଦରେ ଉପସ୍ଥାପିତ ହେବାକୁ ଥିବା ବଜେଟର ମୁଦ୍ରଣର ଧାରା ରହିଆସିଛି। ପ୍ରତିବର୍ଷ ବଜେଟ୍ ମୁଦ୍ରଣର ଆନୁଷ୍ଠାନିକ ଆରମ୍ଭ ପୂର୍ବରୁ, ହାଲୁଆ ଉତ୍ସବ କରାଯାଇଥାଏ। ହେଲେ ଚଳିତ ବର୍ଷ ତାହା କରାଗଲା ନାହିଁ ।

ବଜେଟ ବହି ଛପା ଏକ ପରଂପରା ତଥା ବେଶ ଗୁପ୍ତ ଭାବରେ ପରିଚାଳନା କରାଯାଇଥାଏ। ମୁଦ୍ରଣ ସମୟରେ, 50 ରୁ ଅଧିକ କର୍ମଚାରୀ ଅର୍ଥ ମନ୍ତ୍ରଣାଳୟର ନର୍ଥ ବ୍ଲକରେ ପ୍ରାୟ 15 ଦିନ ଏକାଠି ରୁହନ୍ତି, ସେମାନଙ୍କୁ ପରିବାରଠାରୁ ସମ୍ପୂର୍ଣ୍ଣ ଦୂରରେ ରଖାଯାଇଥାଏ। ବଜେଟ୍ ମୁଦ୍ରଣରେ ସଂପୃକ୍ତ କର୍ମଚାରୀଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଏ ନାହିଁ। ଏହା ଦ୍ବାରା ବଜେଟ୍ ଲିକ୍ ହେବାର ସମ୍ଭାବନା ରହି ନ ଥାଏ । ସଂସଦରେ ବଜେଟ୍ ଉପସ୍ଥାପିତ ହେବା ପରେ ଏହି କର୍ମଚାରୀମାନଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଇଥାଏ।

ସଂସଦରେ ଉପସ୍ଥାପିତ ପୂର୍ବରୁ ବଜେଟ ତଥ୍ୟ ଯେପରି ଲିକ ନ ହେବ ସେଥିପାଇଁ ବଜେଟ ଛପା କର୍ମଚାରୀଙ୍କୁ ପୁରା କଟକଣା ଭିତରେ ରଖାଯାଇଥାଏ। ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ପ୍ରିଣ୍ଟିଂ ପ୍ରେସରେ ମୋବାଇଲ୍ ଫୋନ୍ ମଧ୍ୟ ରଖିବାକୁ ଦିଆଯାଇ ନ ଥାଏ। ସେମାନେ କେବଳ ଜରୁରୀକାଳୀନ ପରିସ୍ଥିତିରେ ବଜେଟ ଛପା ସଂପର୍କରେ କାହା ସହିତ କଥା ହେବାକୁ ଅନୁମତି ଦିଆଯାଇଥାଏ। ଅନ୍ୟ କେତେକ କର୍ମଚାରୀ ମଧ୍ୟ ଏହି ସମସ୍ତ କର୍ମଚାରୀଙ୍କ ଖାଦ୍ୟ ଏବଂ ରହିବା ପାଇଁ ବ୍ୟବସ୍ଥା କରିବା ପାଇଁ ନର୍ଥ ବ୍ଲକରେ ରୁହନ୍ତି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କୈଣସି ପ୍ରକାର ବିପଦ ନେଲେ ନାହିଁ। ଉଲ୍ଲେଖଥାଉ କି, ବର୍ଷ ବର୍ଷ ଧରି ବଜେଟର ମୁଦ୍ରିତ କପି ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି।  ଯଦିଓ ମୁଦ୍ରଣ ହ୍ରାସ ହେଉଥିଲା, ତଥାପି ବଜେଟ୍ ମୁଦ୍ରଣ ପରମ୍ପରାର ଧାରା ବଜାଇ ରହିଥିଲା।

ବଜେଟ 2021
Share. Facebook Twitter LinkedIn Email WhatsApp Copy Link

Related Posts

ମିରଟରେ ନୀଳ ଡ୍ରମ୍ ହତ୍ୟାକାଣ୍ଡ ଘଟଣା: ସ୍ତ୍ରୀ ମୁସ୍କାନ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

October 14, 2026

ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

October 14, 2026

ଓଡ଼ିଶାରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତିର ନୂଆ ଦିଗନ୍ତ: ମୁଖ୍ୟମନ୍ତ୍ରୀ

October 14, 2026

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ବିରଳ ଯୋଡାମୁଣ୍ଡ ଶିଶୁ ଜନ୍ମ

October 14, 2026
Latest News

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ମିରଟରେ ନୀଳ ଡ୍ରମ୍ ହତ୍ୟାକାଣ୍ଡ ଘଟଣା: ସ୍ତ୍ରୀ ମୁସ୍କାନ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

October 14, 2026

ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ

October 14, 2026

ଓଡ଼ିଶାରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତିର ନୂଆ ଦିଗନ୍ତ: ମୁଖ୍ୟମନ୍ତ୍ରୀ

October 14, 2026

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଭୟଙ୍କର ଉତ୍ତେଜନା, ବିସିଜେଡି ଓ ଏବିଭିପି ଛାତ୍ରଗୋଷ୍ଠୀ ମୁହାଁମୁହିଁ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.