Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା: ସାତ ବର୍ଷରେ ଯୋଡି ହେଲେ ମୋଟ ୪୩ କୋଟି ଗ୍ରାହକ
ଜାତୀୟ ଖବର

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା: ସାତ ବର୍ଷରେ ଯୋଡି ହେଲେ ମୋଟ ୪୩ କୋଟି ଗ୍ରାହକ

August 29, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା: ସାତ ବର୍ଷରେ ଯୋଡି ହେଲେ ମୋଟ ୪୩ କୋଟି ଗ୍ରାହକ

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହା ଅଗଷ୍ଟ ୧୫ ତାରିଖ ଦିନ ସ୍ୱତନ୍ତ୍ରତା ଦିବସ ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ କରିଥିବା ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱା)ର ଘୋଷଣା କରିଥିଲେ । ସେହିବର୍ଷ ଅଗଷ୍ଟ ୧୮ ତାରିଖ ଦିନ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଅବସରକୁ ଦେଶର ଗରିବ ଲୋକମାନଙ୍କୁ ଏକ ସୁଶ୍ଚକ୍ରରୁ ମୁକ୍ତିର ଉତ୍ସବ ଭାବେ ଅଭିହିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ)ର ସାତବର୍ଷ ପୂର୍ତ୍ତି ଅବସରରେ, ଅର୍ଥମନ୍ତ୍ର ଶ୍ରୀମତୀ ନିର୍ମଳା ସୀତାରମଣ ଏହି ଯୋଜନାର ମହତ୍ତ୍ୱକୁ ଦେହରାଇଛନ୍ତି । ସେ କହିଛନ୍ତି, “ସାତ ବର୍ଷର କମ୍‍ ସମୟ ଅବଧି ମଧ୍ୟରେ ପିଏମଜେଡିୱାଇ ଅଧୀନରେ ରୂପାୟନ କରାଯାଇଥିବା ଉପାୟ ଦ୍ୱାରା ରୂପାନ୍ତରକାରୀ ଏବଂ ଦିଶାତ୍ମକ ପରିବର୍ତ୍ତନ ସୃଷ୍ଟି କରିଛି । ଏହା ଫଳରେ ପ୍ରଗତିଶୀଳ ବିତ୍ତୀୟ ସଂସ୍ଥାମାନଙ୍କର ଇକୋସିଷ୍ଟମ ସମାଜର ଶେଷତମ ବ୍ୟକ୍ତି ଏବଂ ଗରିବତମ ବ୍ୟକ୍ତିଙ୍କୁ ସୁଦ୍ଧା ଆର୍ଥିକ ସେବା ଯୋଗାଇ ଦେବାରେ ସକ୍ଷମ ହୋଇପାରିଛି ।

ପିଏମଜେଡିୱାଇ ଜମାଖାତା ସଂଖ୍ୟା ମାର୍ଚ୍ଚ ୨୦୧୫ରେ ୧୪.୭୨ କୋଟି ଥିବାବେଳେ ଏତେ ତାହା ତିନିଗୁଣ ବୃଦ୍ଧି ପାଇ ଚଳିତ ଅଗଷ୍ଟ ୧୮ ତାରିଖ ସୁଦ୍ଧା ୪୩.୦୪ କୋଟି ହୋଇଛି । ଆର୍ଥିକ ସମାଯୋଜନା କାର୍ଯ୍ୟକ୍ରମ ଦିଗରେ ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି କୁହାଯାଇପାରେ ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ କଣ ମିଳେ ସୁବିଧା

-ବ୍ୟାଙ୍କିଙ୍ଗ୍‍ ସେବାରୁ ଏପର୍ଯ୍ୟନ୍ତ ବଞ୍ଚିତ ରହିଆସିଥିବା ଲୋକଙ୍କ ବ୍ୟାଙ୍କିଙ୍ଗ୍‍ ସେବା ସହିତ ଯୋଡ଼ିବା: ସର୍ବନିମ୍ନ କାଗଜ ଲେଖାପଢ଼ା, କେୱାଇସିରୁ ଛାଡ଼, ଇ-କେୱାଇସି, କ୍ୟାପ୍‍ ମୋଡ଼ରେ ଖାତା ଖୋଲିବ, ଶୂନ୍ୟ ଶେଷ ଏବଂ ଶୂନ୍ୟ ଶୁଳ୍କ ପ୍ରାବଧାନ ସହିତ ପ୍ରାଥମିକ ସଞ୍ଚୟ ବ୍ୟାଙ୍କ୍‍ (ବିଏସବିଡ଼ି) ଖାତା ଖୋଲିବା ।

-ଅସୁରକ୍ଷିତଙ୍କୁ ସୁରକ୍ଷିତ କରିବା – ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଦୁର୍ଘଣଣା ବୀମା କଭରେଜ ସହିତ ନଗତ ନିକାସୀ ଏବଂ ବ୍ୟବସାୟିକ ସ୍ଥାନ ଉପରେ ଉଠାଣ ନିମନ୍ତେ ସ୍ୱଦେଶୀ ଡେବିଟ୍‍ କାର୍ଡ଼ ଜାରି କରାଯିବା ।

– ଅଣ ଆର୍ଥିକପୋଷିତ ଲୋକମାନଙ୍କୁ ଆର୍ଥିକ ପୋଷଣକ୍ଷମ କରିବା- ସୂକ୍ଷ୍ମ ବୀମା, ଉପଭୁକ୍ତି ନିମନ୍ତେ ଓଭରଡ୍ରାଫ୍ଟ, ମାଇକ୍ରୋ ପେନସନ ଏବଂ ମାଇକ୍ରୋ କ୍ରେଡିଟ୍‍ ଭଳି ଅନ୍ୟ ଆର୍ଥିକି ଉତ୍ପାଦ

-କ୍ରେଡିଟ୍‍ ଗ୍ୟାରେଣ୍ଟି ପାଣ୍ଠି ଗଠନ – ବକେୟା ମାମଲାରେ ବ୍ୟାଙ୍କମାନଙ୍କୁ କିଛି ଗ୍ୟାରେଣ୍ଟି ପ୍ରଦାନ କରିବା ନିମନ୍ତେ

-ବୀମା- ୨୦୧୪ ମସିହା ଅଗଷ୍ଟ ୧୫ ତାରିଖ ଠାରୁ ୨୦୧୫ ଜାନୁଆରୀ ୩୧ ତାରିଖ ମଧ୍ୟରେ ଖୋଲାଯାଇଥିବା ଖାତାରେ ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ଏବଂ ୩୦,୦୦୦ ଟଙ୍କାର ଜୀବନ ବୀମା ବ୍ୟବସ୍ଥା ରହିଛି।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ସେପ୍ଟମ୍ବର ୨୭ ତାରିଖରେ ପାଞ୍ଚଟି ରାଶିର ବୁଲିଲା ଭାଗ୍ୟ ଚକ୍ର

September 27, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026

“ଜ୍ଞାନେଶ କୁମାର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି-ଶାହାଙ୍କ ଅମ୍ପାୟାର”: ରାହୁଲ ଗାନ୍ଧୀ

September 26, 2026

‘ବାର୍ତ୍ତାଳାପ’ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ: ଅଖିଳ କୁମାର ମିଶ୍ର

September 26, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ

September 27, 2026

ଆଜି ସେପ୍ଟମ୍ବର ୨୭ ତାରିଖରେ ପାଞ୍ଚଟି ରାଶିର ବୁଲିଲା ଭାଗ୍ୟ ଚକ୍ର

September 27, 2026

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.