ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା: ସାତ ବର୍ଷରେ ଯୋଡି ହେଲେ ମୋଟ ୪୩ କୋଟି ଗ୍ରାହକ

Published: Aug 29, 2021, 12:25 am IST

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହା ଅଗଷ୍ଟ ୧୫ ତାରିଖ ଦିନ ସ୍ୱତନ୍ତ୍ରତା ଦିବସ ଅବସରରେ ରାଷ୍ଟ୍ର ଉଦ୍ଦେଶ୍ୟରେ କରିଥିବା ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱା)ର ଘୋଷଣା କରିଥିଲେ । ସେହିବର୍ଷ ଅଗଷ୍ଟ ୧୮ ତାରିଖ ଦିନ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଏହି ଅବସରକୁ ଦେଶର ଗରିବ ଲୋକମାନଙ୍କୁ ଏକ ସୁଶ୍ଚକ୍ରରୁ ମୁକ୍ତିର ଉତ୍ସବ ଭାବେ ଅଭିହିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (ପିଏମଜେଡିୱାଇ)ର ସାତବର୍ଷ ପୂର୍ତ୍ତି ଅବସରରେ, ଅର୍ଥମନ୍ତ୍ର ଶ୍ରୀମତୀ ନିର୍ମଳା ସୀତାରମଣ ଏହି ଯୋଜନାର ମହତ୍ତ୍ୱକୁ ଦେହରାଇଛନ୍ତି । ସେ କହିଛନ୍ତି, “ସାତ ବର୍ଷର କମ୍‍ ସମୟ ଅବଧି ମଧ୍ୟରେ ପିଏମଜେଡିୱାଇ ଅଧୀନରେ ରୂପାୟନ କରାଯାଇଥିବା ଉପାୟ ଦ୍ୱାରା ରୂପାନ୍ତରକାରୀ ଏବଂ ଦିଶାତ୍ମକ ପରିବର୍ତ୍ତନ ସୃଷ୍ଟି କରିଛି । ଏହା ଫଳରେ ପ୍ରଗତିଶୀଳ ବିତ୍ତୀୟ ସଂସ୍ଥାମାନଙ୍କର ଇକୋସିଷ୍ଟମ ସମାଜର ଶେଷତମ ବ୍ୟକ୍ତି ଏବଂ ଗରିବତମ ବ୍ୟକ୍ତିଙ୍କୁ ସୁଦ୍ଧା ଆର୍ଥିକ ସେବା ଯୋଗାଇ ଦେବାରେ ସକ୍ଷମ ହୋଇପାରିଛି ।

ପିଏମଜେଡିୱାଇ ଜମାଖାତା ସଂଖ୍ୟା ମାର୍ଚ୍ଚ ୨୦୧୫ରେ ୧୪.୭୨ କୋଟି ଥିବାବେଳେ ଏତେ ତାହା ତିନିଗୁଣ ବୃଦ୍ଧି ପାଇ ଚଳିତ ଅଗଷ୍ଟ ୧୮ ତାରିଖ ସୁଦ୍ଧା ୪୩.୦୪ କୋଟି ହୋଇଛି । ଆର୍ଥିକ ସମାଯୋଜନା କାର୍ଯ୍ୟକ୍ରମ ଦିଗରେ ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି କୁହାଯାଇପାରେ ।

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ କଣ ମିଳେ ସୁବିଧା

-ବ୍ୟାଙ୍କିଙ୍ଗ୍‍ ସେବାରୁ ଏପର୍ଯ୍ୟନ୍ତ ବଞ୍ଚିତ ରହିଆସିଥିବା ଲୋକଙ୍କ ବ୍ୟାଙ୍କିଙ୍ଗ୍‍ ସେବା ସହିତ ଯୋଡ଼ିବା: ସର୍ବନିମ୍ନ କାଗଜ ଲେଖାପଢ଼ା, କେୱାଇସିରୁ ଛାଡ଼, ଇ-କେୱାଇସି, କ୍ୟାପ୍‍ ମୋଡ଼ରେ ଖାତା ଖୋଲିବ, ଶୂନ୍ୟ ଶେଷ ଏବଂ ଶୂନ୍ୟ ଶୁଳ୍କ ପ୍ରାବଧାନ ସହିତ ପ୍ରାଥମିକ ସଞ୍ଚୟ ବ୍ୟାଙ୍କ୍‍ (ବିଏସବିଡ଼ି) ଖାତା ଖୋଲିବା ।

-ଅସୁରକ୍ଷିତଙ୍କୁ ସୁରକ୍ଷିତ କରିବା – ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଦୁର୍ଘଣଣା ବୀମା କଭରେଜ ସହିତ ନଗତ ନିକାସୀ ଏବଂ ବ୍ୟବସାୟିକ ସ୍ଥାନ ଉପରେ ଉଠାଣ ନିମନ୍ତେ ସ୍ୱଦେଶୀ ଡେବିଟ୍‍ କାର୍ଡ଼ ଜାରି କରାଯିବା ।

– ଅଣ ଆର୍ଥିକପୋଷିତ ଲୋକମାନଙ୍କୁ ଆର୍ଥିକ ପୋଷଣକ୍ଷମ କରିବା- ସୂକ୍ଷ୍ମ ବୀମା, ଉପଭୁକ୍ତି ନିମନ୍ତେ ଓଭରଡ୍ରାଫ୍ଟ, ମାଇକ୍ରୋ ପେନସନ ଏବଂ ମାଇକ୍ରୋ କ୍ରେଡିଟ୍‍ ଭଳି ଅନ୍ୟ ଆର୍ଥିକି ଉତ୍ପାଦ

-କ୍ରେଡିଟ୍‍ ଗ୍ୟାରେଣ୍ଟି ପାଣ୍ଠି ଗଠନ – ବକେୟା ମାମଲାରେ ବ୍ୟାଙ୍କମାନଙ୍କୁ କିଛି ଗ୍ୟାରେଣ୍ଟି ପ୍ରଦାନ କରିବା ନିମନ୍ତେ

-ବୀମା- ୨୦୧୪ ମସିହା ଅଗଷ୍ଟ ୧୫ ତାରିଖ ଠାରୁ ୨୦୧୫ ଜାନୁଆରୀ ୩୧ ତାରିଖ ମଧ୍ୟରେ ଖୋଲାଯାଇଥିବା ଖାତାରେ ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ଏବଂ ୩୦,୦୦୦ ଟଙ୍କାର ଜୀବନ ବୀମା ବ୍ୟବସ୍ଥା ରହିଛି।

Related posts