Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଜୁଏଲ୍ସ ର ସ୍ପେଶିଆଲ୍ ଭାଲେଂଟାଇନ୍ କଲେକ୍‌ସନ ‘ଫ୍ଲୋରେଓ’ 
ଆଜିର ଖବର

ରିଲାଏନ୍ସ ଜୁଏଲ୍ସ ର ସ୍ପେଶିଆଲ୍ ଭାଲେଂଟାଇନ୍ କଲେକ୍‌ସନ ‘ଫ୍ଲୋରେଓ’ 

February 10, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଫେବୃୟାରୀ: ରିଲାଏନ୍‌ସ ଜୁଏଲ୍‌ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ “ଫ୍ଲୋରେଓ” – ସ୍ୱତନ୍ତ୍ର ଭାଲେଂଟାଇନ୍ ଡେ କଲେକ୍‌ସନ ର ଶୁଭାରମ୍ଭ କରିଛି। ଏହା ପ୍ରେମରେ ବିଶ୍ୱାସ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଛି। ଭଲ ପାଇବାର ସଂଜ୍ଞା ଧୀରେ ଧୀରେ ଦୃଢ଼ୀଭୂତ ହେଉଛି ଓ ଏହି ଅବସରରେ ରିଲାଏନ୍‌ସ ଜୁଏଲ୍‌ସ ଆକର୍ଷଣୀୟ ଡାଏମଣ୍ଡ ଜୁଏଲାରୀ କଲେକ୍‌ସନର ଆଧୁନିକ ଡିଜାଇନର ଶୁଭାରମ୍ଭ କରିଛି।

ଏହି କଲେକ୍‌ସନରେ ଡିଜାଇନ ଗୁଡ଼ିକ ଗଛ ଓ ଫୁଲ ଦ୍ୱାରା ଅନୁପ୍ରେରିତ ଯାହା ଦିନ ପରେ ଦିନ ବୃଦ୍ଧି ହୋଇଥାଏ। ଯେପରି ଏକ ନୂତନ ଭାବରେ ଲଗା ଯାଇଥିବା ବୃକ୍ଷ ସମୟ କ୍ରମେ ଏକ ସୁନ୍ଦର ବୃକ୍ଷ ରେ ରୂପାନ୍ତରିତ ହୋଇଥାଏ ଯେପରି ପ୍ରେମ ମଧ୍ୟ ସମୟ କ୍ରମେ ଆହୁରି ଅଧିକ ମଜୁବତ୍ ହୋଇଥାଏ। ସମସ୍ତ ଭଲ ଜିନିଷ ଗୁଡ଼ିକ ସମୟ କ୍ରମେ ବିକଶିତ ହୋଇଥାନ୍ତି। ଏହି ସୁନ୍ଦର ଡାଏମଣ୍ଡର ପ୍ରତିଟି ପିସକୁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି ଯାହା ପ୍ରେମର ଭାଷାକୁ ପରିବ୍ୟାପ୍ତ କରିଥାଏ ଓ ଆପଣଙ୍କର ପ୍ରେମର ସମ୍ପର୍କକୁ ଆହୁରି ଅଧିକ ଦୃଢ଼ୀଭୂତ କରେ।

ଏହି ସ୍ୱତନ୍ତ୍ର କଲେକ୍‌ସନ “ଫ୍ଲୋରେଓ” ସମସାୟମିକ ରିଙ୍ଗ୍ ଓ ପେଣ୍ଡାଂଟରେ ରୋଜ୍ ଗୋଲ୍‌ଡ ଓ ୟେଲୋ ଗୋଲ୍‌ଡରେ ଉପଲବ୍ଧ ଯାହା ଟ. ୧୨୦୦୦ ରୁ ଆରମ୍ଭ ଅଟେ। ଏହା ପ୍ରେମ ଓ ସମ୍ପର୍କର ଏକ ଅତୁଳନୀୟ ନିଦର୍ଶନ ଯାହା ସମୟକ୍ରମେ ବୃଦ୍ଧି ହୋଇଥାଏ। ଏହା ବ୍ୟକ୍ତିଗତ ଜୁଏଲାରୀ କଲେକ୍‌ସନ ପାଇଁ ଅତ୍ୟନ୍ତ ଉତ୍କୃଷ୍ଟ ଅଟେ ଓ ଆପଣଙ୍କର ସ୍ନେହ ଏବଂ ଭଲ ପାଇବାକୁ ଆପଣଙ୍କ ପ୍ରିୟଜନଙ୍କ ନିକଟରେ ପରିପ୍ରକାଶ କରିଥାଏ।

ନୂତନ କଲେକ୍‌ସନ ସହିତ ରିଲାଏନ୍‌ସ ଜୁଏଲ୍‌ସ ଏକ ସ୍ୱତନ୍ତ୍ର ଅଫର ଯାହାର ନାମ ହେଉଛି ‘ଡ୍ରିମ ଡାଏମଣ୍ଡ ସେଲ୍‌’ ଯାହା ଫେବୃୟାରୀ ୨୮ ପର୍ଯ୍ୟନ୍ତ ରହିଛି। ଏହି ଅଫର ମାଧ୍ୟମରେ ରିଲାଏନ୍‌ସ ଜୁଏଲ୍‌ସରେ ଡାଏମଣ୍ଡ ଉତ୍ପାଦର ଇନଭଏସ ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ବ୍ୟବସ୍ଥା ରହିଛି। ଗ୍ରାହକମାନେ ମଧ୍ୟ ସୁନା ଗହଣାର ଗଢ଼ା ମଜୁରୀ ଉପରେ ୨୫% ଛାଡ଼ ଉପଲବ୍ଧ କରିପାରିବେ।

ଏହି ଆକର୍ଷଣୀୟ କଲେକ୍‌ସନ ସମସ୍ତ ରିଲାଏନ୍‌ସ ଜୁଏଲ୍‌ସର ଫ୍ଲାଗ୍‌ସିପ୍ ସୋରୁମରେ ସାରା ଦେଶରେ ସ୍ୱତନ୍ତ୍ର ଭାବରେ ଉପଲବ୍ଧ ହେବ ଓ ଏହାର ବଛା ବଛା ସମ୍ଭାର ୱେବସାଇଟ୍ www.reliancejewels.com ରେ ଉପଲବ୍ଧ ହେବ।

ଏହି ନୂତନ କଲେକ୍‌ସନ ସମ୍ପର୍କରେ ସୂଚନା ପ୍ରଦାନ କରି, ସୁନିଲ୍ ନାୟକ, ସିଇଓ, ରିଲାଏନ୍‌ସ ଜୁଏଲ୍‌ସ କହିଛନ୍ତି ଯେ, “ଆମର ପ୍ରିୟ ଗ୍ରାହକମାନଙ୍କ ପାଇଁ ଆମେ ଏହି ପ୍ରେମର ସ୍ୱତନ୍ତ୍ର ଅବସର ପାଇଁ ନେଇ ଆସିଛୁ ଆମର ସର୍ବୋତ୍କୃଷ୍ଟ କଲେକ୍‌ସନ ‘ଫ୍ଲୋରେଓ’। ଆମର ଲକ୍ଷ୍ୟ ହେଉଛି ଆମର ଗ୍ରାହକମାନଙ୍କୁ ସର୍ବଦା ଉନ୍ନତ ଉତ୍ପାଦ ପ୍ରଦାନ କରିବା। “ଗ୍ରୋ ଇନ୍ ଲଭ୍‌” ଦର୍ଶନ ସହିତ ଏହି ଡିଜାଇନ ଗୁଡ଼ିକ ପ୍ରସ୍ତୁତ କରାଯାଇଛି। ଆମେ ଆଶା କରୁଛୁ ଏହି କଲେକ୍‌ସନ ମାଧ୍ୟମରେ ଆମର ଗ୍ରାହକମାନେ ତାଙ୍କର ପ୍ରିୟଜନଙ୍କ ସହିତ ସମ୍ପର୍କକୁ ଆହୁରି ଦୃଢ଼ୀଭୂତ କରିପାରିବେ।”

ରିଲାଏନ୍ସ ଜୁଏଲ୍ସ ସମ୍ବନ୍ଧରେ: 

ରିଲାଏନ୍‌ସ ଜୁଏଲ୍‌ସ ହେଉଛି ରିଲାଏନ୍‌ସ ରିଟେଲ୍ ଲିମିଟେଡ୍ ର ଏକ ଅଂଶ ଯାହାକି ଭାରତର ଟପ୍ ୧୦ ବିଶ୍ୱସନୀୟ ରିଟେଲ୍ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ। ଏହି ବ୍ରାଣ୍ଡ ସୁନା, ହୀରା, ପ୍ଲାଟିନମ୍ ଓ ସିଲଭର ଗହଣାର ଆକର୍ଷଣରୀୟ ଓ ବ୍ୟାପକ ସମ୍ଭାର ପ୍ରଦାନ କରିଥାଏ। ଏହାର ଗହଣାରେ ଡିଜାଇନ୍ ଓ କାରିଗରିକୁ ଧ୍ୟାନ ପ୍ରଦାନ କରାଯାଇଥାଏ। ରିଲାଏନ୍‌ସ ଜୁଏଲ୍‌ସ ଏହାର ଗ୍ରାହକମାନଙ୍କୁ ଏକ୍ସକ୍ଲୁସିଭ ଓ ସ୍ୱତନ୍ତ୍ର ଡିଜାଇନର କଲେକ୍‌ସନ ପ୍ରଦାନ କରିବା ପାଇଁ ଚେଷ୍ଟା କରିଥାଏ ଯାହାକି କଳା, କାରିଗରି ଓ ଭାରତୀୟ ସଂସ୍କୃତି ଓ ଐତିହ୍ୟରେ ସମୃଦ୍ଧ ଅଟେ। ରିଲାଏନ୍‌ସ ଜୁଏଲ୍‌ସର ଜୀବନର ପ୍ରତିଟି ମୁହୂର୍ତକୁ ଉପଭୋଗ କରିବାରେ ବିଶ୍ୱାସ କରେ ଓ ଏଥିରେ ପ୍ରେମ ଓ ଆବେଗର ଏକ ସ୍ୱତନ୍ତ୍ର ଭୂମିକା ରହିଛି।

ରିଲାଏନ୍‌ସ ଜୁଏଲ୍‌ସର ସାରା ଭାରାତରେ ୨୫୦+ ଫ୍ଲାଗସିପ୍ ସୋ ରୁମ୍ ରହିଛି ଓ ଭାରତର ୧୨୫+ ସହରରେ ସପ୍‌-ଇନ-ସପ୍‌ସ ମଧ୍ୟ ରହିଛି ଏବଂ ଏହା ଦ୍ରୁତ ଗତିରେ ସଂପ୍ରସାରଣ କରୁଛି। ଏହି ବ୍ରାଣ୍ଡ ଅତୁଳନୀୟ ସେବା ଓ ସ୍ୱତନ୍ତ୍ର ଜୁଏଲାରୀ ସପିଂ ଅନୁଭୂତି ମାଧ୍ୟମରେ ଗ୍ରାହକର ଖୁସି ପ୍ରତି ଧ୍ୟାନ ପ୍ରଦାନ କରିଥାଏ। ଏହାର କଲେକ୍ସନରେ ଅତ୍ୟନ୍ତ ଆକର୍ଷଣୀୟ ଡିଜାଇନ ରହିଛି। ରିଲାଏନ୍ସ ଜୁଏଲ୍ସରେ ସୁନା ଓ ହୀରା  ପ୍ରତିଯୋଗୀତାମୂଳକ ମୂଲ୍ୟରେ ଉପଲବ୍ଧ। ଏହାର ଶୂନ୍ୟ ନଷ୍ଟ ଓ ଉପଯୁକ୍ତ ଗଢ଼ା ମଜୁରୀ ଗ୍ରାହକଙ୍କୁ ୧୦୦% ସନ୍ତୁଷ୍ଟି ପ୍ରଦାନ କରିଥାଏ। ରିଲାଏନ୍ସ ଜୁଏଲ୍ସ ମଧ୍ୟ ୧୦୦ ପ୍ରତିଶତ ଶୁଦ୍ଧତା, ମୂଲ୍ୟରେ ସ୍ୱଚ୍ଛତା ଓ ପ୍ରତି ପିସରେ ଗୁଣମାନର ସୁନିଶ୍ଚିତତା ପ୍ରଦାନ କରିଥାଏ। ଏହି ବ୍ରାଣ୍ଡ କେବଳ ୧୦୦ ପ୍ରତିଶତ ବିଆଇଏସ୍ ହଲମାର୍କ ଗୋଲ୍ଡ ରଖିଥାଏ। ଏଠାରେ ରହିଥିବା ପ୍ରତିଟି ହୀରା ସ୍ୱାଧୀନ ପ୍ରମାଣନ ଲାବୋରାଟୋରି ଦ୍ୱାରା ଆନ୍ତର୍ଜାତିକ ଭାବରେ ପ୍ରମାଣିତ। ସମସ୍ତ ରିଲାଏନ୍ସ ଜୁଏଲ୍ ସୋରୁମରେ ମରାମତି ପାଇଁ ଏକ କ୍ୟୁସି ଟେକ୍ ରୁମ୍ ରହିଛି। ଏହା ସହିତ ସୁନାର ଶୁଦ୍ଧତାକୁ ମାଗଣାରେ ମାପ କରିବା ପାଇଁ କ୍ୟାରେଟ୍ ମିଟର ରହିଛି। ଏହି ସବୁ ସୁବିଧା ବ୍ୟତୀତ ଏହି ବ୍ରାଣ୍ଡ ମଧ୍ୟ ପ୍ରତି କ୍ରୟରେ ଲୟାଲିଟି ପଏଂଟ ପ୍ରଦାନ କରିଥାଏ।

ପ୍ରତି କଲେକ୍‌ସନରେ ଆକର୍ଷଣୀୟ ଡିଜାଇନ୍ ସହିତ, ରିଲାଏନ୍‌ସ ଜୁଏଲ୍‌ସରେ ପ୍ରତି ବ୍ୟକ୍ତିଙ୍କ ପାଇଁ ପ୍ରତି ଅବସର ନିମନ୍ତେ ଗହଣା ଉପଲବ୍ଧ ରହିଛି ।

ରିଲାଏନ୍‌ସ ଜୁଏଲ୍‌ସ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Latest News

ବାଣପୁର ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଅଟୋ ଆମ୍ବୁଲାନ୍ସ ପ୍ରଦାନ

April 27, 2026

ଆଜି ବାଙ୍ଗାଲୋର ବନାମ ଦିଲ୍ଲୀ: ଜାଣନ୍ତୁ ସମ୍ଭାବ୍ୟ ଖେଳାଳି

April 27, 2026

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା: ସାତ ବିଦ୍ରୋହୀ ଆପ ସାଂସଦଙ୍କୁ ମାନ୍ୟତା ଦେଲା ରାଜ୍ୟସଭା

April 27, 2026

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.