Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗତ ଆର୍ଥିକ ବର୍ଷ ପଣ୍ୟ ବୋଝେଇ ଠାରୁ ଅଧିକ ପରିବହନ କରିଛି ପୂର୍ବତଟ ରେଳପଥ
ଆଜିର ଖବର

ଗତ ଆର୍ଥିକ ବର୍ଷ ପଣ୍ୟ ବୋଝେଇ ଠାରୁ ଅଧିକ ପରିବହନ କରିଛି ପୂର୍ବତଟ ରେଳପଥ

February 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ଶେଷ ହେବାର 38 ଦିନ ପୂର୍ବରୁ ଅର୍ଥାତ୍ 1 ଏପ୍ରିଲ୍ 2021 ରୁ 21 ଫେବୃଆରୀ, 2022 ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ଗତ ଆର୍ଥିକ ବର୍ଷର ପଣ୍ୟ ବୋଝେଇକୁ ଅତିକ୍ରମ କରିସାରିଛି। ନୂତନ ଭାବେ ଜୋନ୍ ଆରମ୍ଭ ହେବା ଦିନଠାରୁ ପୂର୍ବତଟ ରେଳପଥ କ୍ରମାଗତ ଭାବରେ ପୂର୍ବବର୍ଷ ତୁଳନାରେ ପଣ୍ୟ ବୋଝେଇରେ ବର୍ଦ୍ଧିତ ବୋଝେଇ ପ୍ରଦର୍ଶନ କରିଆସୁଅଛି।

ଏପ୍ରିଲ ପହିଲା 2021 ଠାରୁ 21 ଫେବୃଆରୀ, 2022 ସୁଦ୍ଧା ପୂର୍ବତଟ ରେଳପଥ 205.37 ନିୟୁତ ଟନ ମାଲ ପରିବହନ କରି ଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ 204.90 ନିୟୁତ ଟନ ମାଲ ପରିବହନକୁ ଅତିକ୍ରମ କରି 0.23% ଅଭିବୃଦ୍ଧି ଆଣିପାରିଛି। ମୋଟାମୋଟି ଭାବେ ଗତ ଆର୍ଥିକ ବର୍ଷର ସମାନ ସମୟ ଅପେକ୍ଷା ପୂର୍ବତଟ ରେଳପଥ 15% ଅଧିକ ମାଲ ପରିବହନ କରିଛି।

ଏହି ଅବଧି ମଧ୍ୟରେ ପୂର୍ବତଟ ରେଳପଥ 116.10 ନିୟୁତ ଟନ କୋଇଲା, 7.29 ନିୟୁତ ଟନ ଷ୍ଟିଲ୍ ପ୍ଲାଣ୍ଟ ପାଇଁ କଞ୍ଚାମାଲ, 18.87 ନିୟୁତ ଟନ ଆଇରନ୍ ଆଣ୍ଡ ଷ୍ଟିଲ୍, 27.92 ନିୟୁତ ଟନ ଲୁହ ପଥର, 1.17 ନିୟୁତ ଟନ ସିମେଣ୍ଟ, 2.61 ନିୟୁତ ଟନ ଖାଦ୍ୟ ଶସ୍ୟ, 5.1 ନିୟୁତ ଟନ ଫର୍ଟିଲାଇଜର, 2.38 ନିୟୁତ ଟନ ଖଣିଜ ତୈଳ ଏବଂ 23.94 ନିୟୁତ ଟନ କଣ୍ଟେନରରେ ମାଲ ପରିବହନ ସାମଗ୍ରୀ ସହିତ ଅନ୍ୟାନ୍ୟ କାର୍ଗୋ ପରିବହନ। ଉପରୋକ୍ତ ପରିବହନ ଗୁଡିକରୁ, ପୂର୍ବତଟ ରେଳପଥ 20368.3 କୋଟି ଟଙ୍କା ଆୟ କରିଛି ଯାହା ଗତ ଆର୍ଥିକ ବର୍ଷର ଅନୁରୂପ ସମୟ ତୁଳନାରେ 19.7% ବୃଦ୍ଧି ପଞ୍ଜିକରଣ କରିଛି। ଏହି ଉଲ୍ଲେଖନୀୟ ସଫଳତା ପାଇବାକୁ ପୂର୍ବତଟ ରେଳପଥ ଦୈନିକ 9472 ୱାଗନ୍ ବ୍ୟବହାର ଯାହାକି ଯାହା ପ୍ରତିଦିନ ପ୍ରାୟ 174.6 ରେକ୍ (ମାଲବାହୀ ଟ୍ରେନ୍) ସହିତ ସମାନ।

ପୂର୍ବ ତଟ ରେଳବାଇର ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ୱାଲଟିୟର ଓ ସମ୍ବଲପୁର ର ଉଲ୍ଲେଖନୀୟ ପ୍ରଦର୍ଶନ ହେତୁ ଏହା ସମ୍ଭବ ହୋଇପାରିଛି। 24 ଘଣ୍ଟିଆ ନିରନ୍ତର ଭାବେ ପରିଚାଳନା ସମୀକ୍ଷା ତଦାରଖ, ଉତ୍ସର୍ଗୀକୃତ ଏବଂ ଦୃଢ କାର୍ଯ୍ୟ ଶକ୍ତି ଏହି ପ୍ରଦର୍ଶନକୁ ହାସଲ କରିପାରିଛି।

କୋଭିଡ 19 ମହାମାରୀର ଆହ୍ୱାନ, ଲୁହାପଥର ରପ୍ତାନି ଏବଂ କୋଇଲାରେ ସଙ୍କଟ ଓ ଚାହିଦା ହ୍ରାସ ସତ୍ୱେ ପୂର୍ବତଟ ରେଳପଥ ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରି ଦେଶର ପାୱାର ହାଉସ ଉପରେ ଧ୍ୟାନ ଦେଇଛି ଯାହା ଦ୍ୱାରା ମହାମାରୀ ସମୟରେ ଆବଶ୍ୟକ ସେବାରେ ବାଧା ସୃଷ୍ଟି ହୋଇନପାରିବ। ଏହା ବ୍ୟତୀତ ପୂର୍ବତଟ ରେଳପଥ କୋଭିଡ ମହାମାରୀ ସମୟରେ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ 44 ଟି ଅମ୍ଳଜାନ ସ୍ପେଶାଲ ଟ୍ରେନର ଚଳାଚଳ କରାଇଅଛି।

ଆର୍ଥିକ ବର୍ଷ ପଣ୍ୟ ବୋଝେଇ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026

ମାଗଣା ଶିକ୍ଷାଦାନ ବ୍ୟବସ୍ଥାର ସଫଳ ରୂପାୟନ ପାଇଁ ସବୁ ବିଦ୍ୟାଳୟକୁ ସରକାରୀକରଣ କରାଯାଉ: ଓଷ୍ଟା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.