Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାରିଗରମାନଙ୍କ ହାତ ତିଆରି ସାମଗ୍ରୀକୁ ମିଳିବ ବଜାର, ରିଲାଏନ୍ସ ରିଟେଲ୍ ଖୋଲିବ “ସ୍ୱଦେଶ’’ ଷ୍ଟୋର
ଆଜିର ଖବର

କାରିଗରମାନଙ୍କ ହାତ ତିଆରି ସାମଗ୍ରୀକୁ ମିଳିବ ବଜାର, ରିଲାଏନ୍ସ ରିଟେଲ୍ ଖୋଲିବ “ସ୍ୱଦେଶ’’ ଷ୍ଟୋର

April 22, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରିଲାଏନ୍ସ ରିଟେଲ୍
ଭାରତର 'ଗ୍ରେଟ ପ୍ଲେସ ଟୁ ୱାର୍କ' ତାଲିକାରେ ୧୩ତମ ସ୍ଥାନ ହାସଲ କଲା ରିଲାଏନ୍ସ ରିଟେଲ୍

ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ “ହ୍ୟାଣ୍ଡ୍‌ମେଡ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମର ଘୋଷଣା କରାଯାଇଛି। ଏହା ଜରିଆରେ ଅସଲି ହାତ ତିଆରି ଉତ୍ପାଦକୁ ପ୍ରଦର୍ଶିତ କରିବା ଏବଂ ବିଶ୍ୱ ସ୍ତରରେ ସମୃଦ୍ଧ ଭାରତୀୟ କଳାକୁ ଆଗକୁ ବଢ଼ାଇବା ପାଇଁ ରିଲାଏନ୍ସ ରିଟେଲ୍ ପକ୍ଷରୁ “ସ୍ୱଦେଶ’ ନାମରେ ରିଟେଲ୍ ଷ୍ଟୋର ସମୂହ ଖୋଲାଯିବ। ଏହା ଦ୍ୱାରା ହଜାର ହଜାର କାରିଗରଙ୍କୁ ସ୍ଥାୟୀ ଜୀବିକା ମିଳିବା ସହିତ ଏହା ଭାରତୀୟ କଳାକୁ ସାରା ଦୁନିଆର ବଜାର ମଧ୍ୟ ଉପଲବ୍ଧ ହେବ।

ସ୍ୱଦେଶ ଷ୍ଟୋର୍‌ରେ ଭାରତୀୟ କାରିଗରମାନେ ତିଆରି କରିଥିବା ସାମଗ୍ରୀଗୁଡ଼ିକୁ “ସ୍ୱଦେଶ ବ୍ରାଣ୍ଡ୍‌’ ଅନୁସାରେ ବଜାରରେ ଉପସ୍ଥାପନ କରାଯିବ। ପ୍ରଥମ ସ୍ୱଦେଶ ଷ୍ଟୋର୍ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟାର୍ଦ୍ଧରେ ଖୋଲିବା ଆଶା କରାଯାଉଛି। ସେଥିରେ କାରିଗରମାନଙ୍କଠାରୁ ସିଧାସଳଖ ମିଳିଥିବା ସାମଗ୍ରୀ ଯଥା ହାତ ତିଆରି ବସ୍ତ୍ର, ହସ୍ତଶିଳ୍ପ, କୃଷି ଉତ୍ପାଦର ବିସ୍ତୃତ ବର୍ଗମାଳା ରହିବ। ସ୍ୱଦେଶ ଭାରତୀୟ କାରିଗର ଓ ଅସଲି ହାତ ତିଆରି ଉତ୍ପାଦ ପାଇଁ ବିକ୍ରେତାମାନଙ୍କୁ ସାରା ଦୁନିଆର ଗ୍ରାହକମାନଙ୍କ ସହିତ ଯୋଡ଼ିବା ଲାଗି ଏକ ବିଶ୍ୱ ବଜାର ମଧ୍ୟ ଗଠନ କରିବ।

ରିଲାଏନ୍ସ ରିଟେଲ୍ ଭେଂଚର୍ସ ଲିମିଟେଡ୍‌ର ନିର୍ଦେଶିକା ଇଶା ଅମ୍ବାନି କହିଛନ୍ତି ଯେ, “ଭାରତୀୟ କଳା ଓ ଶିଳ୍ପର ଭବିଷ୍ୟତ ଏକ ରୋମାଂଚକ ସ୍ଥିତିରେ ରହିଛି। ବିଲୁପ୍ତ କଳାକୃତିର ପୁନରୁଦ୍ଧାର କରିବା ଏବଂ ସ୍ଥାନୀୟ କାରିଗର, ବୁଣାକାର ଓ ଶିଳ୍ପ କାରିଗରମାନଙ୍କ ପାଇଁ ଏକ ବ୍ୟବସ୍ଥା ବିକଶିତ କରିବା ଓ ଏକ ଦୃଢ଼ ଭିତିଭୂମି ଢ଼ାଂଚା ବିକଶିତ କରିବା ଦିଗରେ ଆମ ପ୍ରୟାସର ବେଶ ଉତ୍ସାହଜନକ ଫଳ ମିଳିଛି। ଆମର ନିଜସ୍ୱ ହସ୍ତଶିଳ୍ପ ଷ୍ଟୋର ଫର୍ମାଟ “ସ୍ୱଦେଶ’ ଏବେ ପ୍ରସ୍ତୁତ ହୋଇଯାଇଛି। ଏହା ବସ୍ତ୍ର ଓ ପୋଷାକ, ଗୃହରେ ବ୍ୟବହୃତ ବୟନ ସାମଗ୍ରୀ, ହୋମ୍ ଡେକର, ଆସବାବପତ୍ର, ଗହଣା ଓ ୱେଲନେସ ଉତ୍ପାଦ ସହିତ ବହୁତ କିଛି ପ୍ରଦର୍ଶିତ କରିବ।’’

ଇଶା ଅମ୍ବାନି କହିଛନ୍ତି ଯେ, ଦେଶର କାରିଗରମାନଙ୍କ ଲାଗି ଏହା ହେଉଛି ଏକ ମହତ୍ୱକାଂକ୍ଷୀ ଅବସର ଏବଂ ତାହାକୁ ସଫଳ କରିବା ଲାଗି ରିଲାଏନ୍ସ ରିଟେଲ୍ ପକ୍ଷରୁ ବିଭିନ୍ନ ସରକାରୀ ସଂଗଠନ ସହିତ ସହଯୋଗିତା ସ୍ଥାପନ କରାଯାଉଛି ଯଦ୍ୱାରା ବିଭିନ୍ନ ସ୍ଥାନୀୟ କଳାକୃତିକୁ ଜାତୀୟ ଓ ବିଶ୍ୱସ୍ତରରେ ଲୋକପ୍ରିୟ କରାଇବାରେ ସହାୟତା ମିଳିପାରିବ। ଏହା ସହିତ ରିଲାଏନ୍ସ ରିଟେଲ୍ ପକ୍ଷରୁ ରିଲାଏନ୍ସ ଫାଉଣ୍ଡେସନ ସହିତ ମିଶି ବିଭିନ୍ନ ସ୍ୱଦେଶୀ ଶିଳ୍ପକଳାର କେନ୍ଦ୍ରବିନ୍ଦ୍ରୁଗୁଡ଼ିକୁ ଚିହ୍ନଟ କରିବା ଲାଗି ସହଯୋଗିତା ସ୍ଥାପନ କରାଯାଇଛନ୍ତି।

କାରିଗର ଗୋଷ୍ଠୀଙ୍କ ଠାରୁ ସିଧାସଳଖ ଶତ ପ୍ରତିଶତ ଅସଲି ଶିଳ୍ପ ଉତ୍ପାଦ କିଣିବା ଲାଗି ସ୍ୱଦେଶ ପକ୍ଷରୁ ବିଭିନ୍ନ ସରକାରୀ ସଂସ୍ଥା ଓ ଉଦ୍ୟୋଗଗୁଡ଼ିକ ସହିତ ସହଯୋଗିତା ସ୍ଥାପନ କରାଯାଉଛି ଏବଂ ବୟନ ମନ୍ତ୍ରଣାଳୟ ସହିତ ଏକ ବୁଝାମଣା ମଧ୍ୟ ସ୍ୱାକ୍ଷର କରାଯାଇଛି। ଏହା ବ୍ୟତୀତ ପଶ୍ଚିମବଙ୍ଗ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଓ ବୟନ ବିଭାଗ ସହିତ ମଧ୍ୟ ଏକ ବୁଝାମଣାପତ୍ରରେ ସ୍ୱାକ୍ଷର କରାଯାଇଛି।

ଏହି ସହଯୋଗିତାର ଉଦ୍ଦେଶ୍ୟ ହେଉଛି ଏକ ସ୍ୱସ୍ଥ ଓ ଗତିଶୀଳ ବ୍ୟବସ୍ଥା ଗଠନ କରିବା। କୋଲକାତାରେ ଆୟୋଜିତ ବେଙ୍ଗଲ ବିଶ୍ୱ ବ୍ୟବସାୟ ସମ୍ମିଳନୀରେ ଏମ୍‌ଓୟୁରେ ଆଜି ସ୍ୱାକ୍ଷର କରାଯାଇଛି।

ଇଶା ଅମ୍ବାନି ରିଲାଏନ୍ସ ରିଟେଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026

ଇଗ୍ନୋରେ ଜୁଲାଇ ସତ୍ର ପାଇଁ ନାମଲେଖା ସୁଯୋଗ: ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି

September 1, 2026

ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ

September 1, 2026

ଘରେ ପଶି ନାବାଳିକାକୁ ଆକ୍ରମଣ: ୨ ନାବାଳକ ସମେତ ୬ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

September 1, 2026
Latest News

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026

ଇଗ୍ନୋରେ ଜୁଲାଇ ସତ୍ର ପାଇଁ ନାମଲେଖା ସୁଯୋଗ: ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି

September 1, 2026

ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’

September 1, 2026

ଆଇଆଇଏମ୍‌ସି ଇତିହାସରେ ପ୍ରଥମ: ଆଇଆଇଏସ୍ ପ୍ରଶିକ୍ଷାର୍ଥୀଙ୍କୁ ମିଳିଲା ସ୍ନାତକୋତ୍ତର ଡିଗ୍ରୀ

September 1, 2026

ସଡ଼କ ଦୁର୍ଘଟଣା ରୋକିବା ପାଇଁ ବଡ଼ ନିଷ୍ପତ୍ତି: ସେପ୍ଟେମ୍ବରରୁ ମାର୍ଚ୍ଚ ଯାଏଁ ‘ଶୂନ୍ୟ ମୃତ୍ୟୁ ସପ୍ତାହ’

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.