Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜିଓ ପ୍ଲାଟଫର୍ମସର ଦୁଇଟି କଂପାନି ପକ୍ଷରୁ ଭାରତ ଡ୍ରୋନ୍ ମହୋତ୍ସବରେ କ୍ଷମତା ପ୍ରଦର୍ଶନ
ଜାତୀୟ ଖବର

ଜିଓ ପ୍ଲାଟଫର୍ମସର ଦୁଇଟି କଂପାନି ପକ୍ଷରୁ ଭାରତ ଡ୍ରୋନ୍ ମହୋତ୍ସବରେ କ୍ଷମତା ପ୍ରଦର୍ଶନ

May 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜିଓ ପ୍ଲାଟଫର୍ମସର ଦୁଇଟି କଂପାନି ପକ୍ଷରୁ ଭାରତ ଡ୍ରୋନ୍ ମହୋତ୍ସବରେ କ୍ଷମତା ପ୍ରଦର୍ଶନ

ଭୁବନେଶ୍ୱର: ଜିଓ ପ୍ଲାଟଫର୍ମସ୍‌ର ଦୁଇଟି ସହଯୋଗୀ କଂପାନି ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍ ଓ ସାଂଖ୍ୟ ସୂତ୍ର ଲ୍ୟାବ୍‌ସ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ଭାରତ ଡ୍ରୋନ୍ ମହୋତ୍ସବରେ ନିଜର ପ୍ରଯୁକ୍ତି କ୍ଷମତାକୁ ପ୍ରଦର୍ଶିତ କରାଯାଇଛି । ବେଙ୍ଗାଲୁରୁ ସ୍ଥିତ “ଏଷ୍ଟେରିଆ ଏରୋସ୍ପେସ୍ ଲିମିଟେଡ୍‌’ ହେଉଛି ଏକ ଫୁଲ୍‌-ଷ୍ଟାକ୍ ଡ୍ରୋନ୍ ପ୍ରଯୁକ୍ତି କଂପାନି ଯାହା ଡ୍ରୋନ୍ ହାର୍ଡଓୟାର ସହିତ ସଫ୍‌ଟଓୟାର ଉପରେ ମଧ୍ୟ କାମ କରୁଛି ।

ସେହିପରି, ଜିଓ ପ୍ଲାଟଫର୍ମସ୍ ସହିତ ଜଡ଼ିତ ଦ୍ୱିତୀୟ କଂପାନି ହେଉଛି “ସାଂଖ୍ୟ ସୂତ୍ର ଲ୍ୟାବ୍‌ସ’ ଯାହା ହେଉଛି ମଲ୍‌ଟିଫିଜିକ୍ସ, ଏରୋଡାଇନାମିକ୍ସ ସିମୁଲେସନ ସଫଟଓୟାର ଓ ଡିପ୍ ଟେକ୍ନୋଲୋଜିର ଏକ ବିଶେଷଜ୍ଞ ସଂସ୍ଥା। ଏହି ଦୁଇ କଂପାନି ମେ” ୨୭ ଓ ୨୮ରେ ଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ହେଉଥିବା ଭାରତ ଡ୍ରୋନ୍ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଓ ଡ୍ରୋନ୍ ଫେଡେରେସନ୍ ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହି ମହୋତ୍ସବ ଆୟୋଜନ କରାଯାଇଛି।

ମହୋତ୍ସବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବା ସହିତ ଏଷ୍ଟେରିଆ ଷ୍ଟଲ୍ ପରିଦର୍ଶନ କରି ଡ୍ରୋନ୍ ପ୍ରଯୁକ୍ତି ବିଷୟରେ ଜାଣିଥିଲେ ଏବଂ ରିମୋଟ୍ କଂଟ୍ରୋଲ୍ ସହାୟତାରେ ଡ୍ରୋନ୍‌କୁ ମଧ୍ୟ ଉଡ଼ାଇଥିଲେ। ଡ୍ରୋନ୍ ଶିଳ୍ପ ପ୍ରତି ରହିଥିବା ଦେଶର ଲକ୍ଷ୍ୟ ସମ୍ପର୍କରେ ପ୍ରକାଶ କରି ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତ ବିଶ୍ୱର ଡ୍ରୋନ୍ ହବ୍‌ରେ ପରିଣତ ହେବ। ଏଥିପାଇଁ ଭାରତ ସରକାର ଡ୍ରୋନ୍ ସହ ସମ୍ପର୍କିତ ଶିଳ୍ପକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ।

ପ୍ରଧାନମନ୍ତ୍ରୀଙ୍କ ଏଷ୍ଟେରିଆ ଷ୍ଟଲ୍ ପରିଦର୍ଶନରେ ଅତ୍ୟନ୍ତ ଉତ୍ସାହିତ ଥିବା ଏଷ୍ଟେରିଆ ଏରୋସ୍ପେସ୍‌ର ସହ-ପ୍ରତିଷ୍ଠାତା ନିହାର ବର୍ତକ କହିଛନ୍ତି ଯେ, “ଆମ ଆଗାମୀ ପିଢ଼ି ପାଇଁ ଡ୍ରୋନ୍ ଓ ସ୍କାଏଡେକ୍‌କୁ ପ୍ରଦର୍ଶନ କରିବା ଲାଗି ଏହି କାର‌୍ୟ୍ୟକ୍ରମ ହେଉଛି ଏକ ସୁନ୍ଦର ସୁଯୋଗ। ଦଶ ବର୍ଷ ପୂର୍ବେ ଆମେ ଭାରତରେ ଡ୍ରୋନ୍ କ୍ଷେତ୍ରରେ ପାଦ ରଖିଥିଲୁ ଏବଂ ସେବେଠାରୁ ଏହି ପ୍ରଯୁକ୍ତିର ଚାହିଦା ଓ ଉପଯୋଗରେ ବୃଦ୍ଧି ହେଉଥିବା ଆମେ ଦେଖୁଛୁ।’’

ସେହିପରି, ସାଂଖ୍ୟ ସୂତ୍ର ଲ୍ୟାବ୍‌ସର ସିଇଓ ଡକ୍ଟର ସୁନିଲ ସେରଲେକର୍ କହିଛନ୍ତି ଯେ, “ଆମେ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା କଥା କହୁଥିବା ବେଳେ ଆମେ ଦେଶରେ ବିଭିନ୍ନ ହାର୍ଡଓୟାର ନିର୍ମାଣ କରିବାର କ୍ଷମତା ଉପରେ ଗୁରୁତ୍ୱ ଦେଉଛୁ। କିନ୍ତୁ ସ୍ୱଦେଶୀ ଭାବେ ଡିଜାଇନ୍ କରାଯାଉଥିବା ଟୁଲ୍‌ସ ବିନା ଆତ୍ମନିର୍ଭର ହୋଇପାରିବାନି। ସାଂଖ୍ୟ ସୂତ୍ରରେ ଆମେ ଭାରତ ଓ ବିଶ୍ୱ ପାଇଁ ଡିପ୍ ଟେକ୍ନୋଲୋଜି ବିକଶିତ କରୁଛୁ।’’

Reliance JIO ଜିଓ ପ୍ଲାଟଫର୍ମସ୍ ଭାରତ ଡ୍ରୋନ୍ ମହୋତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026
Latest News

ଅଂଶୁଘାତରେ ବନ କର୍ମଚାରୀଙ୍କ ମୃତ୍ୟୁ

May 23, 2026

ଶଳାକୁ ଭିଣେଇର ଛୁରା ମାଡ

May 23, 2026

ସାଂସ୍କୃତିକ ବିବିଧତାକୁ ଜଗତିକରଣ ପରିବେଶ ମଧ୍ୟରେ ପାଳନ କରିବା ଉଚିତ୍‌: ବିଶେଷଜ୍ଞ

May 23, 2026

ଭାରତର ଦ୍ୱିତୀୟ ହସ୍ପିଟାଲ୍ ଭାବେ ସମ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଡିଜିସ୍କାନର ସ୍ଥାପନ

May 23, 2026

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.