ପାକିସ୍ତାନରେ ପେଟ୍ରୋଲ ଦରରେ ଲାଗିଲା ନିଆଁ, ମୂଲ୍ୟ ୨୩୩ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଲା

Published: Jun 16, 2022, 1:12 pm IST

ଇସଲାମବାଦ: ପାକିସ୍ତାନର ଆର୍ଥିକ ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଛି। ପାକିସ୍ତାନରେ ପେଟ୍ରୋଲ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ପାକିସ୍ତାନରେ ଲିଟର ପିଛା ପେଟ୍ରୋଲର ମୂଲ୍ୟ ୨୩୩ ଟଙ୍କାରୁ ଅଧିକ ହୋଇଛି। ଏଠାରେ ମୂଲ୍ୟ ଦିନକୁ ଲିଟର ପିଛା ୨୪ ଟଙ୍କା ବୃଦ୍ଧି ପାଇଛି। ବୁଧବାର ଘୋଷଣା କରି ପାକିସ୍ତାନର ଶାହାବାଜ ସରିଫ ସରକାର ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୪ ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପାକିସ୍ତାନର ଅର୍ଥମନ୍ତ୍ରୀ ମିଫ୍ତା ଇସମାଇଲ ଜୁନ୍ ୧୫ ତାରିଖରେ ଘୋଷଣା କରିଛନ୍ତି ଯେ, ପେଟ୍ରୋଲିୟମ ଉତ୍ପାଦ ଉପରେ ସବସିଡି ବହନ କରିବାକୁ ସରକାର ଆଉ ସ୍ଥିତିରେ ନାହାଁନ୍ତି। ଏଭଳି ପରିସ୍ଥିତିରେ ପେଟ୍ରୋଲର ମୂଲ୍ୟ ୨୪.୦୩ ଟଙ୍କା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ବୃଦ୍ଧି ପରେ ପାକିସ୍ତାନରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୨୩୩.୮୯ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି।

Related posts