Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ୭ ଲକ୍ଷ ୬ ହଜାର ୧୨୮ କୋଟିର ନିବେଶ ପ୍ରସ୍ତାବ
ଅନ୍ତରାଷ୍ଟ୍ରୀୟ

ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ୭ ଲକ୍ଷ ୬ ହଜାର ୧୨୮ କୋଟିର ନିବେଶ ପ୍ରସ୍ତାବ

December 1, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha CM in MIO22
ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ୭ ଲକ୍ଷ ୬ ହଜାର ୧୨୮ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର: ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨କୁ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା ପରେ ଆଜି ୧ ତାରିଖରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସଂପର୍କରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆଜି ସକାଳେ ମୁଖ୍ୟମନ୍ତ୍ରୀ ନରେୱ, ଜାପାନ, ଜର୍ମାନୀ ଓ ନେପାଳର ବୈଦେଶିକ ପ୍ରତିନିଧିଙ୍କ ସମେତ ଦେଶର ୪୦ ଜଣ ପ୍ରମୁଖ ଶିଳ୍ପପତିଙ୍କ ଗହଣରେ ଜଳଯୋଗରେ ସାମିଲ ହୋଇ ପୁଂଜିନିବେଶ ସଂପର୍କରେ ଆଲୋଚନା କରିଥିଲେ।

ଆଜିର ପ୍ରଥମ ଅଧିବେଶନ (ପ୍ଲେନାରୀ ସେସନ୍‌)ରେ ୫୪ ଜଣ ପ୍ରମୁଖ ଶିଳ୍ପପତିମାନେ ଉପସ୍ଥିତ ଥିବା ବେଳେ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରାୟ ୨୦୦୦ରୁ ଊଦ୍ଧ୍ୱର୍ ଉଦ୍ୟୋଗୀମାନେ ଯୋଗ ଦେଇଥିଲେ। ଆଜି ମୋଟ ୧୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା।

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଆୟୋଜିତ ପ୍ରଦର୍ଶନୀରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ ଅନ୍ୟ ଦେଶରୁ ୨୧୨ଟି ସଂସ୍ଥା ଅଂଶଗ୍ରହଣ କରିଥିବାବେଳେ ଏଥିରେ ଜାପାନ୍‌, ଜର୍ମାନୀ, ନର୍‌େୱ, ନେପାଳ, ବାଂଲାଦେଶ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ସିଙ୍ଗାପୁର, ଚୀନ ଓ ଥାଇଲାଣ୍ଡ ଆଦି ଦେଶ ମଧ୍ୟ ସାମିଲ ହୋଇଛନ୍ତି। ଆଜି ମୋଟ ୨୧ଟି ନିବେଶ ସଂପର୍କିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

ଉଭୟ ନିବେଶ ଓ ଅଣନିବେଶ କ୍ଷେତ୍ର ମିଶି ମୋଟ ୬୭ଟି ନିବେଶ ପତ୍ର ଗ୍ରହଣ କରାଯାଇ ଥିଲା। ଏହି ୬୭ଟି କ୍ଷେତ୍ରରୁ ମୋଟ ୫,୮୫,୭୪୨.୨୬ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏଥି ଯୋଗୁଁ ୨ ଲକ୍ଷ ୪୭ ହଜାର ୮୯୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏତଦ୍‌ବ୍ୟତୀତ ଦେଶର ବିଭିନ୍ନ ସହରରେ ଗତ ୬ ମାସ ମଧ୍ୟରେ ଯେଉଁ ରୋଡ୍‌ଶୋ ହୋଇଥିଲା, ତନ୍ମଧ୍ୟରୁ ପ୍ରସ୍ତାବନା ଆସିଥିବା ୭୮ଟି ନିବେଶ ପ୍ରତିଶ୍ରୁତିକୁ ଆଜି ବିଧିବଦ୍ଧ ଭାବେ ଗ୍ରହଣ କରାଯାଇଛି।

ଏଥିରେ ୧ଲକ୍ଷ ୪୦ ହଜାର ୩୮୬ କୋଟି ୧୯ ଲକ୍ଷ ଟଙ୍କାର ପୁଂଜିନିବେଶ ସମ୍ଭାବନା ରହିଛି ଏବଂ ଏହା ଦ୍ୱାରା ୭୨ ହଜାର ୮୪୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଉପରୋକ୍ତ ସମସ୍ତ କ୍ଷେତ୍ରରୁ ମୋଟ ୭,୨୬,୧୨୮.୪୫ କୋଟିର ପୁଂଜିନିବେଶ ପ୍ରତିଶ୍ରୁତି ମିଳିଛିି ବୋଲି ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି।

ଆସନ୍ତାକାଲି ମେକ୍‌ ଇନ୍‌ ଓଡ଼ିଶା ଦ୍ୱିତୀୟ କାର୍ଯ୍ୟ ଦିବସରେ ସ୍କିଲଡ୍‌ ଇନ୍‌ ଓଡ଼ିଶାଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆଇଟିଇଏସ୍‌, ସିଙ୍ଗାପୁର ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ କେତେକ ଶିଳ୍ପ ଉପରେ ନିର୍ଭର କରୁଥିବା କ୍ଷୁଦ୍ରଶିଳ୍ପ, ଆନୁଷଙ୍ଗିକ ଶିଳ୍ପ ଓ ଡାଉନ୍‌ଷ୍ଟ୍ରିମ ଶିଳ୍ପ, ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ଏବଂ ଯାନ୍ତ୍ରିକ ଶିକ୍ଷା କ୍ଷେତ୍ରରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।

ଆସନ୍ତାକାଲି ମୋଟ ୧୦ଟି ଅଧିବେଶନ ଅନୁଷ୍ଠିତ ହେବ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Make in Odisha 2022 ହେମନ୍ତ କୁମାର ଶର୍ମା
Share. Facebook Twitter LinkedIn Email WhatsApp Copy Link

Related Posts

ଇରାନରେ କିଛି ବଡ଼ ଘଟଣା ଘଟିବ?: ନିଜ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କଲା ଭାରତ

July 20, 2026

୧୬ ବର୍ଷ ପରେ ବିଶ୍ୱ ଚାମ୍ପିଅନ୍ ହେଲା ସ୍ପେନ: ଫିଫା ବିଶ୍ୱକପ୍ ଫାଇନାଲରେ ପରାସ୍ତ ହେଲା ଆର୍ଜେଣ୍ଟିନା

July 20, 2026

ବିଶ୍ୱର ସର୍ବବୃହତ ଦହି ଉତ୍ପାଦନ କାରଖାନାର ଭୂମି ପୂଜନ କଲେ ଅମିତ ଶାହ

July 20, 2026

ଓଡ଼ିଶାର ନୂଆ ଉପକୂଳ ରାଜପଥ: ଆଧ୍ୟାତ୍ମିକ ଯାତ୍ରା ଏବଂ ଉପକୂଳ ପର୍ଯ୍ୟଟନର ମାର୍ଗ

July 20, 2026
Latest News

ହଙ୍ଗମା ସହିତ ଆରମ୍ଭ ହେଲା ମୌସୁମୀ ଅଧିବେଶନ: ଅପରାହ୍ନ ୧୨ ଟା ଯାଏଁ ଲୋକସଭା ମୁଲତବୀ

July 20, 2026

ସଂସଦ ମାର୍ଚ୍ଚ ଆରମ୍ଭ ହେବା ମାତ୍ରେ ପୋଲିସର ଲାଠିଚାର୍ଜ

July 20, 2026

ୱାଙ୍ଗଚୁକଙ୍କ ଅନଶନ ଉପରେ ପ୍ରତିକ୍ରିୟା ଦେଲେ ମହାତ୍ମା ଗାନ୍ଧୀଙ୍କ ନାତି: ଜାଣି ଆଶ୍ଚର୍ଯ୍ୟ ହେବେ

July 20, 2026

ଇରାନରେ କିଛି ବଡ଼ ଘଟଣା ଘଟିବ?: ନିଜ ନାଗରିକମାନଙ୍କୁ ତୁରନ୍ତ ଦେଶ ଛାଡିବାକୁ ଅନୁରୋଧ କଲା ଭାରତ

July 20, 2026

ଐତିହ୍ୟ କାହାଣୀ ବା ‘ହେରିଟେଜ୍ ଟେଲ୍ସ’ କଳା ପ୍ରଦର୍ଶନୀ ଉଦ୍ଘାଟିତ

July 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.