Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଷ୍ଟାଣ୍ଡ-ଅପ୍‌ ଇଣ୍ଡିଆ ଯୋଜନା ଅଧୀନରେ ୭ ବର୍ଷରେ ୪୦,୭୦୦ କୋଟି ଟଙ୍କାରୁ ଅଧିକ ଋଣ ଅର୍ଥରାଶି ମଞ୍ଜୁର
ଆଜିର ଖବର

ଷ୍ଟାଣ୍ଡ-ଅପ୍‌ ଇଣ୍ଡିଆ ଯୋଜନା ଅଧୀନରେ ୭ ବର୍ଷରେ ୪୦,୭୦୦ କୋଟି ଟଙ୍କାରୁ ଅଧିକ ଋଣ ଅର୍ଥରାଶି ମଞ୍ଜୁର

April 5, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆର୍ଥିକ ସଶକ୍ତିକରଣ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଧ୍ୟାନ ଦେଇ ତୃଣମୂଳସ୍ତରରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ୫ ଏପ୍ରିଲ ୨୦୧୬ରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର ଶୁଭାରମ୍ଭ କରାଯାଇଥିଲା।  ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର କାର୍ଯ୍ୟକାଳକୁ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ମହିଳା ସମ୍ପ୍ରଦାୟର ଆକାଂକ୍ଷୀ ଉଦ୍ୟୋଗୀମାନେ ସମ୍ମୁଖିନ ହେଉଥିବା ସମସ୍ୟାକୁ ଆଖି ଆଗରେ ରଖି ସେମାନଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ଲାଗି ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ମହିଳା ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ଲୋକମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କୁ ଉତ୍ପାଦନ, ସେବା କିମ୍ବା ବ୍ୟବସାୟିକ ଏବଂ କୃଷି ଆନୁସଙ୍ଗିକ କାର୍ଯ୍ୟକଳାପ କ୍ଷେତ୍ରରେ ନୂଆ ଉଦ୍ୟୋଗ ପ୍ରତିଷ୍ଠାରେ ସହାୟକ ହୋଇଥାଏ।

ଏହି ଅବସରରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୧.୮ ଲକ୍ଷ ମହିଳା ଓ ଏସସି/ଏସଟି ଉଦ୍ୟୋଗୀଙ୍କୁ ୪୦,୬୦୦ କୋଟି ଟଙ୍କା ମଞ୍ଜୁର କରାଯିବା ଆମ ପାଇଁ ଗର୍ବ ଓ ସନ୍ତୋଷର ବିଷୟ।

ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ୭ ବର୍ଷ ପୂର୍ତ୍ତି ଅବସରରେ ଅର୍ଥ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନା ଏପରି ଏକ ଇକୋସିଷ୍ଟମ ସୃଷ୍ଟି କରିଛି ଯାହାକି ସବୁ ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଜରିଆରେ ଋଣ ସହାୟତା ଯୋଗାଇ ଦେଇ ନୂଆ ଉଦ୍ୟୋଗ ପ୍ରତିଷ୍ଠା କରିବା ଲାଗି ଏକ ଅନୁକୂଳ ପରିବେଶ ଯୋଗାଇ ଦେଉଛି ଏବଂ ଆଗକୁ ମଧ୍ୟ ଏହା ଏପରି ପରିବେଶ ଯୋଗାଇ ଦେବ। ଏସସିଏସଟି ଓ ମହିଳାମାନଙ୍କ ମଧ୍ୟରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦିଗରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ଶ୍ରୀମତୀ ସୀତାରମଣ କହିଛନ୍ତି ଯେ, ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାରେ ବଞ୍ଚିତ/ଅବହେଳିତ ବର୍ଗର ଉଦ୍ୟୋଗୀମାନଙ୍କୁ ବାଧାମୁକ୍ତ ଶସ୍ତା କ୍ରେଡିଟ୍‌ ସୁବିଧା ଯୋଗାଇ ଦେଇ ସଂଖ୍ୟାଧିକ ଲୋକଙ୍କ ଆଶାଆକାଂକ୍ଷା ପୂରଣ କରୁଛି। ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଆକାଂକ୍ଷୀ ଉଦ୍ୟୋଗୀମାନଙ୍କୁ ସେମାନଙ୍କର ଉଦ୍ୟମଶୀଳତା କୌଶଳ ପ୍ରଦର୍ଶନ କରିବା ଓ ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ ଆର୍ଥିକ ବିକାଶକୁ ଆଗେଇ ନେବା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଏକ ଦୃଢ଼ ଇକୋସିଷ୍ଟମ ନିର୍ମାଣ କରିବାକୁ ପ୍ରୋତ୍ସାହନ ଦେଉଛି।

ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ସାତ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଶନ ରାଓ କରାଡ଼ କହିଛନ୍ତି ଯେ, ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନା ଜାତୀୟ ଆର୍ଥିକ ଅନ୍ତର୍ଭୂକ୍ତିକରଣ ବିଶନର ତୃତୀୟ ସ୍ତମ୍ଭ ଉପରେ ଆଧାରିତ ଯାହାକି ‘‘ପାଣ୍ଠିରୁ ବଞ୍ଚିତକୁ ପାଣ୍ଠିଯୋଗାଣ’’ ଉପରେ ଧ୍ୟାନ ଦେଇଥାଏ। ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ ଜରିଆରେ ଏସସି/ଏସଟି ଏବଂ ମହିଳା ଉଦ୍ୟୋଗୀମାନଙ୍କୁ ବାଧାମୁକ୍ତ ଋଣ ଯୋଗାଇ ଦେଇ ଉଦ୍ୟୋଗୀ, ସେମାନଙ୍କ କର୍ମଚାରୀ ଓ ପରିବାରର ଜୀବନଧାରଣ ମାନରେ ସୁଧାର ଆଣିବା କ୍ଷେତ୍ରରେ ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଡକ୍ଟର କରାଡ଼ କହିଛନ୍ତି ଯେ ଏହି ଯୋଜନା ଦ୍ୱାରା ଗତ ୭ ବର୍ଷ ମଧ୍ୟରେ ୧.୮ ଲକ୍ଷ ଉଦ୍ୟୋଗୀ ଲାଭାନ୍ୱିତ ହୋଇଛନ୍ତି। ଏବେ ସୁଦ୍ଧା ୮୦% ଋଣ ମହିଳାମାନଙ୍କୁ ଯୋଗାଇ ଦିଆଯିବା ଖୁସିର ବିଷୟ ବୋଲି ଡକ୍ଟର କରାଡ଼ କହିଛନ୍ତି।

ଆମେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନାର ଷଷ୍ଠ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ। ଏ ପରିପ୍ରେକ୍ଷୀରେ ଯୋଜନାର ବୈଶିଷ୍ଟ୍ୟ ଓ ସଫଳତା ଉପରେ ଆସନ୍ତୁ ଦୃଷ୍ଟି ପକାଇବା।

ଷ୍ଟାଣ୍ଡଅପ୍‌ ଇଣ୍ଡିଆ ଯୋଜନାର ଉଦ୍ଦେଶ୍ୟ:

ମହିଳା ଏବଂ ଏସସି ଓ ଏସଟି ସମୁଦାୟରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା :

ଉତ୍ପାଦନ, ସେବା ଓ ବ୍ୟବସାୟ କ୍ଷେତ୍ର ଏବଂ କୃଷି ଆନୁସଙ୍ଗିକ ଗତିବିଧି କ୍ଷେତ୍ରରେ ଗ୍ରୀନଫିଲ୍ଡ ଉଦ୍ୟୋଗରେ ଋଣ ପ୍ରଦାନ କରିବା;

ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ପ୍ରତ୍ୟେକ ବ୍ୟାଙ୍କ ଶାଖାରେ ଅତିକମରେ ଜଣେ ଏସସି/ଏସଟି ଏବଂ ଜଣେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ମଧ୍ୟରେ ବ୍ୟାଙ୍କ ଋଣ ଉପଲବ୍ଧ କରାଇବାର ବ୍ୟବସ୍ଥା ରହିଛି

ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ କାହିଁକି?

ବ୍ୟବସାୟରେ ସଫଳ ହେବା ଲାଗି ଉଦ୍ୟୋଗ ପ୍ରତିଷ୍ଠା କରିବା, ଋଣ ହାସଲ କରିବା ଏବଂ ସମୟ ସମୟରେ ଅନ୍ୟ ସହାୟତା ହାସଲ କରିବାରେ ମହିଳା, ଏସସି/ଏସଟି ସମ୍ପ୍ରଦାୟଙ୍କ ପାଇଁ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଚିହ୍ନଟ କରିବା ଉପରେ ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନା; ଆଧାରିତ। ସେଥିପାଇଁ ଏହି ଯୋଜନା ଏପରି ଏକ ଇକୋସିଷ୍ଟମ ପ୍ରସ୍ତୁତ କରିବା ଲାଗି ପ୍ରୟାସ କରିଥାଏ, ଯାହା ବ୍ୟବସାୟ କରିବା ଲାଗି ସୁବିଧାଜନକ ତଥା ସହାୟକ ବାତାବରଣ ପ୍ରଦାନ କରିଥାଏ ଏବଂ ଏହାକୁ ବଜାୟ ରଖିଥାଏ। ଏସସି, ଏସଟି ଓ ମହିଳା ଋଣଗ୍ରହିତାମାନଙ୍କୁ ଋଣ ସୁବିଧା ଯୋଗାଇ ଦେବା ପାଇଁ ଏହି ଯୋଜନା ସବୁ ବ୍ୟାଙ୍କ ଶାଖାକୁ ପ୍ରୋତ୍ସାହିତ କରିଥାଏ । ଆଗ୍ରହୀ ଆବେଦନକାରୀ ଏହି ଯୋଜନାରେ ଆବେଦନ କରିପାରିବେ:

ସିଧାସଳଖ ବ୍ୟାଙ୍କ ଶାଖାକୁ ଯାଇ କିମ୍ବା,

ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ପୋର୍ଟାଲ (standupmitra.in) ମାଧ୍ୟମରେ କିମ୍ବା,

ଅଗ୍ରଣୀ ଜିଲ୍ଲା ପରିଚାଳକ (ଏଲଡିଏମ)ଙ୍କ ମାଧ୍ୟମରେ।

କେଉଁମାନେ ଋଣ ପାଇବା ଲାଗି ଯୋଗ୍ୟ?

ଅନୁସୂଚିତ ଜାତି/ଜନଜାତି ଏବଂ/କିମ୍ବା ମହିଳା ଉଦ୍ୟୋଗ, ଯେଉଁମାନଙ୍କର ବୟସ ୧୮ ବର୍ଷରୁ ଅଧିକ;

ଯୋଜନା ଅଧୀନରେ ଋଣ କେବଳ ପ୍ରକଳ୍ପ ପାଇଁ ଉପଲବ୍ଧ। ଏ ସନ୍ଦର୍ଭରେ ଗ୍ରୀନଫିଲ୍ଡର ଅର୍ଥ ହେଉଛି : ଉତ୍ପାଦନ, ସେବା କିମ୍ବା ବ୍ୟବସାୟ କ୍ଷେତ୍ର ଏବଂ କୃଷି ସହ ଜଡ଼ିତ ଗତିବିଧରେ ହିତାଧିକାରୀଙ୍କର ପ୍ରଥମ ଉଦ୍ୟୋଗ;

ଅଣ ବ୍ୟକ୍ତିଗତ ଉଦ୍ୟୋଗ କ୍ଷେତ୍ରରେ, ୫୧ ପ୍ରତିଶତ ଅଂଶଧନ ଏବଂ ନିୟନ୍ତ୍ରଣ ଭାଗିଦାରୀ ଏସସି/ଏସଟି ବ୍ୟକ୍ତି ଏବଂ/କିମ୍ବା ମହିଳା ଉଦ୍ୟୋଗୀଙ୍କ ପାଖରେ ରହିବା ଉଚିତ୍;

ଋଣ ନେଉଥିବା ବ୍ୟକ୍ତି ଋଣ ପରିଶୋଧ ନକରିବା ପାଇଁ କୌଣସି ବ୍ୟାଙ୍କ/ଆର୍ଥିକ ସଂସ୍ଥାନରେ ଦୋଷୀ (ଡିଫଲ୍ଟର) ହୋଇଥିବା ଉଚିତ୍‌ ନୁହେଁ ।

ଏହି ଯୋଜନାରେ କେନ୍ଦ୍ର/ରାଜ୍ୟ ଯୋଜନାର ବ୍ୟବସ୍ଥା ଅନୁରୂପ ପ୍ରକଳ୍ପ ବ୍ୟୟର ୧୫ ପ୍ରତିଶତ ପର୍ଯ୍ୟନ୍ତ ମାର୍ଜିନ ମନି (ଅଗ୍ରୀମ ଜମା ଅର୍ଥରାଶି) ଜମା କରିବା ଲାଗି ପରିକଳ୍ପନା କରାଯାଇଛି। ଏପରି ଯୋଜନାର ଲାଭ ମଞ୍ଜୁରିପ୍ରାପ୍ତ ସବସିଡି ଲାଭ କରିବା କିମ୍ବା ଅଗ୍ରମୀ ଜମ ଅର୍ଥରାଶି ଆବଶ୍ୟକତାକୁ ପୂରଣ କରିବା ଲାଗି କରାଯାଇପାରିବ। କିନ୍ତୁ ସବୁ ଯୋଜନାର ଋଣ ନେଉଥିବା ବ୍ୟକ୍ତିଙ୍କୁ ନିଜ ଆଡ଼ୁ ପ୍ରକଳ୍ପ ବ୍ୟୟର ସର୍ବନିମ୍ନ ୧୦ ପ୍ରତିଶତ ବିନିଯୋଗ କରିବାକୁ ପଡ଼ିବ।

ସମର୍ଥନ ଏବଂ ମାର୍ଗଦର୍ଶନ (ହ୍ୟାଣ୍ଡ ହୋଲ୍ଡିଂ ସହାୟତା)

ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନା ପାଇଁ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ (ସିଡବୀ) ଦ୍ବାରା ଅନଲାଇନ୍‌ ପୋର୍ଟାଲ www.standupmitra.in  ବିକଶିତ କରାଯାଇଛି, ଯାହାକି ଋଣ ପାଇଁ ଇଚ୍ଛକୁ ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ସହ ଯୋଡ଼ିବା ବ୍ୟତୀତ, ସମ୍ଭାବ୍ୟ ଉଦ୍ୟୋଗୀମାନଙ୍କୁ ବ୍ୟବସାୟିକ ଉଦ୍ୟୋଗ ପ୍ରତିଷ୍ଠା କରିବା ଏବଂ ଏହାର ପ୍ରୟାସରେ ମାର୍ଗଦର୍ଶନ ପ୍ରଦାନ କରିତାଏ। ଏଥିରେ ପ୍ରଶିକ୍ଷଣ ସୁବିଧା ଠାରୁ ଆରମ୍ଭ କରି ବ୍ୟାଙ୍କର ଆବଶ୍ୟକତା ଅନୁଯାୟୀ ଋଣ ଆବେଦନ ପୂରଣ କରିବା ପର୍ଯ୍ୟନ୍ତ କାର୍ଯ୍ୟ ସାମିଲ ରହିଛି। ୮,୦୦୦ ଅଧିକ ସମର୍ଥନ ତଥା ମାର୍ଗଦର୍ଶନ (ହ୍ୟାଣ୍ଡହୋଲ୍ଡିଂ) ଏଜେନ୍ସିର ନେଟୱର୍କ ମାଧ୍ୟମରେ, ଏହି ପୋର୍ଟାଲ ଋଣ ନେବାକୁ ଇଚ୍ଛୁକ ବ୍ୟକ୍ତିମାନଙ୍କୁ ବିଶେଷଜ୍ଞ ଏଜେନ୍ସିମାନଙ୍କ ସହିତ ଯୋଡ଼ିବା ଲାଗି ପର୍ଯ୍ୟାୟ ଆଧାରିତ ମାର୍ଗଦର୍ଶନ ସୁବିଧା ପ୍ରଦାନ କରିଥାଏ। ଏଥିରେ କୌଶଳ ବିକାଶ କେନ୍ଦ୍ର, ସମର୍ଥନ ଏବଂ ମାର୍ଗଦର୍ଶନ ଉଦ୍ୟମିତା ବିକାଶ କାର୍ଯ୍ୟକ୍ରମ କେନ୍ଦ୍ର, ଜିଲ୍ଲା ଉଦ୍ୟୋଗ କେନ୍ଦ୍ର ଆଦିର ଠିକଣା ଓ ଫୋନନମ୍ବର ପ୍ରଦାନ କରିବା ଆଦି କାର୍ଯ୍ୟ ସାମିଲ ରହିଛି।

୨୧ ମାର୍ଚ୍ଚ ୨୦୨୩ ସୁଦ୍ଧା ଯୋଜନାର ଉପଲବ୍ଧି

ଯୋଜନା ଆରମ୍ଭ ହେବା ପର ଠାରୁ ୨୧ ମାର୍ଚ୍ଚ ୨୦୨୩ ସୁଦ୍ଧା ଷ୍ଟାଣ୍ଡ ଅପ୍‌ ଇଣ୍ଡିଆ ଯୋଜନା ଅଧୀନରେ ୧,୮୦,୬୩୬ଟି ବ୍ୟାଙ୍କ ଆକାଉଣ୍ଟରେ ୪୦,୭୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଆର୍ଥିକ ସଶକ୍ତିକରଣ ନିଯୁକ୍ତି ସୁଯୋଗ
Share. Facebook Twitter LinkedIn Email WhatsApp Copy Link

Related Posts

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Latest News

ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକର ସିଇଓ ଓ ପ୍ରତିଷ୍ଠାତାମାନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

August 22, 2026

ପାରାଦୀପ ବନ୍ଦରରେ ୪୨୭ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ସର୍ବାନନ୍ଦ ସୋନୋୱାଲ

August 22, 2026

ରାଶିଫଳ: ଅଗଷ୍ଟ ୨୨ ତାରିଖ ଶନିବାରରେ କଣ ରହିବ ଆପଣଙ୍କ ଭାଗ୍ୟରେ ପଢନ୍ତୁ

August 22, 2026

ମହାନଦୀ ଜଳ ବିବାଦରେ ବଡ଼ ପଦକ୍ଷେପ, CWC ଗଠନ କଲା ବୈଷୟିକ କମିଟି

August 21, 2026

Odisha Investment: ୧୪ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି, ୨,୭୮୦ କୋଟି ନିବେଶରେ ୧୪,୧୦୪ ନିଯୁକ୍ତି

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.