ଜିଓରେ 5655 କୋଟି ନିବେଶ କଲା ସିଲ୍ଭର ଲେକ୍‌

Published: May 4, 2020, 2:10 pm IST

ମୁମ୍ବାଇ : ଜିଓରେ 5655 କୋଟି ଟଙ୍କା ନିବବେଶ କରିଛି ଆମେରିକୀୟ ଇକ୍ବିଟୀ କମ୍ପାନୀ ସିଲ୍ଭର ଲେକ୍‌ । ନିକଟରେ ଫେସ୍‌ବୁକ୍‌ ଜିଓରେ 43 ହଜାର କୋଟି ଟଙ୍କା ନିବେଶ କରିଥିବା ବେଳେ ଆମେରିକୀୟ ଘରୋଇ ଇକ୍ବିଟି କମ୍ପାନୀ ସିଲ୍ଭର ଲେକ୍‌ ଜିଓର 1.15 ପ୍ରତିଶତ ଅଂଶଧନ କିଣିଛି । ସେହିପରି ଜିଓର ଇକ୍ବିଟି ଅଂଶଧନର ମୂଲ୍ୟ 4.90 ଲକ୍ଷ କୋଟି ଏବଂ ଏଣ୍ଟରପ୍ରାଇଜ୍‌ସ ଭ୍ୟାଲୁ 5.15 ଲକ୍ଷ କୋଟି ଟଙ୍କା ରହିଛି । ସିଲ୍‌ଭର ଲେକ୍‌ ପୂର୍ବରୁ ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀ ସହିତ ଚୁକ୍ତି କରି ସାରିଛି । ଏୟାର ବିଏନ୍‌ବି, ଆଲିବାବା, ଆଣ୍ଟ, ଆଲ୍ଫାବେଟ୍‌, ଡେଲ୍‌ ଏବଂ ଟ୍ବିଟ୍ଟର ପରି ବିଭିନ୍ନ କମ୍ପାନୀ ସହିତ ଜଡିତ ରହିଛି ସିଲ୍ଭର ଲେକ୍‌ । ଜିଓ ନିଜର 10 ପ୍ରତିଶତ ଅଂଶଧନ ଫେସ୍‌ବୁକ୍‌କୁ ବିକ୍ରୟ କରିଥିବା ବେଳେ ଅନ୍ୟାନ୍ୟ ଋଣ ପରିଶୋଧ ପାଇଁ ଜିଓ ନିଜୟ ଅଂଶଧନ ବିକ୍ରୟ କରୁଥିବା ଜଣାପଡିଛି । ଏହି ଚୁକ୍ତି ଉଭୟ କମ୍ପାନୀ ନିମନ୍ତେ ଲାଭଦାୟକ ହେବ ବୋଲି ସିଲ୍ଭର ଲେକ୍‌ର ସିଇଓ ଏଗନ୍‌ ଡର୍ବାନ୍‌ ମତ ଦେଇଛନ୍ତି । (ଏଜେନ୍ସି)

Related posts