ଜିଓରେ ୧୧ ହଜାର କୋଟି ଟଙ୍କା ନିବେଶ କରିବ ଭିଷ୍ଟା ଇକ୍ୱିଟି ପାର୍ଟନର୍ସ

Published: May 8, 2020, 5:36 pm IST

ଭୁବନେଶ୍ୱର/ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଆଜି ଏକ ମହତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ପ୍ରମୁଖ ଘରୋଇ ଇକ୍ୱିଟି ସଂସ୍ଥା ଭିଷ୍ଟା ଇକ୍ୱିଟି ପାର୍ଟନର୍ସ (ଭିଷ୍ଟା) ପକ୍ଷରୁ ଜିଓ ପ୍ଲାଟଫର୍ମସ୍‌ରେ ୧୧,୩୬୭ କୋଟି ଟଙ୍କା ନିବେଶ କରାଯିବାକୁ ଥିବା ଘୋଷଣା କରାଯାଇଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ସଂସ୍ଥାଗତ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ।

ଭିଷ୍ଟା ଏହି ନିବେଶ ଫଳରେ ଜିଓର ୨.୩୨ ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ । ଏହି ନିବେଶ ଦ୍ୱାରା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ଫେସବୁକ୍ ପରେ ଜିଓ ପ୍ଲାଟଫର୍ମସ୍‌ର ତୃତୀୟ ବୃହତ୍ତମ ନିବେଶକ ହୋଇଛି ଭିଷ୍ଟା ଇକ୍ୱିଟି ପାର୍ଟନର୍ସ । ତିନି ସପ୍ତାହରୁ କମ୍ ସମୟ ଭିତରେ ବିଶ୍ୱର ଅଗ୍ରଣୀ ପ୍ରଯୁକ୍ତି କ୍ଷେତ୍ର ନିବେଶକଙ୍କ ଠାରୁ ଜିଓ ପ୍ଲାଟଫର୍ମସ୍ ଏବେ ୬୦,୫୯୬.୩୭ କୋଟି ଟଙ୍କାର ପୁଞ୍ଜି ହାସଲ କରିପାରିଛି ।

Related posts