Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରଏମସି ଦ୍ବାରା ଆଦାୟ ହେଉଥିବା ବିରି, ମୁଗ, ଚିନାବାଦାମ ଉପରୁ ଛାଡ କରାଗଲା ମାର୍କେଟ ଫିସ୍‌
ଆଜିର ଖବର

ଆରଏମସି ଦ୍ବାରା ଆଦାୟ ହେଉଥିବା ବିରି, ମୁଗ, ଚିନାବାଦାମ ଉପରୁ ଛାଡ କରାଗଲା ମାର୍କେଟ ଫିସ୍‌

May 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆରଏମସି ଦ୍ବାରା ଆଦାୟ ହେଉଥିବା ବିରି, ମୁଗ, ଚିନାବାଦାମ ଉପରୁ ଛାଡ କରାଗଲା ମାର୍କେଟ ଫିସ୍‌

ଭୁବନେଶ୍ୱର, ରବି ୨୦୧୯-୨୦ ବର୍ଷରେ ରାଜ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ଜରିଆରେ ଚାଷୀମାନଙ୍କଠାରୁ ବିରି, ମୁଗ, ଚିନାବାଦାମ, ସୂର୍ଯ୍ୟମୂଖୀ ସଂଗ୍ରହ କାର୍ଯ୍ୟ ମେ ୭ ତାରିଖରୁ ଆରମ୍ଭ କରାଯାଇଥିବାବେଳେ ବିରି, ମୁଗ ଓ ଚିନାବାଦାମ (ଚୋପା ସହିତ) ବିକ୍ରି ଉପରେ ନିୟନ୍ତ୍ରଣ ବଜାର କମିଟି (ଆର୍‌.ଏମ.ସି)ମାନଙ୍କ ଦ୍ୱାରା ବଜାର ଅଞ୍ଚଳରେ ଆଦାୟ କରାଯାଉଥିବା ମାର୍କେଟ ଫିସ୍‌କୁ ଛାଡ କରାଯାଇଛି ବୋଲି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଓଡ଼ିଶା କୃଷିଜାତ ଦ୍ରବ୍ୟ ବଜାର ଅଧିନିୟମ ୧୯୫୬ (୧୯୫୭ ର ଓଡ଼ିଶା ଅଧିନିୟମ ୩)ର ଧାରା ୪ର ଉପଧାରା (୭) ଦ୍ୱାରା ଅର୍ପିତ କ୍ଷମତା ଦ୍ୱାରା ରାଜ୍ୟ ସରକାର ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ ଏହି ଛାଡ କରିଛନ୍ତି । ଏହି ଛାଡ ମଇ ୭ ତାରିଖରୁ ଅଗଷ୍ଟ ୫ ତାରିଖ, ୨୦୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ମର୍ମରେ ସମବାୟ ବିଭାଗ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଛି ।

ରାଜ୍ୟର ୧୬ଟି ଜିଲ୍ଲାରେ ମଇ ୭ ତାରିଖରୁୁ ମାର୍କଫେଡ଼ ଦ୍ୱାରା ସରକାରଙ୍କ ମୂଲ୍ୟ ସହାୟକ ଯୋଜନା (ପି.ଏସ.ଏସ) ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀମାନଙ୍କଠାରୁ ବିରି, ମୁଗ ଓ ତୈଳବୀଜ ସଂଗ୍ରହ କରାଯାଉଛି । ନାଫେଡ ପକ୍ଷରୁ ରାଜ୍ୟରେ ମାର୍କଫେଡ ବିଭିନ୍ନ ପ୍ୟାକ୍ସ, ଲ୍ୟାମ୍ପସ ଓ ନିୟନ୍ତ୍ରିତ ବଜାର କମିଟି ଜରିଆରେ ଏହାର ସଂଗ୍ରହ କରୁଛି । ଏହି ସଂଗ୍ରହ କାର୍ଯ୍ୟ ମଇ ୭ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅଧିକ ଉତ୍ପାଦିତ ହେଉଥିବା ରାଜ୍ୟର ୧୬ଟି ଜିଲ୍ଲାରେ ପଞ୍ଜିକୃତ ଚାଷୀମାନଙ୍କଠାରୁ ବିରି, ମୁଗ ଓ ଚିନାବାଦକ (ଚୋପା ସହ) ଓ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଉଛି । ସୂଚନାଯୋଗ୍ୟ ଯେ, କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ଲକଡାଉନ ବଳବତ୍ତର ରହିଥିବାବେଳେ ରାଜ୍ୟ ସରକାର ଡାଲି ଓ ତୈଳବୀଜ ବିକ୍ରି ନିମନ୍ତେ ଚାଷୀମାନଙ୍କ ନାମ ପଞ୍ଜିକରଣ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ମୁଗ
Share. Facebook Twitter LinkedIn Email WhatsApp Copy Link

Related Posts

‘ପ୍ରହାର-ସିଟି ନୀତି ଏବଂ ରଣନୀତି’ ଉପରେ ଏକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ

September 29, 2026

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026

ସେପ୍ଟେମ୍ବର ୨୯ ତାରିଖରେ ଏହି ପାଞ୍ଚୋଟି ରାଶିର ଚମକିବ ଭାଗ୍ୟ

September 29, 2026

MMDR Act କୁ ବିରୋଧ କରି ରାଜ ରାସ୍ତାରେ ଗର୍ଜ୍ଜନ କଲା ବିଜେଡି, ଯୋଗ ଦେଲେ ନବୀନ

September 28, 2026
Latest News

ସୁପ୍ରିମକୋର୍ଟଙ୍କ କଠୋର ପରାମର୍ଶ: ଟ୍ରାଫିକ୍ ଚାଲାଣ ନଦେଲେ କଟିବ ବିଜୁଳି ସଂଯୋଗ

September 29, 2026

ଡବ୍ଲ୍ୟୁପିଏଲ୍ ୨୦୨୭: ରିଟେନ୍-ରିଲିଜ୍ ତାଲିକା ପ୍ରକାଶ, ଅକ୍ଟୋବର ୨୮ରେ କୋଚିରେ ମିନି ଅକ୍ସନ୍

September 29, 2026

‘ରବି ଅଭିଯାନ ୨୦୨୬’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

September 29, 2026

‘ପ୍ରହାର-ସିଟି ନୀତି ଏବଂ ରଣନୀତି’ ଉପରେ ଏକ ସମ୍ମିଳନୀକୁ ଉଦଘାଟନ କଲେ ଅମିତ ଶାହ

September 29, 2026

‘ଇଣ୍ଡିଆ ଏନର୍ଜି ୱିକ୍ ୨୦୨୭’ ର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଅନୁଷ୍ଠିତ

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.