ଜିଓ ପ୍ଲାଟଫର୍ମରେ ୪୫୪୬ କୋଟି ନିବେଶ କରିବ ସିଲଭର ଲେକ୍

Published: Jun 6, 2020, 7:42 pm IST

ଭୁବନେଶ୍ୱର / ମୁମ୍ବାଇ : ଆମେରିକୀୟ ଘରୋଇ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଏବଂ ଏହାର ସହ-ନିବେଶକମାନେ ଜିଓ ପ୍ଲାଟଫର୍ମସରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ମେ ୪ରେ ସିଲଭର ଲେକ୍ ଦ୍ୱାରା ଜିଓ ପ୍ଲାଟଫର୍ମରେ ୫,୬୫୫.୭୫ କୋଟି ଟଙ୍କାର ନିବେଶ ଘୋଷଣା କରାଯାଇଥିଲା । ଏହି ଅତିରିକ୍ତ ନିବେଶ ପରେ ସିଲଭର ଲେକ୍ ଏବଂ ଏହାର ସହ-ନିବେଶକାରୀଙ୍କ ଦ୍ୱାରା ଜିଓ ପ୍ଲାଟ୍‌ଫର୍ମସ୍‌ରେ ମୋଟ ପୁଞ୍ଜିନିବେଶ ପରିମାଣ ୧୦୨୦୨.୫୫ କୋଟି ଟଙ୍କାରେ ପହଞ୍ଚିଛି । ଜିଓ ପ୍ଲାଟଫର୍ମସର ମୋଟ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଟଙ୍କା ଏବଂ ଔଦ୍ୟୋଗିକ ମୂଲ୍ୟ ୫.୧୬ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ସିଲଭର୍ ଲେକ୍‌ର ଏହି ପୁଞ୍ଜିନିବେଶ ଜିଓ ପ୍ଲାଟଫର୍ମସ୍‌ରେ ପୂର୍ଣ୍ଣଭିତିରେ ବିଘଟିତ ହୋଇପାରୁଥିବା ୨.୦୮ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ । (ଏଜେନ୍ସି)

Related posts