Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ଶସ୍ତା ଭଡ଼ାଘର ନିର୍ମାଣ କରିବା ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟରେ ଗୃହୀତ
ଜାତୀୟ ଖବର

ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ଶସ୍ତା ଭଡ଼ାଘର ନିର୍ମାଣ କରିବା ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟରେ ଗୃହୀତ

July 9, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
Cabinet approves developing of Affordable rental housing Complexes for urban migrants / poor

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସହରାଞ୍ଚଳର ପ୍ରବାସୀ ଓ ଗରିବ ଶ୍ରମିକଙ୍କ ପାଇଁ ସୁଲଭ ଭଡାଘର କମ୍ପ୍ଲେକ୍ସ (ଏଆରଏଚ୍‌ସିଏସ୍‌) ନିର୍ମାଣ କରିବାକୁ ଏକ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳର ଏକ ଉପଯୋଜନା ଭାବେ ଏହା କାର୍ଯ୍ୟକାରୀ ହେବ ଏବଂ  ଏହାର ନାମ ରଖାଯିବ ପିଏମ୍‌ଏୱାଇ-ୟୁ। ଏହା ନିମ୍ନଲିଖିତ ବ୍ୟବସ୍ଥାରେ କାର୍ଯ୍ୟକାରୀ ହେବ।

  1. ବର୍ତ୍ତମାନ ଖାଲି ପଡିଥିବା ସମସ୍ତ ସରକାରୀ ଆବାସିକ କମ୍ପ୍ଲେକ୍ସକୁ ଏଆରଏଚସିଏସ୍‌ରେ ପରିଣତ କରାଯିବ। ଏଥିପାଇଁ 25 ବର୍ଷିଆ ରିହାତି ଚୁକ୍ତିରେ ବ୍ୟବସ୍ଥା ରହିବ। ଚୁକ୍ତି ସ୍ୱାକ୍ଷରକାରୀ ଏସବୁ କମ୍ପ୍ଲେକ୍ସକୁ ମରାମତି ଓ ବାସପୋଯୋଗୀ କରିବେ ତଥା କୋଠରୀଗୁଡିକର ରକ୍ଷାଣାବେକ୍ଷଣ ଦାୟିତ୍ୱ ତୁଲାଇବେ। ଜଳଯୋଗାଣ, ସ୍ୱେରେଜ, ସେପ୍ଟେଜ, ପରିମଳ, ରାସ୍ତା ନିର୍ମାଣ ଆଦି କାମ ସଂପୃକ୍ତ କନ୍‌ସେସନାୟରକୁ ବୁଝିବାକୁ ପଡିବ। ଏ କ୍ଷେତ୍ରରେ କନ୍‌ସେସନାୟାର କିଏ ହେବ ରାଜ୍ୟ ସରକାର ନିଲାମ ବ୍ୟବସ୍ଥାରେ ତାହା ଚୂଡାନ୍ତ କରିବେ। ପଚିଶ ବର୍ଷ ପରେ ଏସବୁ ଆବାସିକ କମ୍ପ୍ଲେକ୍ସ ସଂପୃକ୍ତ ନଗର ପ୍ରଶାସନ ଅଧୀନକୁ ଆସିବ ଏବଂ ପୁନର୍ବାର ଆଉ ଏକ ପ୍ରକ୍ରିୟା ଆରମ୍ଭ ହେବ।
  2. ଏହି ଏଆରଏଚସିଏସ୍‌ର ବିକାଶ ପାଇଁ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇଦେବେ । ସେଥିମଧ୍ୟରେ ଅନୁମତି, 50 ଶତାଂଶ ଅତିରିକ୍ତ ଏଫ୍‌ଏଆର/ ଏଫ୍‌ଏସ୍‌ଆଇ, ରିଆତି ହାରରେ ଋଣ ଓ ଟିକସ ଆଦି ଅନ୍ତର୍ଭୁକ୍ତ । ଘରୋଇ ଏବଂ ସରକାରୀ ସଂସ୍ଥାମାନେ ଏଥିରେ ଭାଗ ନେଇପାରିବେ ଏବଂ ସେମାନଙ୍କୁ 25 ବର୍ଷ ପାଇଁ ଏସବୁ ସୁବିଧା ସହ ନିଜ ଜମିରେ ମଧ୍ୟ ଏଭଳି ଆବାସିକ କମ୍ପ୍ଲେକ୍ସକୁ ନିର୍ମାଣର ସୁବିଧା ମିଳିବ ।

ମ୍ୟାନୁଫ୍ୟାକ୍‌ଚରିଂ ଉଦ୍ୟୋଗ, ଆତିଥ୍ୟ କ୍ଷେତ୍ର, ସ୍ୱାସ୍ଥ୍ୟ, ଘରୋଇ ଓ ବ୍ୟାବସାୟିକ ପ୍ରତିଷ୍ଠାନ ତଥା ଅନ୍ୟାନ୍ୟ ନିର୍ମାଣ କ୍ଷେତ୍ର ଶ୍ରମିକ ଏବଂ ଛାତ୍ରଛାତ୍ରୀମାନେ, ଯେଉଁମାନେ ଗ୍ରାମାଞ୍ଚଳରୁ ସହରକୁ ଆସୁଛନ୍ତି, ସେମାନଙ୍କ ଆବାସିକ ଆବଶ୍ୟକତା ପୂରଣ ପାଇଁ ଏହି ଯୋଜନା ଉଦ୍ଦିଷ୍ଟ। ଟେକ୍‌ନୋଲଜି ଇନୋଭେସନ ଗ୍ରାଣ୍ଟ ଆକାରରେ 600 କୋଟି ଟଙ୍କାର ବ୍ୟୟ ଆକଳନ କରାଯାଇଛି। ଏହି ଅର୍ଥ ପ୍ରକଳ୍ପର ସ୍ଥାନ ନିରୂପଣ ଏବଂ ଆବଶ୍ୟକ ଜ୍ଞାନକୌଶଳ ବ୍ୟବହାର ପାଇଁ ଖର୍ଚ୍ଚ ହେବ। ଏଆରଏଚସିଏସ ଯୋଜନାରେ ପ୍ରାରମ୍ଭିକଭାବେ 3 ଲକ୍ଷ ଲୋକଙ୍କୁ ସାମିଲ କରାଯିବ। ଏହାଫଳରେ ସହରାଞ୍ଚଳରେ ଏକ ନୂଆ ପରିବେଶ ସୃଷ୍ଟି ହେବା ସହ ଗ୍ରାମାଞ୍ଚଳରୁ ଆସୁଥିବା ଲୋକଙ୍କୁ ସୁବିଧାରେ ରହିବାର ସୁଯୋଗ ମିଳିପାରିବ । ଏହା କେବଳ ନୂଆ ନିଯୁକ୍ତି ସୃଷ୍ଟି କରିବ ନାହିଁ, ଅଯଥା ଭ୍ରମଣ, ଗହଳି ଓ ପ୍ରଦୂଷଣ ରୋକିବାରେ ସହାୟକ ହେବ।

ଆହୁରି ମଧ୍ୟ ସରକାରୀ ଅର୍ଥରେ ତିଆରି ହୋଇ ବ୍ୟବହୃତ ହୋଇନଥିବା ଅନେକ ଆବାସିକ ପ୍ରକଳ୍ପ ଓ ଘରଦ୍ୱାର ଏହି ଯୋଜନା ଫଳରେ ସୁରକ୍ଷିତ ହେବା ସହ ଆର୍ଥିକ ଦୃଷ୍ଟିରୁ ଲାଭଜନକ କାର୍ଯ୍ୟରେ ଲାଗିପାରିବ।  ଘରୋଇ ଉଦ୍ୟୋଗ ନିଜ ଜମିରେ ଏଭଳି ଆବାସିକ ପ୍ରକଳ୍ପ ନିର୍ମାଣ କଲେ ସେଥିରେ ପୁଞ୍ଜି ନିବେଶର ସୁଯୋଗ ସୃଷ୍ଟି ହେବା ସହ ନିଯୁକ୍ତି ସୁବିଧା ମଧ୍ୟ ମିଳିବ । ଏହା ମଧ୍ୟ ଉଦ୍ୟମିତାକୁ ପ୍ରୋତ୍ସାହିତ କରିବ।

ପୃଷ୍ଠଭୂମି

ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ଏଆର୍‌ଏଚ୍‌ସିଏସ୍‌ ଯୋଜନାର ପରିକଳ୍ପନା କରି ଏ ଦିଗରେ କାମ ଆରମ୍ଭ କରିଛି । 2020 ମେ 14 ତାରିଖରେ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିଥିଲେ। ଏହା ଆତ୍ମନିର୍ଭର ଭାରତ ପ୍ୟାକେଜର ଏକ ଅଂଶବିଶେଷ ।

କରୋନା ମହାମାରୀ ଯୋଗୁଁ ସହରାଞ୍ଚଳରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ବିପୁଳ ସଂଖ୍ୟାରେ ନିଜ ନିଜ ଭିଟାମାଟିକୁ ଫେରିଯାଇଛନ୍ତି। ସେମାନେ ରୋଜଗାର ପାଇଁ ସହରାଞ୍ଚଳକୁ ଆସିଥିଲେ। ସହରାଞ୍ଚଳରେ ସ୍ଥାନ ଓ ଅର୍ଥାଭାବ ଯୋଗୁଁ ଏସବୁ ଶ୍ରମିକମାନେ ମୁଖ୍ୟତଃ ବେଆଇନ ବସ୍ତି, ଝୁମ୍ପୁଡି ଏବଂ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ସ୍ଥାନ ଓ ସହର ଉପକଣ୍ଠରେ ବାସ କରିବାକୁ ବାଧ୍ୟ ହୁଅନ୍ତି । କାର୍ଯ୍ୟସ୍ଥଳୀକୁ ଯିବାପାଇଁ ସେମାନେ ଚାଲିଚାଲି କିମ୍ବା ସାଇକଲରେ ବହୁତ ବାଟ ଯାଇଥାନ୍ତି। ଏହାଦ୍ୱାରା ସେମାନଙ୍କ ଜୀବନ ବିପନ୍ନ ହେବାର ଭୟ ମଧ୍ୟ ଥାଏ। ଏସବୁକୁ ଦୃଷ୍ଟିରେ ରଖି ସରକାର ଏହି ପ୍ରୟାସ ଆରମ୍ଭ କରିଛନ୍ତି ।

cabinet cabinet meeting
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ କଂଗ୍ରେସର ପ୍ରତିବାଦ: SIR ପ୍ରସଙ୍ଗରେ ପି. ଚିଦାମ୍ବରମଙ୍କ ବଡ଼ ବିବୃତ୍ତି

September 28, 2026

ଚାପୁଡ଼ା ମାରିବା ଘଟଣା: ମନ୍ତ୍ରୀ ପ୍ରବେଶ ବର୍ମାଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ

September 28, 2026

ଋଣରେ ପାଆନ୍ତୁ LPG ସିଲିଣ୍ଡର: ସୁଧମୁକ୍ତ ସହିତ ପ୍ରତି ମାସରେ ଦେୟ ଦିଅନ୍ତୁ କେବଳ 100 ଟଙ୍କା 

September 28, 2026

ବିଜୟଙ୍କ ବିଜୟର କାରଣ ସିଆଇଆର୍?: ଦାବି ଉପରେ ଚିଦାମ୍ବରମ୍‌ଙ୍କ ବଡ଼ ବୟାନ

September 28, 2026
Latest News

ମାଡ଼ି ଆସୁଛି ବନ୍ୟାଜଳ, ମହାନଦୀ ଦେଖାଉଛି କରାଳ ରୂପ

September 28, 2026

ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

September 28, 2026

ସମ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ

September 28, 2026

କେନ୍ଦ୍ରାପଡା ଗସ୍ତ କଲେ ଜାତୀୟ ସୁନାମୀ ପ୍ରସ୍ତୁତ ବୋର୍ଡ ପ୍ରତିନିଧି ଦଳ 

September 28, 2026

କୋରାପୁଟ ଶାନ୍ତି ଲଜ୍‌ରୁ ସ୍ୱାମୀ-ସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.