Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଶାଳିଆ ଡ୍ୟାମ ରାସ୍ତାରେ ବଢୁଛି ଡକାୟତି: କ୍ରମାଗତ ୩ଟି ଲୁଟ୍ ଘଟଣା ପରେ ବି ଲୁଟେରାଙ୍କ ଟେର ପାଉନି ପୋଲିସ
ଅପରାଧ

ଶାଳିଆ ଡ୍ୟାମ ରାସ୍ତାରେ ବଢୁଛି ଡକାୟତି: କ୍ରମାଗତ ୩ଟି ଲୁଟ୍ ଘଟଣା ପରେ ବି ଲୁଟେରାଙ୍କ ଟେର ପାଉନି ପୋଲିସ

July 12, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଏବଂ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଥିବା ଶାଳିଆ ଡ୍ୟାମ ଉଭୟ ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଥିବାବେଳେ ଏଠାରେ ଦିନକୁ ଦିନ ରାହାଜାନି, ଲୁଟ ଆଦି ବଢ଼ୁଥୁବାରୁ ବର୍ତ୍ତମାନ ପର୍ଯ୍ୟଟକ ତଥା ବ୍ୟବସାୟୀ ଉକ୍ତ ରାସ୍ତା ଦେଇ ଯିବା ଆସିବାକୁ ସୁରକ୍ଷିତ ମଣୁନାହାନ୍ତି। ଗତ ଦୁଇ ମାସ ଭିତରେ ଏଠାରେ ଦୁଇ ଥର ଲୁଟ ହୋଇଥିବାବେଳେ ଗତ କାଲି ରାତିରେ ପୁଣି ଶାଳିଆ ଡ୍ୟାମ ଠାରୁ ମାତ୍ର ୩୦୦ ମିଟର ଦୂରରେ ଜଣେ ଦମ୍ପତିଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେବା ସହ ଦୁର୍ବୃତ୍ତମାନେ ମହିଳାଙ୍କୁ ଛୁରା ମାଡ଼ ମଧ୍ୟ କରିଛନ୍ତି। ଏନେଇ ଦମ୍ପତି ଜଣକ ଆଜି ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବୁରୁଝୁରି ନୂଆଗାଁ ଅଞ୍ଚଳର କଲ୍ୟାଣ କୁମାର ଜେନା ଏବଂ ତାଙ୍କ ପତ୍ନୀ ପୂଜା ନାହାକ ଉଭୟ ଗତକାଲି ବାଇକ ଯୋଗେ ବାଣପୁର ଥାନା ଅନ୍ତର୍ଗତ ଅରଖଡିହ ଗ୍ରାମ ସ୍ଥିତ ନିଜ ବନ୍ଧୁ ଘରକୁ ଯାଇଥିଲେ। କାମସାରି ସଂଧ୍ୟାରେ ଉଭୟ ନିଜ ଗ୍ରାମକୁ ଫେରୁଥିବା ବେଳେ ପାଖାପାଖି ୭ ଘଟିକା ସମୟରେ ଶାଳିଆ ଡ୍ୟାମ ଠାରୁ ୩୦୦ ମିଟର ଆଗରେ ୩ଜଣ ଦୁର୍ବୁତ୍ତ ଏକ ଧଳା ରଙ୍ଗର ସ୍କୁଟିରେ ଆସି ଉଭୟଙ୍କୁ ପଛପଟୁ ଅଟକାଇଥିଲେ।

ପରବର୍ତ୍ତୀ ସମୟରେ ପୂଜାଙ୍କୁ ବନ୍ଧୁକ ଏବଂ ଛୁରୀ ଦେଖାଇ ତାଙ୍କ ନିକଟରୁ ପାଖାପାଖି ୧୦୦ ଗ୍ରାମ ସୁନା ଗହଣା ଲୁଟିନେଇଥିଲେ। ତେବେ ଉଭୟ ଜୋରରେ ପାଟି କରିବାରୁ ଦୁର୍ବୃତ୍ତମାନେ ଛୁରୀରେ ପୂଜାଙ୍କ ହାତକୁ ଆକ୍ରମଣ କରି ବାଣପୁର ଅଭିମୁଖେ ଫେରାର ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ପୂଜାଙ୍କ ଚିକିତ୍ସା ନିମନ୍ତେ ତାଙ୍କ ସ୍ୱାମି କଲ୍ୟାଣ ୧୦୮ ଆମ୍ବୁଲାନ୍ସ ଦ୍ୱାରା ପ୍ରଥମେ ତାଙ୍କୁ ସୁମଣ୍ଡଳ ଏବଂ ପରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଥିଲେ।

ଆଜି ଚିକିତ୍ସତ ହେବାପରେ ଦମ୍ପତି ଜଣକ ବାଣପୁର ଥାନାରେ ହାଜର ହୋଇ ଏ ନେଇ ଲିଖିତ ଅଭିଯୋଗ କରିବା ସହ ଯଥାଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ଅଳଙ୍କାର ଗୁଡିକୁ ଜବତ କରିବା ପାଇଁ ଥାନାଧିକାରୀଙ୍କୁ କୋହଭରା କଣ୍ଠରେ ଅନୁରୋଧ କରିଛନ୍ତି।

ସୂଚନା ଥାଉ କି ଏହି ସ୍ଥାନରେ ୨ ମାସ ଆଗରୁ ନୂଆଗଡର ଜଣେ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତମାନେ ଟଙ୍କା ଓ ମୋବାଇଲ ଲୁଟ କରିବା ସହ ମାତ୍ର ୧୫ ଦିନ ପୂର୍ବେ ଅଂଗରଗାଁର ଏକ ବ୍ୟବସାୟୀଙ୍କ ଠାରୁ ଗାଡି ଓ ଟଙ୍କା ଲୁଟ ହୋଇଥିଲା। ଆଜିର ଲୁଟ ସେହି ସ୍ଥାନରେ ୩ୟ ଘଟଣା। ହେଲେ ଏପର୍ଯ୍ୟନ୍ତ ପୋଲିସର ହାତ ଖାଲି ରହିଛି।

ସୀମାନ୍ତବର୍ତ୍ତୀ ଅଞ୍ଚଳ ତଥା ଦୁର୍ଗମ ରାସ୍ତା ହୋଇଥିବାରୁ ଉଭୟ ଜିଲ୍ଲାର ଥାନା ପକ୍ଷରୁ ଏଠାରେ ପାଟ୍ରୋଲିଂ ମଧ୍ୟ ହେଉନାହିଁ। ଏହିପରି ଲୁଟ, ରାହାଜାନି ଏଠାରେ ବାରମ୍ବାର ଘଟୁଥିବା ବେଳେ ପୋଲିସ ଦୁର୍ବୃତ୍ତମାନଙ୍କ ଟେର ନପାଇବା ଆଶ୍ଚର୍ଯ୍ୟର କଥା। ଉକ୍ତ ଅଞ୍ଚଳରେ ନିହାତି ଏକ ପୋଲିସ ଆଉଟପୋଷ୍ଟ ପ୍ରତିଷ୍ଠା ପାଇଁ ସାଧାରଣରେ ଦାବି ହେଉଛି।

ଖୋର୍ଦ୍ଧା ଗଞ୍ଜାମ ବାଣପୁର ଥାନା ଶାଳିଆ ଡ୍ୟାମ
Share. Facebook Twitter LinkedIn Email WhatsApp Copy Link

Related Posts

୭ ହଜାର ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

September 28, 2026

ଉଜ୍ଜୈନ ଶାହି ମସଜିଦ ଉଚ୍ଛେଦକୁ ନେଇ ପଥରମାଡ଼: ପୋଲିସ ଗୁରୁତର, ୫ ଗିରଫ

September 28, 2026

ଯୌତୁକ ପାଇଁ ନବବଧୂଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

September 28, 2026

ବିଜେଡିର ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କୁ ପ୍ରସ୍ତାବ ନଦେଇ ବିରୋଧ କରିବା ଦାୟିତ୍ୱହୀନତା ବୋଲି ମନମୋହନ ସାମଲଙ୍କ କଟାକ୍ଷ

September 28, 2026
Latest News

୭ ହଜାର ଟଙ୍କା ହ୍ରାସ ପାଇଲା ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

September 28, 2026

ଉଜ୍ଜୈନ ଶାହି ମସଜିଦ ଉଚ୍ଛେଦକୁ ନେଇ ପଥରମାଡ଼: ପୋଲିସ ଗୁରୁତର, ୫ ଗିରଫ

September 28, 2026

ଯୌତୁକ ପାଇଁ ନବବଧୂଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

September 28, 2026

ବିଜେଡିର ଆନ୍ଦୋଳନ ପ୍ରସଙ୍ଗ: ସରକାରଙ୍କୁ ପ୍ରସ୍ତାବ ନଦେଇ ବିରୋଧ କରିବା ଦାୟିତ୍ୱହୀନତା ବୋଲି ମନମୋହନ ସାମଲଙ୍କ କଟାକ୍ଷ

September 28, 2026

‘୪ ମାସ ମଧ୍ୟରେ ନିଷ୍ପତ୍ତି ନିଅନ୍ତୁ’: ଟିଏମସିର ନିର୍ବାଚନ ଚିହ୍ନ ଉପରେ ଇସିଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.