Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଫେକ ଫେସବୁକ ଆଇଡି ଖୋଲି ଆଇନଜୀବୀଙ୍କ ନାମରେ ଆପତ୍ତିଜନକ ପୋଷ୍ଟ ମାମଲା: ଦୁଇ ଗିରଫ
ଅପରାଧ

ଫେକ ଫେସବୁକ ଆଇଡି ଖୋଲି ଆଇନଜୀବୀଙ୍କ ନାମରେ ଆପତ୍ତିଜନକ ପୋଷ୍ଟ ମାମଲା: ଦୁଇ ଗିରଫ

October 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ବାଣପୁର ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଚୋରା ମୋବାଇଲ ସିମ କାର୍ଡ ବିକ୍ରି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଦୀର୍ଘ ଏକ ବର୍ଷ ହେବ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜନୈକ ଆଇନଜୀବିଙ୍କୁ ଏକ ଫେକ ଫେସବୁକ ଆଇଡି ମାଧ୍ୟମରେ ନାନାଦି କଟୁ ଏବଂ ଅଶ୍ଳୀଳ ମନ୍ତ୍ୟବ ଦେବା ସହ ଆପତ୍ତିଜନକ ଫଟୋଚିତ୍ର ଭାଇରାଲ କରି ବଦନାମ କରିବା ପାଇଁ ଅହରହ ଉଦ୍ୟମ କରାଯାଉଥିଲା। ଏ ନେଇ ଅଭିଯୋଗକାରୀ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ପୋଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିଲା।

ତେବେ ଏ ନେଇ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ ରହିଥିଲା। ମାତ୍ର ଗତ କାଲି ସନ୍ଧ୍ୟାରେ ପୋଲିସ ହଠାତ ଚେଇଁ ଉଠିବାପରି ସଂପୃକ୍ତ ଫେସବୁକ ଆଇଡିକୁ ଭିତିକରି ମୋବାଇଲ ସିମ ବିକ୍ରେତା ଯଥା ବାଣପୁର ଥାନା ନିକଟସ୍ଥ ଦ୍ୱାରିକା କମ୍ୟୁନିକେସନ ନାମକ ଏକ ମୋବାଇଲ ଦୋକାନର ମାଲିକ କେଦାରନାଥ ସେନାପତି (୪୩) ଏବଂ ତାଙ୍କ କର୍ମଚାରୀ ସୋମନାଥ ସେନାପତି (୨୧) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଉକ୍ତ ଦୁଇ ଅଭିଯୁକ୍ତ ଜଣକ ଚୋରା ସିମ ବିକ୍ରି କରି ଉକ୍ତ କଳା କାରନାମାର ଅଂଶବିଶେଷ ଥିବା ପୋଲିସ କହିଛି। ତେବେ ଦିନକୁ ଦିନ ଚୋରା ସିମ ବାବଦରେ ଆଇନ କଠୋର ହେଉଥିବାବେଳେ କିପରି ଉକ୍ତ ଦୁଇ ଜଣ ଅଭିଯୁକ୍ତ ଏପରି କାଣ୍ଡ କଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ସେହିପରି ଭାବେ ବାଣପୁର, ବାଲୁଗାଁ ଅଞ୍ଚଳରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ମୋବାଇଲ ଦୋକାନ ଯାଞ୍ଚ ନହେଵା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚୋରା ସିମ ବିକ୍ରେତାକୁ ପୋଲିସ ଗିରଫ କରିଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ସଫଳ ନହେଵା ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି।

ତେବେ ଉକ୍ତ ମାମଲାର ତଦନ୍ତ ଜାରିରହିଛି ଏବଂ ତଦନ୍ତ ଘେରରେ ଯାହାର ସମ୍ପୃକ୍ତି ସାମ୍ନାକୁ ଆସିବ ସେମାନଙ୍କ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହ ଖୁବ ଶୀଘ୍ର ମୁଖ୍ୟ ଅଭିଯୁକ୍ତ ଧରାପଡ଼ିବ ବୋଲି ବାଣପୁର ଆଇଆଇସି ରଶ୍ମିରଂଜନ ସାହୁ ସୂଚନା ଦେଇଛନ୍ତି।

ଆଇନଜୀବୀ ଆପତ୍ତିଜନକ ପୋଷ୍ଟ ଦୁଇ ଗିରଫ ବାଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026

କଳିଙ୍ଗନଗରରେ ବଡ଼ ବିପଦର ସଙ୍କେତ! ଭିସିଆଇ କେମିକାଲସ୍‌ କାରଖାନାରେ ଅଗ୍ନିକାଣ୍ଡ, ପ୍ରଶ୍ନରେ ଶିଳ୍ପାଞ୍ଚଳର ସୁରକ୍ଷା ବ୍ୟବସ୍ଥା

June 24, 2026
Latest News

ରାଫେଲ ମାମଲାରେ ପାକିସ୍ତାନର ପର୍ଦ୍ଦାଫାସ ପରେ ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କଲା ବିଜେପି

June 24, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.