ଚିଲିକା: ପୋଲିସ ଏବଂ ଅବକାରୀ ବିଭାଗର ଚଢାଉ, ୨ ଗିରଫ

Published: Oct 13, 2021, 9:22 pm IST

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ ନାଚୁଣୀ ଫାଣ୍ଡି ପୋଲିସ ଏବଂ ବାଲୁଗାଁ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ତାଙ୍କ ନିକଟରୁ ୬ ପେଟି ଆସ୍କା-୪୦ ମଦ ଜବତ ହୋଇଛି। ଅଭିଯୁକ୍ତ ଜଣକ ହେଲେ ଜୟ ପଲାଇ (୫୦)।

ସେହିପରି ଭାବେ ଚଣ୍ଡେଶ୍ୱର ଅଞ୍ଚଳରୁ ଅବକାରୀ ବିଭାଗ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ୨ ପେଟି ଆସ୍କା-୪୦ ମଦ ସହ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ପ୍ରସନ୍ନ ମହାନ୍ତି (୫୧)। ଉଭୟଙ୍କ ବିରୋଧରେ ଅବକାରି ବିଭାଗ ପି ଆର ନମ୍ବର ୪୪ ଏବଂ ୬୭ ରେ ଦୁଇ ଗୋଟି ମାମଲା ରୁଜୁ କରାଯାଇଛି।

ତେବେ ଉକ୍ତ ଚଢ଼ାଉରେ ଟାଙ୍ଗି ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ ବାରିକ, ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା, ଏ ଏସଆଇ ହାଡିବନ୍ଧୁ ନାୟକ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।

Related posts