Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଆକ୍ସନ ମୁଡ଼ରେ ବାଲୁଗାଁ ଏସଡ଼ିପିଓ: ଛଦ୍ମବେଶରେ ବିଭିନ୍ନ ସ୍ଥାନରେ କଲେ ଚଢ଼ାଉ, ୩ ଅଟକ
ଅପରାଧ

ଆକ୍ସନ ମୁଡ଼ରେ ବାଲୁଗାଁ ଏସଡ଼ିପିଓ: ଛଦ୍ମବେଶରେ ବିଭିନ୍ନ ସ୍ଥାନରେ କଲେ ଚଢ଼ାଉ, ୩ ଅଟକ

October 20, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ପ୍ରଶାସନର ଅପାରଗତା ଯୋଗୁଁ ମାଙ୍କଡା ପଥର ମାଫିଆ ମାନେ ଟାଙ୍ଗୀ ତହସିଲର ବିଭିନ୍ନ ଅଞ୍ଚଳରେ ଚଲାଇଛନ୍ତି ବେଧଡକ ଚୋରା ପଥର କାରବାର। ମାଫିଆ ମାନେ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କାର ମୁନାଫା। କାଁ ଭାଁ କ୍ୱଚିତ୍ ତହସିଲ ପ୍ରଶାସନ ଲୋକ ଦେଖାଣିଆ ଚଢାଉ କରି ସ୍ୱଳ୍ପ ଜରିମାନା ଆଦାୟ କରି ଗାଡି ଗୁଡିକୁ ଛାଡି ଦେଉଥିବାରୁ ମାଫିଆ ମାନେ ରହୁଛନ୍ତି ବେଫିକର।

ସୂଚନା ମୁତାବକ ଟାଙ୍ଗୀ ତହସିଲ ଚଣ୍ଡେଶ୍ୱର ନିକଟ କୁହୁଡି ତଳଗଡ ମୌଜାରେ କେତେକ ଖଣି ମାଫିଆ ଗାଁ ର ଗୋଚର ଅନାବାଦି ଜମିକୁ ପଥର ଖଣି ଭାବେ ବ୍ୟବହାର କରି ଶହ ଶହ ଟ୍ରିପ୍ ପଥର ଚୋରା ଚାଲାଣ କରିଆସୁଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ୍ ଆଜି ମଧ୍ୟାହ୍ନରେ ଛଦ୍ମ ବେଶରେ ବାଇକ୍ ରେ ଆସି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ। ଚଢାଉ କରି ମାଙ୍କଡା ପଥର ଖଣିରେ ଥିବା ୩ ଟି ବାଇକ୍ ସହ ୨ ଟି କଟର୍ ଜବତ କରିଛନ୍ତି। ଏବଂ ଜଣେ ପଥର କଟାଳିଙ୍କୁ ଅଟକ ରଖିଛନ୍ତି। ତେବେ ଉକ୍ତ ଚୋରା ଖଣି ମାଲିକଙ୍କ ପତା ମିଳିସାରିଥିବାର ସୂଚନା ଦେଇଛନ୍ତି ଏସଡ଼ିପିଓ।

ସେହିପରି ଭାବେ ଟାଙ୍ଗୀ ଠିପି ବନ୍ଦ ବିଦେଶୀ ମଦ ଦୋକ‍ାନ ନିକଟରେ ଚାଲିଥିଲା ମଦୁଆଙ୍କ ଉତ୍ପାତ। ମଦୁଆ ମଦ ପିଇ ସ୍ଥାନୀୟ ଲୋକଙ୍କୁ ଗାଳି ଗୁଲଜ କରିବା ସହ ସ୍ଥାନୀୟ ଝିଅ ବୋହୁଙ୍କ ପ୍ରତି ଅଶାଳୀନ ଆଚରଣ କରି ଆସୁଥିଲେ। ଫଳରେ ସ୍ଥାନୀୟ ଲୋକେ ଅସ୍ତବ୍ୟସ୍ତ ହୋଇ ପୋଲିସ୍ କୁ କରିଥିଲେ ଅଭିଯୋଗ। ଅଭିଯୋଗ ପାଇବା ପରେ ଆଜି ବାଲୁଗାଁ ଏସଡିପିଓ ଛଦ୍ମ ବେଶରେ ବାଇକ୍ ରେ ଆସି ଟାଙ୍ଗୀ ବିଦେଶୀ ମଦ ଦୋକାନରେ କରିଥିଲେ ଚଢାଉ। ଚଢାଉ ପରେ ସେଠାରୁ ମଦୁଆ ଛତ୍ରଭଙ୍ଗ ଦେଇଥିଲେ। ମଦ ଦୋକାନ ନିକିଟରେ ଚାଖଣା ଦୋକାନ ଖୋଲି ମଦୁଆଙ୍କୁ ଚାଖଣା ପରଷି ଦେଉଥିଵା ୨ ଦୋକାନୀଙ୍କୁ ଅଟକ ରଖି ଘଟଣ‍ାର ଅଧିକ ଛାନବିନ୍ ଜାରି ରଖିଛନ୍ତି ଏସଡିପିଓ ଶ୍ରୀ ବାରିକ। ତେବେ ବାଲୁଗାଁ ଏସଡିପିଓଙ୍କ ଏପରି କାର୍ଯ୍ୟାନୁଷ୍ଠାନ ଦେଖି ଅପରାଧୀ ଓ ଅସାମାଜିକ ବ୍ୟକ୍ତିମାନେ ଭୟରେ ପ୍ରମାଦ ଗଣୁଥିବାର ଦେଖାଯାଇଛି।

ଚଢାଉ ଛଦ୍ମବେଶ ଟାଙ୍ଗୀ ତହସିଲ ତିନି ଅଟକ ପଥର ମାଫିଆ ବାଲୁଗାଁ ଏସଡ଼ିପିଓ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ୬୯ତମ SGFI ରଗବୀ ଚାମ୍ପିଅନସିପ୍ ରେ ୧୪ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ଆରମ୍ଭ

April 10, 2026

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026
Latest News

ଭୁବନେଶ୍ୱରରେ ୬୯ତମ SGFI ରଗବୀ ଚାମ୍ପିଅନସିପ୍ ରେ ୧୪ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ଆରମ୍ଭ

April 10, 2026

ବ୍ୟାପକ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ୟୁଏଇ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ

April 10, 2026

ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ୧୦ଟି ଜିଲ୍ଲାକୁ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମକୁ ତ୍ୱରିତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ

April 10, 2026

ଓଡ଼ିଶା ଉଠା ଜଳସେଚନ ନିଗମର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

April 10, 2026

ଆଜି ଏପ୍ରିଲ ୧୦ ତାରିଖ ଶୁକ୍ରବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଶତ୍ରୁମାନେ ହେବେ ପରାସ୍ତ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.