Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଟାଙ୍ଗି: ଇଣ୍ଡିଗୋ କାରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
ଅପରାଧ

ଟାଙ୍ଗି: ଇଣ୍ଡିଗୋ କାରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

October 22, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଆନ୍ତରାଜ୍ୟ ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଟାଙ୍ଗୀ ପୋଲିସ। ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି ଟାଙ୍ଗୀ ପୋଲିସ। ଏ ନେଇ ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ।

ସୂଚନା ମୁତାବକ ଗତକାଲି ଏକ ଇଣ୍ଡିଗୋ କାର ଦ୍ୱାରା କନ୍ଧମାଳରୁ ସୁଦୂର ରାଜସ୍ଥାନକୁ ଗଞ୍ଜେଇ  ଚୋରା ଚାଲାଣ ହେଉଥିବାର ବାଲୁଗାଁ ଏସଡ଼ିପିଓଙ୍କୁ ଖବର ମିଳିଥିଲା। ଏ ନେଇ ଏସଡ଼ିପିଓ ସଙ୍ଗେସଙ୍ଗେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଟାଙ୍ଗୀ ପୋଲିସ ଓ ନାଚୁଣୀ ଫାଣ୍ଡି ପୋଲିସର ତିନି ଗୋଟି ଟିମକୁ ୧୬ ନମ୍ବର ଜାତୀୟ ରାଜପଥରେ ନିୟୋଜିତ କରିଥିଏଲ।  ଟାଙ୍ଗୀ ଠାରୁ ନାଚୁଣୀ ପର୍ଯ୍ୟନ୍ତ ଉକ୍ତ ଟିମ ପୃଥକ ପୃଥକ ସ୍ଥାନରେ ଛପି ରହିଥିବା ବେଳେ ଏସଡ଼ିପିଓ ଶ୍ରୀ ବାରିକ ମଧ୍ୟ ରାତିତମାମ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ତେବେ ରାତି ପାଖାପାଖି ୩ ଘଟିକା ସମୟରେ ଦୀକ୍ଷୀତପଡ଼ା ଚଣ୍ଡେଶ୍ୱର ରୋଡ଼ ନିକଟରେ ଉକ୍ତ ନିର୍ଦ୍ଦିଷ୍ଟ କାରଟି ପୋଲିସ ଗାଡିକୁ ଦେଖିବା ମାତ୍ରେ ପଛକୁ ବୁଲାଇ ପଳେଇଯିବାକୁ ଚେଷ୍ଟା କରିଥିଲା। କିନ୍ତୁ ପରେ କାରରୁ ହଠାତ ଦୁଇ ଜଣ ବ୍ୟକ୍ତି ଡେଇଁ ଫେରାର ହୋଇଯାଇଥିବା ବେଳେ ପୋଲିସ ଉକ୍ତ ଗାଡିକୁ ପିଛା କରିଥିଲା। ପରିଶେଷରେ ଶେଖ ମୁବାରକ (୩୨) ନାମକ ଅଭିଯୁକ୍ତଙ୍କୁ କାବୁ କରିଥିଲା। ମୁବାରକଙ୍କ ଘର ଟାଙ୍ଗୀ ଥାନା ଦୀକ୍ଷୀତପଡ଼ା ଅଞ୍ଚଳରେ।

ତେବେ ପୋଲିସ ତଲାସୀ କରିବା ସମୟରେ ଗାଡ଼ି ମଧ୍ୟରୁ ୩୧ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଉକ୍ତ ଗଞ୍ଜେଇ କନ୍ଧମାଳରୁ ଭାୟା ନୟାଗଡ ହୋଇ ଦୀକ୍ଷୀତପଡ଼ା ଆସିଥିଲା ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନରୁ ଏକ ନିର୍ଦ୍ଦିଷ୍ଟ ଟ୍ରେନ ଯୋଗେ ରାଜସ୍ଥାନ ଯାଇଥାନ୍ତା।

ଏ ନେଇ ଟାଙ୍ଗୀ ଥାନାରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୪୧୧/୨୧ ରେ ଏକ ମାମଲା ରୁଜୁ ହେବା ସହ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।  ତେବେ ଉକ୍ତ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ତାହାର ତଦନ୍ତ ଜାରିରହିଛି ଏବଂ ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତ ମାନେ ଧରାପଡ଼ିବେ ବୋଲି ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ଟାଙ୍ଗୀ ଥାନା ଏସଆଇ କୁମାର ମୁଦୁଲି, ଏଏସଆଇ ଭଗବାନ ସ୍ୱାଇଁ, ନାଚୁଣୀ ଫାଣ୍ଡି ଅଧିକାରୀ ମୁକେଶ ବେହେରା ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

ଇଣ୍ଡିଗୋ କାର ଗଞ୍ଜେଇ ଜବତ ଜଣେ ଗିରଫ ଟାଙ୍ଗୀ ପୋଲିସ ବାଲୁଗାଁ ଏସଡ଼ିପିଓ ଲକ୍ଷାଧିକ ଟଙ୍କା
Share. Facebook Twitter LinkedIn Email WhatsApp Copy Link

Related Posts

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026

ଭାରତ ପାଇଁ ବଢିଲା ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିବାର ଆଶଙ୍କା: ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ

June 22, 2026

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026
Latest News

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026

ଭାରତ ପାଇଁ ବଢିଲା ଟି-୨୦ ବିଶ୍ୱକପ୍ ରୁ ବାଦ ପଡ଼ିବାର ଆଶଙ୍କା: ବୁଝନ୍ତୁ ସମ୍ପୂର୍ଣ୍ଣ ସମୀକରଣ

June 22, 2026

ବିଜେଡିକୁ ବଡ଼ ଝଟକା: କ୍ରସ୍ ଭୋଟିଂ ମାମଲାରେ ୮ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ଆବେଦନ ଖାରଜ

June 22, 2026

ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା!: ବିଜେପିରେ ଯୋଗ ଦେଲେ ୫୦ ରୁ ଅଧିକ ପଦାଧିକାରୀ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.