ଚାଞ୍ଚଲ୍ୟ: ରାଜଧାନୀରୁ ମିଳିଲା ଅର୍ଦ୍ଧଦଗ୍ଧ ହୋଇଥିବା ଜଣେ ଯୁବକଙ୍କର ମୃତ ଦେହ

Published: May 19, 2022, 10:30 am IST

ଭୁବନେଶ୍ୱର: ଆଜି ରାଜଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ପଦାକୁ ଆସିଛି। ତାହା ହେଲା ଜଣେ ଯୁବକଙ୍କୁ କେହି ଜିଅନ୍ତା କିମ୍ବା ହତ୍ୟା ପରେ ପୋଡି ଦେଇଥିବାର ଜଣାପଡିଛି। ସେହି ଯୁବକଙ୍କର ମୃତ ଦେହ ଆଜି ସକାଳୁ ଉଦ୍ଧାର କରାଯାଇଛି।

ଭୁବନେଶ୍ୱର ସ୍ଥିତ ଇନଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ପାହାଡ଼ ତଳୁ ଏହି ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଖୋଳତାଡ ପରେ ଜଣାପଡିଲା ଯେ ସେହି ମୃତକ ହେଉଛନ୍ତି ନନ୍ଦନକାନନ ଥାନା ବାଲିପଡ଼ା ଗାଁର ଲଲାଟେନ୍ଦୁ ପ୍ରଧାନଙ୍କ ୨୨ ବର୍ଷିୟ ପୁଅ ଅବିନାଶ ପ୍ରଧାନ।

ପୋଲିସ ସନ୍ଦେହ କରିଛି ଯେ, ବୁଧବାର ରାତିରେ ଦୁର୍ବୃତ୍ତମାନେ ଅବିନାଶଙ୍କୁ ନନ୍ଦନକାନନ ଅଞ୍ଚଳରେ ହତ୍ୟା କରିଥିଲେ। ପରେ ଶିଖରଚଣ୍ଡୀ ପାହାଡ଼ ତଳୁକୁ ଆଣି ତାଙ୍କୁ ପୋଡ଼ି ଦେବାକୁ ଉଦ୍ୟମ କରିଥିଲେ। ଅବିନାଶଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ଅଧିକ ଖୋଲତାଡ ଆରମ୍ଭ ହୋଇଛି।

Related posts