Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଲୁଗାଁ: ନକଲି ଆଇଡ଼ିରେ ରେଳ ଟିକେଟ ବିକ୍ରି କରିବା ମହଙ୍ଗା ପଡିଲା, ଦୁଇ ଦୋକାନୀ ଗିରଫ
ଅପରାଧ

ବାଲୁଗାଁ: ନକଲି ଆଇଡ଼ିରେ ରେଳ ଟିକେଟ ବିକ୍ରି କରିବା ମହଙ୍ଗା ପଡିଲା, ଦୁଇ ଦୋକାନୀ ଗିରଫ

May 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ଗତକାଲି ରାତିରେ ଖୋର୍ଦ୍ଧା ରୋଡ଼ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ଅଞ୍ଚଳରେ ଚଢ଼ାଉ କରି ଦୁଇ ଦୋକାନୀଙ୍କୁ ଗିରଫ କରିଛନ୍ତି। ଉକ୍ତ ଦୁଇ ଦୋକାନୀ ବେଆଇନ ଭାବେ ନକଲି ଆଇ.ଆର.ସି.ଟି.ସି ଆଇଡ଼ି ଖୋଲି ଜନସାଧାରଣଙ୍କୁ ଇ-ସରଂକ୍ଷିତ ରେଳ ଟିକେଟ ବିକ୍ରି କରୁଥିବାର ଜଣାପଡିଛି।

ଗଞ୍ଜାମ ଜିଲ୍ଲା ଅଙ୍ଗାରଗାଁ ବଜାର ମୁଖ୍ୟ ରାସ୍ତାରେ ଅବସ୍ଥିତ ଥିବା ଗୁଗଲି ସଲ୍ୟୁସନ ଜନ ସେବା କେନ୍ଦ୍ର ଏବଂ ମା’ ତାରିଣୀ ପ୍ରେସ ଜନ ସେବା କେନ୍ଦ୍ରରେ ବେଆଇନ ଭାବେ ନକଲି ଆଇଡ଼ିରେ ରେଳ ଟିକେଟ ବିକ୍ରି ଚାଲିଥିଲା। ଚଢ଼ାଉ ବେଳେ ଗୁଗଲି ସଲ୍ୟୁସନ ଜନ ସେବା କେନ୍ଦ୍ରର ମାଲିକ ବାପି ସେଠି (୨୮) ଙ୍କ ନିକଟରୁ ଦୁଇ ଗୋଟି ଆଇଡ଼ି ଦ୍ୱାରା ତିଆରି ହୋଇଥିବା ସମୁଦାୟ ୨୦ ଗୋଟି ରେଳ ଟିକେଟ ଯାହାର ମୂଲ୍ୟ ପାଖାପାଖି ୩୦ ହଜାର ଟଙ୍କା ହେବ ଆରପିଏଫ ଜବତ କରିଥିବା ବେଳେ ମା’ ତାରିଣୀ ପ୍ରେସ ଜନ ସେବା କେନ୍ଦ୍ରର ମାଲିକ ସାଗର ସାହୁ (୩୦)ଙ୍କ ନିକଟରୁ ଦୁଇ ଗୋଟି ଆଇଡି ଦ୍ୱାରା ତିଆରି ହୋଇଥିବା ସମୁଦାୟ ୩ ଗୋଟି ରେଳ ଟିକେଟ ଜବତ କରିଛି, ଯାହାର ମୂଲ୍ୟ ପାଖାପାଖି ୪ ହଜାର ଟଙ୍କା ହେବ।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ଆରପିଏଫ କେଶ ନମ୍ବର ସି୩ସି -୨୪୫/୨୦୨୨ ଏବଂ ସି୩ସି- ୨୪୬/୨୦୨୨ ରେ ଦୁଇ ଗୋଟି ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ଦ୍ବୟଙ୍କୁ ଆଜି ଖଲିକୋଟ କୋର୍ଟ ଚାଲାଣ କରିଥିବାର ଆରପିଏଫ ଆଇଆଇସି ଶ୍ରୀ ମୌର୍ଯ୍ୟ ସୂଚନା ଦେଇଛନ୍ତି।

ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ି ୨୭ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁ

October 15, 2026

ରାଜନୈତିକ ଦଳ ଘୋଷଣା କଲେ ଦିବ୍ୟା ମିତ୍ତଲ: ଦେଲେ ତିନୋଟି ପ୍ରତିଶ୍ରୁତି

October 15, 2026

ରାଜ୍ୟପାଳ ହେବା ପରେ ବ୍ରଜମୋହନ ରାମଙ୍କ ଦଳୀୟ ପ୍ରେମ?: ନବୀନ ପଟ୍ଟନାୟକଙ୍କ କଡ଼ା ପ୍ରତିକ୍ରିୟା

October 15, 2026

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026
Latest News

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026

ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ି ୨୭ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁ

October 15, 2026

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026

ରାଜନୈତିକ ଦଳ ଘୋଷଣା କଲେ ଦିବ୍ୟା ମିତ୍ତଲ: ଦେଲେ ତିନୋଟି ପ୍ରତିଶ୍ରୁତି

October 15, 2026

ରାଜ୍ୟପାଳ ହେବା ପରେ ବ୍ରଜମୋହନ ରାମଙ୍କ ଦଳୀୟ ପ୍ରେମ?: ନବୀନ ପଟ୍ଟନାୟକଙ୍କ କଡ଼ା ପ୍ରତିକ୍ରିୟା

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.