ଏନକାଉଣ୍ଟର ଜଣେ ଆତଙ୍କବାଦୀ ନିହତ, ଦୁଇ ଯବାନ ଆହତ

Published: Jul 30, 2022, 11:55 am IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଗୁଳିବିନିମୟ ହୋଇଛି। ଏହି ସମୟ ମଧ୍ୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ଗୁଳି ବିନିମୟରେ ଦୁଇ ଯବାନ ମଧ୍ୟ ଆହତ ହୋଇଥିବା କୁହାଯାଉଛି। ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି। ସୂଚନା ଅନୁଯାୟୀ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ହେଉଛି। ଦୁଇ ଆତଙ୍କବାଦୀ ଲୁଚି ରହିଥିବାର ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏହି ଅପରେସନ୍ ଆରମ୍ଭ କରିଥିଲା।

ଏହାପୂର୍ବରୁ ବୁଧବାର ଦିନ ଜାମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ସମୟରେ ଜଣେ ଯବାନ ଆହତ ହୋଇଥିଲେ। କୁଲଗାମ ଏନକାଉଣ୍ଟର ସମୟରେ ଆତଙ୍କବାଦୀମାନେ କୌଣସି ପ୍ରକାରେ ଖସିଯିବାରେ ସଫଳ ହୋଇଥିଲେ। ଜିଲ୍ଲାର ବାରଇହାର୍ଡ କାଠପୁରା ଅଞ୍ଚଳରେ ବହୁ ଆତଙ୍କବାଦୀଙ୍କ ଲୁଚି ରହିଥିବା ସମ୍ପର୍କରେ ସୁରକ୍ଷା ବାହିନୀ ସୂଚନା ପାଇଥିଲେ, ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

Related posts