Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଜାତୀୟ ପତାକାକୁ ଅସମ୍ମାନ କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ: ବାଲୁଗାଁ ଏସଡିପିଓ
ଅପରାଧ

ଜାତୀୟ ପତାକାକୁ ଅସମ୍ମାନ କଲେ ପୋଲିସ ନେବ କାର୍ଯ୍ୟାନୁଷ୍ଠାନ: ବାଲୁଗାଁ ଏସଡିପିଓ

August 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଜାତୀୟ ପତାକାକୁ ଅସମ୍ମାନ କଲେ ହେବ କାର୍ଯ୍ୟାନୁଷ୍ଠାନ। ଦେଶପ୍ରେମୀମାନଙ୍କୁ ଏପରି ସନ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ।  ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ଆଜାଦି କି ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ପତାକାର ବହୁଳ ବ୍ୟବହାର ହେଉଥିବାର ଦେଖାଯାଉଛି।

ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନକ୍ରମେ ହର ଘର ତ୍ରିରଙ୍ଗା ଅଭିଯାନ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି।  ତେବେ ଜାତୀୟ ପତାକାର ବହୁଳ ବ୍ୟବହାର ନିଶ୍ଚିତ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ହର୍ଷର ବିଷୟ। କିନ୍ତୁ ଏହି ସମୟରେ ରାଜ୍ୟ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ବହୁ ଅରୁଚିକର ଦୃଶ୍ୟ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ଥାନରେ ରାଲି ପରବର୍ତ୍ତୀ ସମୟରେ ହେଉ କିମ୍ବା ଘର ସମ୍ମୁଖରେ ହେଉ ଜାତୀୟ ପତାକା ତଳେ ପଡିଥିବାର ଦେଖିବାକୁ ମିଳୁଛି। ଯାହାକି ଆମର ଦେଶ ପ୍ରତି ଅପମାନ। ଜାତୀୟ ପତାକାର ଅସମ୍ମାନ ଅର୍ଥ ଆମ ଦେଶର ସମ୍ବିଧାନକୁ ଅସମ୍ମାନ।

ଏହି ପରିପ୍ରେକ୍ଷୀରେ ଆଜି ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ବାଲୁଗାଁ ପୋଲିସ ଉପଖଣ୍ଡ ଅଧୀନରେ ଥିବା ସମସ୍ତ ଥାନାଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି। ସେମାନେ ନିଜ ଥାନା ଷ୍ଟାଫ୍ ଓ ସ୍ଥାନୀୟ ସାମ୍ବାଦିକମାନଙ୍କୁ ନେଇ ଗଠିତ ହୋଇଥିବା ହ୍ୱାଟସାପ୍ ଗ୍ରୁପରେ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ସ୍ଥାନରେ ଜାତୀୟ ପତାକାକୁ ଅସମ୍ମାନ ହୋଇଥିବା ଖବର ମିଳିବା କ୍ଷଣି ତ୍ଵରିତ ପଦକ୍ଷେପ ନେବା ପାଇଁ କୁହାଯାଇଛି।

ଥାନାଧିକାରୀମାନେ ଆଗ୍ରହୀ ବିଦ୍ୟାଳୟ ଓ ସ୍ଵେଚ୍ଛାସେବୀ ମାନଙ୍କସହ ମିଶି ଉକ୍ତ ସଚେତନତା ଦିଗରେ ପ୍ରଚାର ପ୍ରସାର କରିବେ। ଆବଶ୍ୟକ ସ୍ଥଳେ ଘଟଣା ସ୍ଥାନକୁ ଯାଇ ଜାତୀୟ ପତାକାକୁ ଉଦ୍ଧାର କରିବା ସହିତ ଖିଲାପକାରୀ ବ୍ୟକ୍ତି ବା ସଂସ୍ଥା ବିରୁଦ୍ଧରେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ଅନୁରୂପ ଭାବେ ଜାତୀୟ ପତାକା ଅସମ୍ମାନଜନିତ କୌଣସି ସୂଚନା, ଫୋଟୋ କିମ୍ବା ଭିଡିଓ ପଠାଇବା ଅବା ଫୋନ କରି ଜଣାଇବା ପାଇଁ ଏସଡ଼ିପିଓ ଶ୍ରୀ ବାରିକ ନିଜର ବ୍ୟକ୍ତିଗତ ମୋବାଇଲ ନମ୍ବର ୯୦୭୮-୯୩୪-୯୩୪ ଜନସାଧାରଣଙ୍କ ନିମନ୍ତେ ଜାରି କରିଛନ୍ତି।  ସୂଚନାଦାତାମାନେ ଏସଡିପିଓଙ୍କ ବ୍ୟକ୍ତିଗତ ନମ୍ବର କିମ୍ବା ସ୍ଥାନୀୟ ଥାନାଧିକାରୀଙ୍କ ନମ୍ବରକୁ ଯୋଗାଯୋଗ କରିପାରିବେ। ଜାତୀୟ ପତାକାର ସମ୍ମାନ ଆମର ମୌଳିକ କର୍ତ୍ତବ୍ୟ, ଆଉ ଏହାର ଅସମ୍ମାନ ଆମ ସମସ୍ତଙ୍କର ଅସମ୍ମାନ ବୋଲି ଏସଡିପିଓ କହିଛନ୍ତି।

ଜାତୀୟ ପତାକା ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ
Share. Facebook Twitter LinkedIn Email WhatsApp Copy Link

Related Posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ଧକ୍କା ଦେଇ ନାଳକୁ ଖସିଲା ବୋଲେରୋ, ବାପ-ପୁଅ ଓ ନାତିଙ୍କ ମୃତ୍ୟୁ

September 18, 2026

ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ

September 18, 2026

ପୂର୍ବତଟ ରେଳପଥର ସ୍ୱଚ୍ଛତା ହିଁ ସେବା- ୨୦୨୬ ଅଭିଯାନ ଆରମ୍ଭ

September 18, 2026

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 18, 2026
Latest News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାଇକକୁ ଧକ୍କା ଦେଇ ନାଳକୁ ଖସିଲା ବୋଲେରୋ, ବାପ-ପୁଅ ଓ ନାତିଙ୍କ ମୃତ୍ୟୁ

September 18, 2026

ବିଜେପି ସରକାର ଆସିବା ପରେ ରାଜ୍ୟକୁ ଛୁଟୁଛି ନିବେଶର ସୁଅ

September 18, 2026

ପୂର୍ବତଟ ରେଳପଥର ସ୍ୱଚ୍ଛତା ହିଁ ସେବା- ୨୦୨୬ ଅଭିଯାନ ଆରମ୍ଭ

September 18, 2026

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

September 18, 2026

ଚ଼ିଲିକା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଆଇନ ମନ୍ତ୍ରୀ

September 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.