ରାଫେଲ ମାମଲାର ନିରପେକ୍ଷ ତଦନ୍ତ ସହ ଜଡିତ ନୂତନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

Published: Aug 29, 2022, 1:41 pm IST

ନୂଆଦିଲ୍ଲୀ: ରାଫେଲ ମାମଲାରେ କୋର୍ଟଙ୍କ ତତ୍ତ୍ବାବଧାନରେ ନିରପେକ୍ଷ ତଦନ୍ତ ପାଇଁ ଏକ ନୂତନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବାସ୍ତବରେ, ରାଫେଲ କ୍ରୟରେ ଦୁର୍ନୀତି ସମ୍ପର୍କରେ ଫ୍ରାନ୍ସ ପୋର୍ଟାଲର ଦାବି ସମ୍ପର୍କରେ ଏହା ଦାଖଲ କରାଯାଇଥିଲା, ଯେଉଁଥିରେ କୋର୍ଟଙ୍କ ତତ୍ତ୍ବାବଧାନରେ ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଲୋଡିଥିଲେ। ଆବେଦନକାରୀ ଏମ.ଏଲ୍ ଶର୍ମା ଏହି ଆବେଦନ ଦାଖଲ କରିଥିଲେ। ଏକ ବିବାଦୀୟ ଭାରତୀୟ ମଧ୍ୟସ୍ଥିଙ୍କୁ ଡସଲ୍ଟ ଆଭିଏସନ ୮ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଦେଇଛି ବୋଲି ଆବେଦନରେ କୁହାଯାଇଥିଲା।

ଯଦି ଏହା ଫ୍ରାନ୍ସ ସରକାରଙ୍କ ଦ୍ଵାରା ଅନୁମୋଦିତ ଏକ ଡକ୍ୟୁମେଣ୍ଟ, ତେବେ ଏହି ଚୁକ୍ତିନାମାକୁ ବାତିଲ କରିବାକୁ ଆଇନର ନିୟମ ଆହ୍ଵାନ କରାଯାଇପାରିବ। ତେଣୁ ଏହା ଏକ ଗମ୍ଭୀର ବିଷୟ। ଦେଶରେ ଯୁଦ୍ଧ ବିମାନ ରାଫେଲ କ୍ରୟରେ ଦୁର୍ନୀତି ସମ୍ପର୍କରେ ଫ୍ରାନ୍ସ ପୋର୍ଟାଲର ଦାବି ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଓକିଲ ଏମ.ଏଲ୍ ଶର୍ମା ସୁପ୍ରିମକୋର୍ଟଙ୍କ ନିରପେକ୍ଷ ତଦନ୍ତ ପାଇଁ ଫ୍ରାନ୍ସ ପୋର୍ଟାଲର ଦାବି ଉପରେ ଆବେଦନ କରିଛନ୍ତି। ଏହି ଆବେଦନରେ ଡିଲକୁ ବାତିଲ କରିବା ସହ ଜରିମାନା ସହିତ ପୁରା ରାଶି ଫେରସ୍ତ କରିବାକୁ ଦାବି କରାଯାଇଛି।

ଏହା ସହିତ କୋର୍ଟଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କରାଯାଇଥିଲା। ପୋର୍ଟାଲ ଦାବି କରିଛି ଯେ ରାଫେଲ ତିଆରି କରିଥିବା ଫରାସୀ କମ୍ପାନୀ ଡସଲ୍ଟ ଭାରତର ଜଣେ ମଧ୍ୟସ୍ଥିଙ୍କୁ ପ୍ରାୟ ୮ କୋଟି ୬୨ ଲକ୍ଷ ଟଙ୍କା ‘ଉପହାର’ ଦେବାକୁ ପଡିଥିଲା। ଏହି ଆବେଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଏବଂ ସିବିଆଇ ମଧ୍ୟ ପକ୍ଷଭୁକ୍ତ ହୋଇଛନ୍ତି। ଡସଲ୍ଟ ଆଭିଏସନ ଏହି ଅଭିଯୋଗକୁ ଅସ୍ୱୀକାର କରିସାରିଛି। ଏହି ଡିଲରେ କୌଣସି ଦୁର୍ନୀତି କିମ୍ବା ଅନିୟମିତତା ନାହିଁ ବୋଲି କମ୍ପାନୀ କହିଛି।

Related posts