ଲଣ୍ଡାକୋଟ ଜଙ୍ଗଲରୁ ଦେଶୀ ବନ୍ଧୁକ ସହ ଯୁବକ ଗିରଫ, କୋର୍ଟ ଚାଲାଣ

Published: Sep 12, 2022, 10:28 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ଚାରମାଳ ନିକଟସ୍ଥ ଲଣ୍ଡାକୋଟ ଜଙ୍ଗଲରେ ବନବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ଦେଶୀ ବନ୍ଧୁକ, ଅଫୁଟା ଗୁଳି ସହ ଜଣେ ଯୁବକକୁ ଗିରଫ କରିଛି ବନବିଭାଗ।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ବନବିଭାଗ ଲଣ୍ଡାକୋର୍ଟ ଜଙ୍ଗଲରେ ପେଟ୍ରୋଲିଂ କରୁଥିବା ସମୟରେ ଚାରମାଳ ଥାନା ଖସୁଆ ଗ୍ରାମର ନବିନ୍ ଶବର (୨୨) ଅବାଧରେ ଦେଶୀ ବନ୍ଧୁକ ଧରି ବୁଲୁଥିଲା। ବନବିଭାଗ ତାକୁ ଗିରଫ କରି ଦେଶୀ ବନ୍ଧୁକ ସହ ୧୦ଟି ଅଫୁଟା ଗୁଳି, ଗନ୍ ପାଉଡର ଆଦି ଜବତ କରିଥିଲା।

ଆଜି ଅପରାଧିକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍ ନାମାଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଥିବା ବନବିଭାଗ ପ୍ରକାଶ କରିଛି। ଏମିତି ଜନ୍ତୁ ଶୀକାର ପାଇଁ ବହୁ ଲୋକ ଚୋରାରେ ଦେଶୀ ବନ୍ଧୁକ ଧରି ଅବାଧରେ ଜଙ୍ଗଲରେ ବୁଲୁଛନ୍ତି। ବନବିଭାଗର ପେଟ୍ରୋଲିଂ କଡାକଡି କରାଗଲେ ଶୀକାରୀ ମାନେ ବୁଲି ପାରନ୍ତେ ନାହଁ କି ଜନ୍ତୁ ଶୀକାର କରିପାରନ୍ତେ ନାହିଁ।

Related posts