କାଶ୍ମୀରୀ ପଣ୍ଡିତଙ୍କ ହତ୍ୟାର ପ୍ରତିଶୋଧ ନେଲା ସୁରକ୍ଷା ବାହିନୀ!, ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ

Published: Dec 20, 2022, 11:32 am IST

ଶ୍ରୀନଗର: ଆଜି ସକାଳେ ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାର ମୁଞ୍ଜ ମାର୍ଗରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ତିନି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଲଶ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର ତିନି ଜଣ ଆତଙ୍କବାଦୀ ନିହତ ହୋଇଥିବା ଏଡିଜିପି କାଶ୍ମୀର ସୂଚନା ଦେଇଛି। ନିହତ ହୋଇଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଜଣଙ୍କ ନାମ ଶୋପିୟାନର ଲତିଫ ଲୋନ ଏବଂ ଅନନ୍ତନାଗର ଉମର ନାଜିର ବୋଲି ଜଣାପଡିଛି।

କାଶ୍ମୀରୀ ପଣ୍ଡିତ ପୁରାଣ କୃଷ୍ଣ ଭଟଙ୍କ ହତ୍ୟାରେ ଲତିଫ ଲୋନ ଏବଂ ନେପାଳର ତିଲ ବାହାଦୂର ଥାପାଙ୍କ ହତ୍ୟାରେ ଉମର ନାଜିର ସମ୍ପୃକ୍ତ ଥିଲେ। ଆତଙ୍କବାଦୀଙ୍କ ନିକଟରୁ ଏକ ଏକେ୪୭ ରାଇଫଲ ଏବଂ ୨ ପିସ୍ତଲ ଉଦ୍ଧାର କରାଯାଇଛି।

Related posts