ଦୁର୍ଘଟଣାରେ ପୂର୍ବତନ ବିଧାୟକ ଅର୍ଜ୍ଜୁନ ଚରଣ ଦାସଙ୍କ ପରଲୋକ

Published: Feb 4, 2023, 2:07 pm IST
Accident

ଯାଜପୁର: ସଡକ ଦୁର୍ଘଟଣାରେ ପୂର୍ବତନ କଂଗ୍ରେସ ବିଧାୟକ ଅର୍ଜୁନ ଚରଣ ଦାସଙ୍କ ପରଲୋକ ଘଟିଛି। ଆଜି ସକାଳେ ଗାଡି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ସେ ଏକ ବାଇକରେ ଯାଉଥିବା ବେଳେ ଯାଜପୁର ଖରସ୍ରୋତା ବ୍ରିଜ ଉପରେ ଏକ ହାଇଓ୍ବା ତାଙ୍କ ଉପରେ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି।

ଅର୍ଜ୍ଜୁନ ଚରଣ ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ୧୯୯୫ରୁ ୨୦୦୦ ଯାଏ କଂଗ୍ରେସ ଦଳରୁ ବିଧାୟକ ଥିଲେ। ଏବେ ସେ କିଛିଦନ ତଳେ ବିଆରଏସ ପାର୍ଟିରେ ସାମିଲ ହୋଇଥିଲେ। ସେ ହେଉଛନ୍ତି ଯାଜପୁର ପୂର୍ବତନ ସାଂସଦ ଅନାଦି ଚରଣ ଦାସଙ୍କ ପୁଅ। ତାଙ୍କ ବିୟୋଗରେ ଯାଜପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

 

Related posts