ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ, ୧୩୫ କିଲୋ ଗଞ୍ଜେଇ ସହ କାର୍ ଜବତ୍, ଦୁଇ ଗିରଫ

Published: Mar 7, 2023, 5:49 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଆଜି କାଳଷଣ୍ଢପୁର ଛକରୁ ୧୩୫ କିଲୋ ଗଞ୍ଜେଇ ଜବତ କରାଯାଇଛି। ଏବଂ କାର ସହିତ ଦୁଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟ ଅବକାରୀ ବିଭାଗ କମିଶନର ଓ ବ୍ରହ୍ମପୁର ଅବକାରୀ ଉପାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ କାଳଷଣ୍ଢପୁର ଛକରେ ସନ୍ଦେହ କରି ଏକ କାର୍ କୁ ଅଟକାଇ ଯାଞ୍ଚ କରିଥିଲେ। ଉକ୍ତ କାର୍ ରେ ମହଜୁଦ ୧୩୫ କିଲୋ ଗଞ୍ଜେଇ ଜବତ କରିବା ସହ କାର୍ ରେ ବସିଥିବା ଉକ୍ତ ଦୁଇ ଯୁବକକୁ କାବୁ କରି ଜେରା କରିଥିଲେ। କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ଦୁଇ ଯୁବକ ଶ୍ରୀକାନ୍ତ ପ୍ରଧାନ ଓ ବିଶ୍ଵନାଥ ଦଳେଇ ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଗଞ୍ଜେଇ ଧରି ଆଠଗଡ଼ ଯାଉଥିବା ଜଣାପଡିଥିଲା।

ଏହି ଆଧାରରେ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ଗଞ୍ଜେଇ ଓ କାର୍ କୁ ଜବତ କରି ଚାଲାଣକାରୀ ଉକ୍ତ ଦୁଇ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜବତ ଗଞ୍ଜେଇ ଓ କାର୍ ର ମୁଲ୍ୟ ପ୍ରାୟ ୨୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୋଇନ୍ଦା ବିଭାଗ ଅଧିକାରୀଙ୍କ ଠାରୁ ପ୍ରକାଶ।

Related posts