ସହଯୋଗୀ ସହ ଆଇଏସ୍ ଇଣ୍ଡିଆ ମୁଖ୍ୟ ଗିରଫ: ବାଂଲାଦେଶରୁ ସୀମା ପାର କରି ପହଞ୍ଚିଥିଲା ଭାରତ

Published: Mar 21, 2024, 8:23 am IST

ନୂଆଦିଲ୍ଲୀ: ଇରାକ ଏବଂ ସିରିଆରେ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଆଇଏସ୍ ଇଣ୍ଡିଆର ମୁଖ୍ୟ ହ୍ୟାରିସ୍ ଫାରୁକିଙ୍କୁ ବୁଧବାର ଦିନ ଗିରଫ କରାଯାଇଛି। ବାଂଲାଦେଶରୁ ସୀମା ପାର ହୋଇ ଆସାମର ଧୁବ୍ରିରେ ପହଞ୍ଚିବା ପରେ ଫାରୁକ୍ ଏବଂ ତାଙ୍କ ସହାୟକ ଧରାପଡିଛନ୍ତି।

ଆସାମ ପୋଲିସର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପ୍ରଣବ ଜ୍ୟୋତି ଗୋସ୍ୱାମୀ କହିଛନ୍ତି ଯେ, ଧର୍ମଶାଳା ଅଞ୍ଚଳରେ ଫାରୁକ୍ ଏବଂ ତାଙ୍କ ସାଥୀଙ୍କୁ ଏସଟିଏଫ ଦଳ ଗିରଫ କରିଛି। ଉଭୟଙ୍କୁ ଧରିବା ପରେ ସେମାନଙ୍କୁ ଗୁଆହାଟୀର ଏସଟିଏଫ କାର୍ଯ୍ୟାଳୟକୁ ଅଣାଯାଇଛି। ଯେତେବେଳେ ଆମେ ଫାରୁକି ବିଷୟରେ ସୂଚନା ପାଇଲୁ, ଆମେ ତାଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲୁ।

ଆସାମ ପୋଲିସ କ’ଣ କହିଲା?:

ଆସାମ ପୋଲିସର ମୁଖ୍ୟ ଜନସମ୍ପର୍କ ଅଧିକାରୀ ପ୍ରଣବ ଜ୍ୟୋତି ଗୋସ୍ବାମୀ କହିଛନ୍ତି ଯେ, ହ୍ୟାରିସ୍ ଫାରୁକି ଉତ୍ତରପ୍ରଦେଶର ଦେହରାଡୁନର ବାସିନ୍ଦା। ତାଙ୍କର ସହଯୋଗୀ ରେହାନ୍ ବୋଲି ଜଣାପଡିଛି ଏବଂ ସେ ପାନିପତର ବାସିନ୍ଦା। ରେହାନ୍ ତାଙ୍କର ଧର୍ମ ପରିବର୍ତ୍ତନ କରିଥିଲା ଏବଂ ତାଙ୍କ ପତ୍ନୀ ବାଂଲାଦେଶର ନାଗରିକ।

ଆଇଏସଆଇଏସରେ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଏମାନେ କାର୍ଯ୍ୟ କରୁଥିଲେ। ଦିଲ୍ଲୀ ଏବଂ ଲକ୍ଷ୍ନୌ ସମେତ ଅନେକ ସ୍ଥାନରେ ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ଉଭୟଙ୍କୁ NIA କୁ ହସ୍ତାନ୍ତର କରିବୁ।

Related posts