Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ ଓ ଏଆରଆଇ
ଅପରାଧ

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଆରଆଇ ଓ ଏଆରଆଇ

September 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Revenue Inspector Kalyani Jena and ARI Purna Chandra Behera apprehended by Odisha Vigilance officials in Puri.
Revenue Inspector Kalyani Jena and ARI Purna Chandra Behera apprehended by Odisha Vigilance officials in Puri.

ଭୁବନେଶ୍ବର: ଚାଷ ଜମିର କିସମ ପରିବର୍ତ୍ତନ କରିଦେବା ପାଇଁ ଆବେଦନକାରୀଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ପିପିଲି ତହସିଲ ଅଧୀନ ସିଉଳା ରାଜସ୍ୱ ନିରୀକ୍ଷକ (ଆରଆଇ) କଲ୍ୟାଣୀ ଜେନା ଓ ସହ-ରାଜସ୍ୱ ନିରୀକ୍ଷକ (ଏଆରଆଇ) ପୂର୍ଣ୍ଣଚନ୍ଦ୍ର ବେହେରା। ଏହି ଘଟଣାରେ ଭିଜିଲାନ୍ସ ବିଭାଗ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ମିଳିଥିବା ସୂଚନା ଅନୁଯାୟୀ, ଧଉଳି ଅଞ୍ଚଳର ରଶ୍ମି ରଞ୍ଜନ ପଣ୍ଡା ନିଜ ଚାଷ ଜମିକୁ ‘ଘରବାରି’ କିସମକୁ ପରିବର୍ତ୍ତନ କରିବା ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ଆବେଦନର ଅଗ୍ରଗତି ସମ୍ପର୍କରେ ଜାଣିବା ପାଇଁ ସେ ସିଉଳା ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଉଭୟ ଆରଆଇ ଓ ଏଆରଆଇଙ୍କୁ ସାକ୍ଷାତ କରିଥିଲେ। ତେବେ କାମ କରାଇଦେବା ପାଇଁ ଦୁଇ ଅଧିକାରୀ ତାଙ୍କୁ ୩୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଶ୍ରୀ ପଣ୍ଡା ଭିଜିଲାନ୍ସର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଆଧାର କରି ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ (ସଂଶୋଧିତ ୨୦୧୮)ର ଧାରା ୭ ଅଧୀନରେ ୨୦/୨୬ (ତାରିଖ ୦୫/୦୯/୨୦୨୬)ରେ ଏକ ମାମଲା ରୁଜୁ କରାଯାଇଥିଲା। ପୂର୍ବପ୍ରସ୍ତୁତି ଅନୁଯାୟୀ ଆଜି ଅଭିଯୋଗକାରୀ ଶ୍ରୀ ପଣ୍ଡା ୩୫ ହଜାର ଟଙ୍କା ଦେଉଥିବା ସମୟରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ଉଭୟଙ୍କୁ  କାବୁ କରିଥିଲେ। ଅନ୍ୟପଟେ ଗିରଫଦାରୀ ପରେ ରାଜସ୍ୱ ନିରୀକ୍ଷକ ଶ୍ରୀମତୀ ଜେନାଙ୍କ ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ ହୋଇଛି। ତାଙ୍କର ବ୍ରହ୍ମକୁମୁଡ଼, ଅଚ୍ୟୁତପୁର, ଚନ୍ଦନପୁର ଏବଂ ଭୁବନେଶ୍ୱରର ରସୁଲଗଡ଼ସ୍ଥିତ ବାସଭବନ ସମେତ ଏକାଧିକ ସ୍ଥାନରେ ଭିଜିଲାନ୍ସର ଭିନ୍ନ ଭିନ୍ନ ଟିମ୍ ଚଢ଼ାଉ ଜାରି ରଖିଛନ୍ତି।

ଜମି କିସମ ପରିବର୍ତ୍ତନ ଭିଜିଲାନ୍‌ସ ଚଢ଼ାଉ ଲାଞ୍ଚ ଗ୍ରହଣ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବାରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ

October 2, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

October 2, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

October 2, 2026
Latest News

ଗୋଦାବାରୀଶ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶା ମୁକ୍ତି ଅଭିଯାନ

October 2, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

October 2, 2026

ୟୁପିଏସସିର ଶତବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

October 2, 2026

ରାଶିଫଳ: ଆଜି ଏହି ପାଞ୍ଚୋଟି ରାଶିର ଖୋଲିଲା ଭାଗ୍ୟ, ମିଳିବ ଅମାପ ଧନସଂପତ୍ତି

October 2, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.