ଆସାମରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା, 7 ନାବାଳକ ଅଟକ

Published: Mar 2, 2020, 8:06 pm IST

ଗୌହାଟୀ : ଆସାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଯାଇଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ 7 ଜଣ ନାବାଳକ ଛାତ୍ରଙ୍କୁ ପୋଲିସ୍‌ ଗିରଫ କରିଛି । ଆସାମର ବିଶ୍ବନାଥ ଜିଲ୍ଲାରେ ନାବାଳିକାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଏକ ଗଛରୁ ଉଦ୍ଧାର କରାଯାଇଛି । ଶୁକ୍ରବାର ଛାତ୍ରୀ ଜଣକ ନିଜର ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଉକ୍ତ 7 ସହପାଠୀ ତାଙ୍କୁ ପାର୍ଟି ବାହାନାରେ ନେଇ ବଳାତ୍କାର କରିଥିଲେ । ଏନେଇ ପୀଡିତାଙ୍କ ମାମୁଁ ଥାନାରେ ଅଭିଯୋଗ କରିବା ପରେ 7 ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । 12 ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ପରେ ଏହି 7 ନାବାଳକ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସମସ୍ତ ଅଭିଯୁକ୍ତ ନାବାଳକ ହୋଇଥିବାରୁ ସେମାନଙ୍କୁ ଏକ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ରଖାଯାଇଛି । (ଏଜେନ୍ସି)

Related posts