Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବାଣପୁର ନରେନ୍ଦ୍ରପୁରରେ ଅଭାବନୀୟ କାଣ୍ଡ: ସ୍ତ୍ରୀକୁ ହତ୍ୟା କରି ଥାନାରେ ପହଞ୍ଚିଲା ସ୍ବାମୀ
ଅପରାଧ

ବାଣପୁର ନରେନ୍ଦ୍ରପୁରରେ ଅଭାବନୀୟ କାଣ୍ଡ: ସ୍ତ୍ରୀକୁ ହତ୍ୟା କରି ଥାନାରେ ପହଞ୍ଚିଲା ସ୍ବାମୀ

July 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ବାମୀ ବୁଲା ପ୍ରଧାନ ବାଣପୁର ଥାନାରେ ଆତ୍ମସମର୍ପଣ କରିଛି। ମୃତ ସ୍ତ୍ରୀଜଣକ ହେଉଛନ୍ତି ରୋଜାଲିନ୍‌ ପ୍ରଧାନ।

ମିିଳିଥିବା ସୂଚନା ଅନୁସାରେ, ନରେନ୍ଦ୍ରପୁର ଗ୍ରାମର ଚିତ୍ତରଞ୍ଜନ ପ୍ରଧାନଙ୍କ ପୁଅ ବୁଲା ପ୍ରଧାନଙ୍କୁ ୮ ବର୍ଷ ତଳେ ପ୍ରେମ ବିବାହ କରିଥିଲେ ରୋଜାଲିନ୍। ରୋଜାଲିନ୍‌ଙ୍କ  ବାପ ଘର ଭୀମପୁର ସ୍ଥିତ ବାଘୁଆପଦର। ପୂର୍ବରୁ ରୋଜାଲିନ୍ ତାଙ୍କ ସ୍ୱାମୀଙ୍କ ସହ ସୁଦୂର ହାଇଦ୍ରାବାଦରେ ଅବସ୍ଥାପନ କରୁଥିଲେ। ତେବେ କିଛି ଦିନ ପୂର୍ବେ ଉଭୟେ ନିଜ ଗ୍ରାମକୁ ଫେରି ସରକାରଙ୍କ ନିୟମ ଅନୁଯାୟୀ ୧୪ ଦିନ ସଙ୍ଗରୋଧ କେନ୍ଦ୍ରରେ ରହି ନିକଟରେ ନିଜ ଘରକୁ ଫେରିଥିଲେ।

ଘରକୁ ଫେରିବା ଦିନଠାରୁ ବୁଲା ପ୍ରଧାନ ତାଙ୍କ ପତ୍ନୀଙ୍କୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେବାସହ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ରୋଜାଲିନଙ୍କ ସମ୍ପର୍କୀୟ ପିଉସୀ ଶାନ୍ତିଲତା ଦଳେଇ। ଏପରିକି ବୁଲା ପ୍ରଧାନ  ରୋଜାଲିନ୍‌ଙ୍କୁ ମାରି ତାଙ୍କ ଶାଳୀକୁ ବିବାହ କରି ତାଙ୍କ ଘରର ସମସ୍ତ ସମ୍ପତ୍ତି ହଡପ କରିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଶାନ୍ତିଲତା ଦଳେଇ। ଏହି ଘଟଣାକୁ ନେଇ ରୋଜାଲିନ ପୂର୍ବରୁ ବହୁଥର ନିଜ ପରିବାର ଲୋକଙ୍କୁ ଏବଂ ବାଣପୁର ଥାନାରେ ଅଭିଯୋଗ କରିଆସୁଥଲେ। ପୁନଶ୍ଚ ଗତକାଲି ଉଭୟେ ବାଣପୁର ଥାନାଧିକାରୀଙ୍କୁ ଲିଖିତ ଆକାରରେ ମିଳିମିଶି ଚଳିବା ପାଇଁ ସହମତି ପ୍ରକାଶ କରି ସନ୍ଧ୍ୟାରେ ଦୁଇଜଣ ନିଜ ଘରକୁ ଫେରିଥିଲେ।

ଗତକାଲି ରାତିରେ ସ୍ୱାମୀ ବୁଲା ପ୍ରଧାନ ତାଙ୍କ ସ୍ତ୍ରୀ ରୋଜାଲିନ ପ୍ରଧାନଙ୍କୁ ଗାମୁଛାରେ ତଣ୍ଟିକୁ ଚିପି ମାରିଦେବାପରେ ଆଜି ସକାଳେ ବାଣପୁର ଥାନାରେ ନିଜେ ହତ୍ୟାକୁ ସ୍ୱୀକାର କରି ପୋଲିସ ନିକଟରେ ଆତ୍ମସମର୍ପଣ କରଛନ୍ତି। ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାୟାଧର ସେଠି, ବାଣପୁର ଆଇ.ଆଇ.ସି ସଞ୍ଜୟ ପଟ୍ଟନାୟକ ସଦଳବଳେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ଆତ୍ମସମର୍ପଣ ନରେନ୍ଦ୍ରପୁର ବାଣପୁର ବ୍ଲକ ସ୍ତ୍ରୀକୁ ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.