Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଦୀର୍ଘ ଆଠ ମାସ ପରେ ଖୋଲିଲା ମା’ ଭଗବତୀ ମନ୍ଦିରର ହୁଣ୍ଡି: ଜାଣନ୍ତୁ ଏଥର କେତେ ମିଳିଲା ଦାନ
ଆଞ୍ଚଳିକ

ଦୀର୍ଘ ଆଠ ମାସ ପରେ ଖୋଲିଲା ମା’ ଭଗବତୀ ମନ୍ଦିରର ହୁଣ୍ଡି: ଜାଣନ୍ତୁ ଏଥର କେତେ ମିଳିଲା ଦାନ

September 23, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଦୀର୍ଘ ଆଠ ମାସ ପରେ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପିଠ ମା’ ଭଗବତୀ ମନ୍ଦିରର ହୁଣ୍ଡି ଖୋଲାଯାଇଛି। ବାଣପୁର ତହସିଲଦାର ତଥା ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ପାଢ଼ୀ ମା’ ଙ୍କ ହୁଣ୍ଡିଙ୍କୁ ଖୋଲିଥିଲେ। ଉକ୍ତ ହୁଣ୍ଡିରୁ ସମୁଦାୟ ୧ ଲକ୍ଷ ୩୯ ହଜାର ୮ ଶହ ୮୯ ଟଙ୍କା ମିଳିଥିବାର ତହସିଲଦାର ସୂଚନା ଦେଇଛନ୍ତି। ଉକ୍ତ ସମୟରେ ବାଣପୁର ବିଡ଼ିଓ ପ୍ରଦ୍ୟୁମ୍ନ ନାୟକ, ଆଇଆଇସି ରଶ୍ମିରଂଜନ ସାହୁ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ, ବରିଷ୍ଠ ସେବାୟତ ଭାସ୍କର ଚନ୍ଦ୍ର ନାୟକ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ତେବେ ହୁଣ୍ଡିରୁ ଆଦାୟ ହୋଇଥିବା ଟଙ୍କା ମା’ଙ୍କ ନୀତିକାନ୍ତିରେ ନିୟୋଜିତ ହେବ ବୋଲି ଏଣ୍ଡାଓମେଣ୍ଟ କମିଟି ସୂଚନା ଦେଇଛି। ତେବେ କରୋନା ମହାମାରୀ ଲାଗି ଦୀର୍ଘ ମାସ ଧରି ମନ୍ଦିର ବନ୍ଦ ଥିବାରୁ ଭକ୍ତଙ୍କ ଦାନ ପରିମାଣ କମିଯାଇଥିବାର ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳାମୁକୁନ୍ଦ ଦାସ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଶେଷଥର ପାଇଁ ମା’ ଭଗବତୀଙ୍କ ହୁଣ୍ଡି ଗତ ବର୍ଷ ଡିସେମ୍ବର ମାସରେ ଖୋଲାଯାଇଥିବାବେଳେ ସମୁଦାୟ ୧ ଲକ୍ଷ ୩ ହଜାର ଟଙ୍କା ହୁଣ୍ଡୀରୁ ଆଦାୟ ହୋଇଥିଲା।

ବାଣପୁର ମନ୍ଦିରର ହୁଣ୍ଡୀ ମା’ ଭଗବତୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ମୁଖ୍ୟମନ୍ତ୍ରୀ ବଡ଼ ନିଷ୍ପତ୍ତି: ବିଏମସି ଅଞ୍ଚଳରେ ପୂଜା ଆୟୋଜନ ପାଇଁ ଗ୍ରାଉଣ୍ଡ ରେଣ୍ଟ ଛାଡ଼

October 7, 2026

ଗୋଦାବରୀଶ ମହାବିଦ୍ୟାଳୟରେ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ

October 7, 2026

ଏହି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଏକ ଶୁଭ ଖବର: ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 7, 2026
Latest News

ରାଜଧାନୀରୁ ଜିଲ୍ଲା: ‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ

October 8, 2026

ବାପାଙ୍କ ସମ୍ପତ୍ତିରେ ଝିଅର ଜନ୍ମଗତ ଅଧିକାର ଅଛି କି? ହାଇକୋର୍ଟ ରାୟ ପରେ ଜାଣନ୍ତୁ ସମ୍ପୂର୍ଣ୍ଣ ଆଇନ

October 8, 2026

IPL-୨୦୨୭ ପୂର୍ବରୁ ପଞ୍ଜାବ କିଙ୍ଗସକୁ ଝଟକା: ଦଳ ଛାଡିଲେ ଦୁଇ ଅଭିଜ୍ଞ ଖେଳାଳି

October 8, 2026

ସାଉଦି ବିମାନବନ୍ଦର ଉପରେ ହୁତିଙ୍କ କ୍ଷେପଣାସ୍ତ୍ର ଆକ୍ରମଣ: ୩ ମୃତ, ୩୬ ଆହତ

October 8, 2026

ରାତି ୨:୩୦ ରେ ବନ୍ଧୁଙ୍କୁ ଯନ୍ତ୍ରଣାଦାୟକ ବାର୍ତ୍ତା ପଠାଇଥିଲେ ନାନା ପାଟେକର: ଜାଣନ୍ତୁ କିପରି ହେଲା ମୃତ୍ୟୁ?

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.