Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆଦିଲ୍ଲୀରେ ଆରମ୍ଭ ହେଲା ଓଡ଼ିଶା ପର୍ବ-୨୦୨୩
ଜାତୀୟ ଖବର

ନୂଆଦିଲ୍ଲୀରେ ଆରମ୍ଭ ହେଲା ଓଡ଼ିଶା ପର୍ବ-୨୦୨୩

March 25, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
OdishaParva
ନୂଆଦିଲ୍ଲୀରେ ଆରମ୍ଭ ହେଲା ଓଡ଼ିଶା ପର୍ବ-୨୦୨୩

ନୂଆଦିଲ୍ଲୀ: ଦିଲ୍ଲୀ ଦରବାରରେ ପୁଣି ଝଲସିଲା ଓଡ଼ିଆ କଳାକୃତୀର ଝଲକ। ଗୁଞ୍ଜରିତ ହେଲା ଓଡ଼ିଆ ଗଜପତିଙ୍କ ବୀରତ୍ୱର ଗାଥା। ଓଡ଼ିଆ କଳା, ସଂସ୍କୃତି ଓ ପରମ୍ପରାର ମହକ ନେଇ ଦିଲ୍ଲୀରେ ଆରମ୍ଭ ହୋଇଛି ଓଡ଼ିଶା ପର୍ବ-୨୦୨୩।

ଓଡ଼ିଆ ସମାଜ, ନୂଆଦିଲ୍ଲୀ ତରଫରୁ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏହି ତିନିଦିନିଆ ମହୋତ୍ସବରେ ସମ୍ମାନିତ ଅତିଥି ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ, ଶ୍ରୀ ସିଦ୍ଧାର୍ଥ ପ୍ରଧାନ, ସଭାପତି, ଓଡ଼ିଆ ସମାଜ, ଶ୍ରୀ ପ୍ରକାଶ ସାହୁ ଓ ଶ୍ରୀ ସନ୍ଦୀପ ମହାପାତ୍ର, ଟ୍ରଷ୍ଟି, ଓଡ଼ିଆ ସମାଜ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହାର ଶୁଭ ଉଦ୍‌ଘାଟନ କରିଥିଲେ।

ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଟୁଡୁ ପ୍ରଥମ ଥର ପାଇଁ ଏହି ଉତ୍ସବରେ ସାମିଲ ହୋଇପାରିଥିବାରୁ ସେ ଗର୍ବିତ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଓଡ଼ିଶାର ଇତିହାସ ସମ୍ବନ୍ଧରେ ଅବଲୋକନ କରି ଅର୍ଥନୈତିକ ବିକାଶ ଉପରେ ସେ ଗୁରୁତ୍ୱ ଦେଇଥିଲେ। ରାଜ୍ୟର ସମସ୍ତ ଜିଲାର ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ଭିନ୍ନ ଭିନ୍ନ ହୋଇଥିଲେ ମଧ୍ୟ ମୟୂରଭଞ୍ଜ ରୁ ମାଲକାନଗିରି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସମ୍ପ୍ରଦାୟ ଓ ବିଭିନ୍ନ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଏକତା ଓ ବରିଷ୍ଠତା ଆଜି ପ୍ରତିପାଦିତ ହୋଇପାରିଛି।

ଓଡ଼ିଶାର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ସହ ଓଡ଼ିଶାର ସେହି ଅତୀତକୁ ଆଗେଇ ନେବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରି ଚାଲିବା ଉଚିତ ଯଦ୍ୱାରା ପର୍ଯ୍ୟଟନ ଶିଳ୍ପ, ଆଦିବାସୀ ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।

ଓଡ଼ିଆ ସମାଜ ସଭାପତି ଶ୍ରୀ ସିଦ୍ଧାର୍ଥ ପ୍ରଧାନ ସ୍ୱାଗତ ସମ୍ଭାଷଣରେ ଓଡ଼ିଶା ପର୍ବ ୨୦୨୩ ଦିଲ୍ଲୀବାସୀଙ୍କୁ ଓଡ଼ିଶାର କଳା, ସଂସ୍କୃତି, ଖାଦ୍ୟକୁ ନୂଆରୂପରେ ଭେଟି ଦେଇଥିବା କହିଥିଲେ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ପର୍ବ ଅବସରରେ ଓଡ଼ିଆ ସମାଜ ପକ୍ଷରୁ ଓଡ଼ିଶାର ୧୦୦ ଜଣ ଛାତ୍ରଛାତ୍ରୀଙ୍କୁ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିବା କହିଛନ୍ତି ଶ୍ରୀ ପ୍ରଧାନ ।

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ କିରେନ ରିଜିଜୁ, ମାନ୍ୟବର କେନ୍ଦ୍ର ସଂସ୍କୃତି, ପର୍ଯ୍ୟଟନ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଜି. କିଷାନ ରେଡ୍ଡୀ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ, ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନରେ କାର୍ଯ୍ୟକ୍ରମ ଉଦ୍‌ଘାଟନ କରାଯାଇଥିଲା।

ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଚକଲେଟ ପ୍ରଡକ୍ସନ ଦ୍ୱାରା ଥିଏଟର ନାଟକ ‘ଆହେ ନୀଳ ଶଇଳ’ ମଞ୍ଚସ୍ଥ କରାଯାଇଥିଲା। ପୁରୀ ଗଜପତିଙ୍କ ବୀରତ୍ୱର ଗାଥା ଦିଲ୍ଲୀବାସୀଙ୍କୁ ଆକର୍ଷିତ କରିଥିଲା। ମୁସଲିମ ଶାସକ ନାଏବ୍ ନାଜ୍ଜିମଙ୍କ ଲୋଲୁପ ଦୃଷ୍ଟିରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ତତ୍କାଳୀନ ଗଜପତି ରାମଚନ୍ଦ୍ର ଦେବଙ୍କୁ କିପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା, ଏବଂ ସେସବୁ କୁ ସେ ଧୈର୍ଯ୍ୟ ଓ ବୀରତ୍ୱର ସହ ମୁକାବିଲା କରିଥିଲେ ତାହାକୁ ନାଟକରେ ଦର୍ଶାଯାଇଛି।

ନାଟକର କଳାକାରଙ୍କ ନିଚ୍ଛକ ଅଭିନୟ ଦିଲ୍ଲୀସ୍ଥିତ ପ୍ରବାସୀ ଓଡ଼ିଆଙ୍କ ସମେତ ଅଣଓଡ଼ିଆ ଦର୍ଶକଙ୍କ ମନକୁ ମଧ୍ୟ ଆତ୍କୃଷ୍ଟ କରିଥିଲା। କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ସମାଜ ଟ୍ରଷ୍ଟି ଶ୍ରୀ ସନ୍ଦୀପ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଚଳିତ ବର୍ଷ ଓଡ଼ିଶା ପର୍ବ ୨୦୨୩ ର ବିଷୟ ବସ୍ତୁ ରହିଛି ‘ଅନନ୍ୟ ଓଡ଼ିଶା’। ଜାତୀୟ ସ୍ତରରେ ଓଡ଼ିଆ ଜାତିର ଦୃଢତା, ଭାବ, ଏକୀକୃତାକୁ ଦର୍ଶାଇବା ତଥା ଓଡ଼ିଆ ଜାତିର ଗୌରବକୁ ବିଶ୍ୱ ଦରବାରରେ ପରିଚିତ କରାଇବା ହେଉଛି ଏହି ‘ଅନନ୍ୟ ଓଡ଼ିଶା’ର ଉଦ୍ଦେଶ୍ୟ। ଏହି ବିଷୟ ବସ୍ତୁକୁ ନେଇ ଓଡ଼ିଆ ସମାଜ ପକ୍ଷରୁ ଏକ ରଚନା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ବିଜୟୀ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଓଡ଼ିଶା ପର୍ବରେ ସାମିଲ ହେବା ସହ ରାଜଧାନୀ ଦିଲ୍ଲୀ ଭ୍ରମଣର ସୁଯୋଗ ପାଇଛନ୍ତି। ଏହା ବ୍ୟତୀତ ଓଡ଼ିଶାର ଗ୍ରାମାଞ୍ଚଳରୁ ଦିଲ୍ଲୀ ଯାଇଥିବା ଚାଷୀମାନେ ଏକ କୃଷିଭିତ୍ତିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶା ପର୍ବରେ ଓଡ଼ିଶା ଅସ୍ମିତା, ଓଡ଼ିଶା ସ୍ୱାଭିମାନ ଓ ଓଡ଼ିଶା ସ୍ୱାବଲମ୍ବନ କନ୍‌କ୍ଲେଭ ଆରମ୍ଭ କରାଯାଇଛି। ପ୍ରଥମ ଦିନରେ କନ୍‌କ୍ଲେଭର ‘ଓଡ଼ିଶା ଅସ୍ମିତା’ ଆଲୋଚନାରେ ଜାତୀୟ ସଂସ୍ମାରକ ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ କିଶୋର କୁମାର ବାସା, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଶ୍ରୀ ଦିପ୍ତୀ ରଞ୍ଜନ ପଟ୍ଟନାୟକ, ୩ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଓ ପ୍ରଯୋଜକ ଶ୍ରୀ ସବ୍ୟସାଚୀ ମହାପାତ୍ର, ଅଧିକ୍ଷକ ପ୍ରତ୍ନତତ୍ତ୍ୱବିତ୍ ପୁରୀ ସର୍କଲ ଶ୍ରୀ ଦେବୀ ଗଡ଼ନାୟକ, ରେଭେନ୍ସା କଲେଜର ଅବସରପ୍ରାପ୍ତ ପ୍ରଫେସର ଗୌରାଙ୍ଗ ଚରଣ ଦାସ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମୌସୁମୀ ସାହୁ, ସ୍ତମ୍ଭାକାର ଅନୀତା ସାବତ ପ୍ରମୁଖ ଯୋଗଦେଇ ଓଡ଼ିଶା ଅସ୍ମିତା ସମ୍ପର୍କରେ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ।

ଓଡିଆ ସମାଜ ଓଡ଼ିଶା ପର୍ବ ଓଡ଼ିଶା ପର୍ବ-୨୦୨୩
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ଦେ ମାତରମ୍ ଉପରେ ବଡ଼ ବୟାନ ଦେଲେ ମହମ୍ମଦ ଶାମି: ଜାଣିଲେ ଆଶ୍ଚର୍ଯ୍ୟ ହେବେ

August 5, 2026

କାହା ପାଇଁ ଆଜିର ଦିନଟି ସୁଖ ଆଣିବ, କାହାର ବିଗିଡିବ ସ୍ୱାସ୍ଥ୍ୟ: ପଢନ୍ତୁ ବୁଧବାର ରାଶିଫଳ

August 5, 2026

ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ଲାଲ ସାଗରରେ ବୁଡ଼ିଗଲା ଭାରତୀୟ ଜାହାଜ 

August 4, 2026

ଜନ୍ମ–ମୃତ୍ୟୁ ପଞ୍ଜୀକରଣର ନିୟମ ବଦଳିଲା : ସଂଶୋଧନ ବିଲ୍‌କୁ ରାଜ୍ୟସଭାର ମଞ୍ଜୁରୀ

August 4, 2026
Latest News

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ

August 5, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଫାଇଲ ଚୋରି ଘଟଣା: ଆସିଲା ବିଜେପି ର ପ୍ରତିକ୍ରିୟା

August 5, 2026

ବନ୍ଦେ ମାତରମ୍ ଉପରେ ବଡ଼ ବୟାନ ଦେଲେ ମହମ୍ମଦ ଶାମି: ଜାଣିଲେ ଆଶ୍ଚର୍ଯ୍ୟ ହେବେ

August 5, 2026

ଓଡ଼ିଶା ସରକାରଙ୍କ ଓୟୁଏଟି ପିଜି ଓ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାଇପେଣ୍ଡ ଘୋଷଣା

August 5, 2026

୭୪ ବର୍ଷରେ ଚିରବିଦାୟ ନେଲେ ଅଭିନେତା ପ୍ରଦୀପ ରାୱତ

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.