Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ପଦମପୁରରେ ପାଣ୍ଡିଆନଙ୍କ ପ୍ରଚାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ କଲେ ପ୍ରଚଣ୍ଡ ଆକ୍ରମଣ
ନିର୍ବାଚନ ଖବର

ପଦମପୁରରେ ପାଣ୍ଡିଆନଙ୍କ ପ୍ରଚାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ କଲେ ପ୍ରଚଣ୍ଡ ଆକ୍ରମଣ

May 8, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପଦମପୁରରେ ପାଣ୍ଡିଆନଙ୍କ ପ୍ରଚାର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ କଲେ ପ୍ରଚଣ୍ଡ ଆକ୍ରମଣ

ଭୁବନେଶ୍ବର: ଆଜି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ପଦମପୁରରେ ଜୋରଜାର ପ୍ରଚାର କରିଛନ୍ତି। ସେଠାରେ ସେ ସିଧା ବିଜେପି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ, ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ, ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ମଧ୍ୟ ଜାଗା ଚିହ୍ନଟ କଲେ। ହେଲେ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, କୋର୍ଟରେ କେସ୍‌ କରି ଆପଣମାନଙ୍କ ହକ୍‌କୁ ଛଡାଇନେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଯାହା କଲେ ବି ସଫଳ ହେବେ ନାହିଁ, ଆମେ ସବୁଠି ଲଢି ପଦମପୁରକୁ ଜିଲ୍ଲା କରିବୁ ବୋଲି ପାଣ୍ଡିଆନ କହିଥିଲେ।

ସେହିପରି ସେ କହିଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଆସି ଏଠାରେ କହିଲେ ଆମେ ଏକ୍‌ସପ୍ରେସ୍‌ର ଟ୍ରେନର ସୁବିଧା ଦେବୁ, ରେଲୱେ ଷ୍ଟେସନ କରିବୁ, ତାଙ୍କୁ ପଚାରନ୍ତୁ ପଦମପୁରରେ କେଉଁଠି ରେଲୱେ ଜଙ୍କସନ୍‌ ଅଛି, କୋଉଠି ଟ୍ରେନ୍‌ ଯିବ, ଷ୍ଟେସନ ହେବ। ସେମାନେ କେବଳ ଭାଷଣ ଦେବେ ହେଲେ କିଛି କରିପାରିବେ ନାହିଁ। ସେହିପରି ଚାଷୀମାନଙ୍କ ଫସଲ ବୀମା ପାଇଁ କେନ୍ଦ୍ର ସରକାର ପ୍ରିମିଅମ ମାଗୁଛି, ହେଲେ ନବୀନ ସରକାର ଚାଷୀଙ୍କ ପାଇଁ ପ୍ରିମିଅମ ଦେଇ ଆପଣମାନଙ୍କ ବୋଝ ହାଲ୍‌କା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଫସଲ ବୀମାକୁ ସରଳ କରିବେ ବୋଲି ପ୍ରତିଶୃତି ଦେଇଥିଲେ, ଚାଷୀଙ୍କ ପାଇଁ ବହୁତ କୁମ୍ଭୀର କାନ୍ଦଣା କାନ୍ଦିଲେ, କିନ୍ତୁ କିଛି କଲେ ନାହିଁ।

କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ GST ଉଠାଇବାକୁ ନବୀନ ବାବୁ ବହୁତ ଥର କେନ୍ଦ୍ରକୁ ଅନୁରୋଧ କରିଛନ୍ତି, କିନ୍ତୁ ସେମାନେ ଉଠାଇଲେ ନାହିଁ, ନବୀନ ବାବୁ କିନ୍ତୁ କେନ୍ଦୁପତ୍ର ଉପରେ GST ଉଠାଇଦେଲେ, ବୋନସ ମଧ୍ୟ ୨୫ ରୁ ବଢାଇ ୫୦ ପ୍ରତିଶତ କଲେ, ସାରା ଦେଶରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ସବୁଠାରୁ ଅଧିକ ବୋନସ ଦେଉଛନ୍ତି ନବୀନ ସରକାର। ସେମାନେ ମା ସମଲେଇଙ୍କ ପ୍ରକଳ୍ପକୁ ମଧ୍ୟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ଗୋଟିଏ ଗରିବ ଲୋକ ଜରିଆରେ ସୁପ୍ରିମ କୋର୍ଟ ରେ କେସ୍‌ କଲେ, ସେଠାରେ ସୁପ୍ରିମ କୋର୍ଟ ଓକିଲଙ୍କ ଫିସ୍‌ ହେଉଛି ୩୦ ଲକ୍ଷ ଟଙ୍କା, ଆପଣ ଜାଣନ୍ତୁ ଚକ୍ରାନ୍ତ କିଏ କରିଥିଲା।

ସେହିପରି ଜଗନ୍ନାଥ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ବନ୍ଦ କରିବା ପାଇଁ ସେମାନେ ହାଇକୋର୍ଟ ସୁପ୍ରିମକୋର୍ଟ ସବୁଠି କେସ୍‌ କରିଛନ୍ତି, କିନ୍ତୁ ସଫଳ ହେଲେନି। ଏଠାରେ ଦୁଇ ଭଉଣୀ ପରିଣୀତା ମିଶ୍ର ଲୋକସଭା ଓ ବର୍ଷାସିଂ ବରିହା ବିଧାନ ସଭା ପାଇଁ ଛିଡା ହୋଇଛନ୍ତି। ସେମାନେ ଆପଣମାନଙ୍କ ସେବା ପାଇଁ ଆସିଛନ୍ତି।  ଡବଲ ଶଙ୍ଖରେ ଭୋଟ ଦେଇ ସେମାନଙ୍କୁ ଜିତାନ୍ତୁ ଓ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରନ୍ତୁ।

KartikPandian କାର୍ତ୍ତିକ ପାଣ୍ଡିଆନ
Share. Facebook Twitter LinkedIn Email WhatsApp Copy Link

Related Posts

ନନ୍ଦିଗ୍ରାମ ଉପନିର୍ବାଚନ: ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ପିଏଙ୍କ ମାଆଙ୍କୁ ଟିକେଟ୍ ଦେଲା ବିଜେପି

September 15, 2026

ଗାଧୋଇବାକୁ ଯାଇ ଆଉ ଫେରିଲେନି ସଞ୍ଜୟ, ସକାଳେ ପୋଖରୀରୁ ମିଳିଲା ମୃତଦେହ

September 15, 2026

ବନ୍ୟା ପ୍ରପୀଡ଼ିତ ନେପାଳକୁ ବିଜୁଳି ଯୋଗାଇଲା ଭାରତ

September 15, 2026

ଆଇଏଲଏସ୍ ପକ୍ଷରୁ ପୁରୀ ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ

September 15, 2026
Latest News

ନନ୍ଦିଗ୍ରାମ ଉପନିର୍ବାଚନ: ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ବତନ ପିଏଙ୍କ ମାଆଙ୍କୁ ଟିକେଟ୍ ଦେଲା ବିଜେପି

September 15, 2026

ଆଜି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ ଟି-20: ଜାଣନ୍ତୁ କେଉଁଠି ଦେଖିବେ ମ୍ୟାଚ

September 15, 2026

ମୋବାଇଲ୍ କିସ୍ତି ପାଇଁ ଯୁବକଙ୍କୁ ଅପହରଣ! ୫ ଦିନ ବନ୍ଧକ ରଖିଥିବା ଅଭିଯୋଗ

September 15, 2026

‘ଗ୍ୟାସ୍’ ଭାବି ଏହି ଲକ୍ଷଣକୁ ଅଣଦେଖା କରୁଛନ୍ତି କି? ହୋଇପାରେ ବଡ଼ ସ୍ୱାସ୍ଥ୍ୟ ସଙ୍କେତ

September 15, 2026

ବ୍ୟାଙ୍କ ଲୁଟ୍‌ ପୂର୍ବରୁ ପୁଲିସର ମାଷ୍ଟରଷ୍ଟ୍ରୋକ୍‌; ମଧ୍ୟରାତ୍ରିରେ ଧରାପଡ଼ିଲା ଡକାୟତ ଗ୍ୟାଙ୍ଗ

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.